ଦେଶ

ଆସନ୍ତା  ୭ରେ ଓଡ଼ିଶା ଆସିବେ ମୋଦୀ – Ibnodisha

[ad_1]

ଭୁବନେଶ୍ବର: ଆସନ୍ତା ୭ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସିବେ। ମୋଦୀ ନବରଙ୍ଗପୁର ଜନସଭାରେ ସମ୍ବୋଧନ କରିବା ସହ ଏକ ରୋଡ୍‌ ସୋ’ର କାର୍ଯ୍ୟକ୍ରମ ରହିଥିବା ବିଜେପି ସୂତ୍ରରୁ ଜାଣିବାକୁ ମିଳିଛି। ପ୍ରଥମ ପର୍ଯ୍ୟାୟରେ କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର ଓ ବ୍ରହ୍ମପୁରରେ ମେ ୧୩ତାରିଖରେ ମତଦାନ ହେବାକୁ ଥିବାବେଳେ ୧୧ତାରିଖରେ ପ୍ରଚାର ଶେଷ ହେବ। ତେଣୁ ଶେଷ ମୁହୂର୍ତ୍ତରେ ମୋଦୀଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇବାକୁ ଦଳ ନିଷ୍ପତ୍ତି ନେଇଛି। ଏହି କାର୍ଯ୍ୟକ୍ରମରେ ୪ଟି ଯାକ ଲୋକସଭା ଆସନର ପ୍ରାର୍ଥୀ ରହିବେ। କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ସଂସଦୀୟ କ୍ଷେତ୍ର ଅଧୀନସ୍ଥ ୨୧ଟି ଯାକ ବିଧାନସଭା ନିର୍ବାଚନମଣ୍ଡଳୀର ପ୍ରାର୍ଥୀ ମଞ୍ଚରେ ରହିବେ ବୋଲି ଜଣାପଡ଼ିଛି।

ପ୍ରାୟ ୧ଲକ୍ଷ ଲୋକଙ୍କୁ ନେଇ ବିଶାଳ ସମାବେଶ କରିବାକୁ ଦଳ ପକ୍ଷରୁ ପ୍ରସ୍ତୁତି ହୋଇଛି। ନିର୍ବାଚନ ଘୋଷଣା ହେବା ପରେ ମୋଦୀଙ୍କର ଓଡ଼ିଶାରେ ଏହା ପ୍ରଥମ କାର୍ଯ୍ୟକ୍ରମ ହୋଇଥିବାରୁ ଏଠାରେ ମୋଦୀ କେଉଁଭଳି ପ୍ରଚାର କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି। ନିକଟରେ ଏକ ଟିଭି ସାକ୍ଷାତକାରରେ ମୋଦୀ ରାଜ୍ୟ ସରକାରଙ୍କୁ ଶାଣିତ ଆକ୍ରମଣ କରିବା ସହ ଓଡ଼ିଶାରେ ବିଜେପି ସରକାର ଗଢ଼ିବାକୁ ସୁଯୋଗ ଦେବାକୁ କହିଥି‌େଲ। ତେଣୁ ନବରଙ୍ଗପୁରରେ ମୋଦୀ ସେହି ଶାଣିତ ଆକ୍ରମଣ ଜାରି ରଖୁଛନ୍ତି ନା ଅାହୁରି ଆକ୍ରମଣାତ୍ମକ ପ୍ରଚାର କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button