ଦେଶ

ରାଜଧାନୀରେ ବହୁ ସ୍କୁଲକୁ ବୋମା ଆତଙ୍କ – Ibnodisha

[ad_1]

ଦିଲ୍ଲୀ : ସ୍କୁଲ ପରିସରରେ ରହିଛି ବମ୍‌ । ଯେକୌଣସି ମୁହୂର୍ତ୍ତରେ ଫୁଟିପାରେ। ଦିଲ୍ଲୀର ୬ଟି ହାଇ ପ୍ରୋଫାଇଲ ସ୍କୁଲକୁ ଏପରି ଇ-ମେଲ୍ ଆସିବା ପରେ କର୍ତ୍ତୃପକ୍ଷଙ୍କ ନିଦ ହଜି ଯାଇଛି। ଆଜି ସକାଳ ୬ଟାରେ ଡିପିଏସ୍‌ ସ୍କୁଲ ତରଫରୁ ଅଗ୍ନିଶମ ବିଭାଗକୁ ଫୋନ୍ କରି ବମ୍ ଥିବାର ଧମକ ସମ୍ପର୍କରେ ସୂଚନା ଦିଅଯାଇଥିଲା।

ଏହାପରେ ଘଟଣାସ୍ଥଳରେ ତୁରନ୍ତ ପୁଲିସ୍‌, ଅଗ୍ନିଶମ କର୍ମଚାରୀ ଓ ବମ୍ ନିଷ୍କ୍ରିୟକାରୀ ଦଳ ପହଞ୍ଚିଥିଲେ। ସେମାନେ ପୂରା ସ୍କୁଲକୁ ଛାନଭିନ କରିଥିଲେ ବି ବମ୍‌ର ସନ୍ଧାନ ପାଇ ପାରି ନ ଥିବା ଜଣାଯାଇଛି। ଦିଲ୍ଲୀର ଏହି ୬ଟି ହାଇ ପ୍ରୋଫାଇଲ ସ୍କୁଲ ମଧ୍ୟରେ ଦ୍ୱାରକାସ୍ଥିତ ଡିପିଏସ୍‌, ମୟୂରବିହାରସ୍ଥିତ ମଦର ମ୍ୟାରି ସ୍କୁଲ, ଓ ନୂଆଦିଲ୍ଲୀର ସଂସ୍କୃତି ସ୍କୁଲ, ବସନ୍ତକୁଞ୍ଜସ୍ଥିତ ଡିପିଏସ୍ ସ୍କୁଲ, ଦକ୍ଷିଣ ପଶ୍ଚିମ ଜିଲ୍ଲାରେ ଥିବା ଡିଏଭି ସ୍କୁଲ, ପୁଷ୍ପବିହାରସ୍ଥିତ ଏଏମ୍‌ଆଇଟିୱାଇ ସ୍କୁଲକୁ ବି ମିଳିଥିବା ଜଣାଯାଇଛି। ପୁଲିସ୍ ଏହି ମାମଲାର ଯାଞ୍ଚ ଆରମ୍ଭ କରିଛି। ଇମେଲ୍‌ର ଆଇପି ଆଡ୍ରେସ୍‌ରୁ ଏହା ଦେଶ ବାହାରୁ ଆସିଥିବା ଜଣାଯାଇଛି। ଗୋଟିଏ ଇ-ମେଲ୍‌କୁ ବିଭିନ୍ନ ସ୍ଥାନକୁ ପଠାଯାଉଥିବା ପୁଲିସ୍‌ର ପ୍ରାଥମିକ ତଦନ୍ତରୁ ଜଣାଯାଇଛି ।

The post ରାଜଧାନୀରେ ବହୁ ସ୍କୁଲକୁ ବୋମା ଆତଙ୍କ appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button