ଦେଶ

ମୁସଲିମ ଯୁବତୀଙ୍କୁ ବିବାହ କରିବା ପଡ଼ିଲା ଭାରୀ, ଜବରଦସ୍ତ କରାଇଲେ ଧର୍ମ ପରିବର୍ତ୍ତନ – Ibnodisha

[ad_1]

କାନପୁର: ମୁସଲିମ ଯୁବତୀଙ୍କୁ ବିବାହ କରିବା ପଡ଼ିଲା ଭାରୀ । ଜବରଦସ୍ତ କରାଇଲେ ଧର୍ମ ପରିବର୍ତ୍ତନ । ହିନ୍ଦୁ ରୀତିନୀତିରେ ବିବାହ କରିବା ପରେ ବି ଯୁବକଙ୍କୁ ଇସଲାମ ଗ୍ରହଣ କରାଇଲେ ମୌଲବୀଙ୍କ ପରିବାର । ଉତ୍ତରପ୍ରଦେଶର କାନପୁରରେ ଜଣେ ଯୁବକ ଅଭିଯୋଗ କରିଛନ୍ତି ଯେ, ପ୍ରେମିକା ସହ ହିନ୍ଦୁ ରୀତିନୀତିରେ ତାଙ୍କର ପ୍ରେମ ବିବାହ ହୋଇଥିଲା । କିନ୍ତୁ ପରେ ପ୍ରେମିକାର ପରିବାର ତାଙ୍କୁ ଧର୍ମ ପରିବର୍ତ୍ତନ କରିବାକୁ ଚାପ ପକାଇବାକୁ ଲାଗିଲେ । ସୂଚନାନୁସାରେ, ଏହି ଘଟଣା ଚୌବେପୁର ଅଞ୍ଚଳର ନାଥପୁର ଗ୍ରାମରେ ଘଟିଛି ।

ଯୁବକ ଅଙ୍କିତ ଓ ଯୁବତୀ ଫରିନା ଗୋଟିଏ ଗାଁର ବାସିନ୍ଦା ଏବଂ ପଡ଼ୋଶୀ ଅଟନ୍ତି । ଦୀର୍ଘ ଦିନ ଧରି ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା । ନିକଟରେ ସେମାନେ ମନ୍ଦିରରେ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ କରିଥିଲେ । କିନ୍ତୁ କିଛି ଦିନ ପରେ ଅଙ୍କିତଙ୍କର ଏକ ଭିଡିଓ ସାମ୍ନାକୁ ଆସିଥିଲା ଯେଉଁଥିରେ ସେ, ଫରିନାଙ୍କ ସହ ନିକାହ କରୁଥିବା ଦେଖିବାକୁ ମିଳିଥିଲା । ଏନେଇ ବିବାଦ ହେବାରୁ ପରେ ଯୁବକଜଣକ କହିଥିଲେ ଯେ ଫରିନାଙ୍କ ପରିବାର ସଦସ୍ୟ ତାଙ୍କର ଜବରଦସ୍ତ ଧର୍ମ ପରିବର୍ତ୍ତନ କରି ନିକାହ କରିବାକୁ କହିଥିଲେ ।

ଏବେ ସେ ଏନେଇ ପୁଲିସରେ ଅଭିଯୋଗ କରିଛି । ଅଙ୍କିତଙ୍କ ବାପା ଫରିନାଙ୍କ ବାପାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ଯେ, ଫରିନାଙ୍କ ବାପା ମୌଲବୀ ହୋଇଥିବାରୁ ସେ ଜବରଦସ୍ତ ପୁଅର ଧର୍ମ ପରିବର୍ତ୍ତନ କରାଇଛନ୍ତି । ପୁଲିସକୁ ଅଭିଯୋଗ କରିଛୁ ଏବଂ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛୁ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button