ଦେଶ

ଭାରତ ବିପକ୍ଷ ଟି-୨୦ ସିରିଜ: ଓହରିଲେ ୱାର୍ଣ୍ଣର – Ibnodisha

[ad_1]

ନୂଆଦିଲ୍ଲୀ: ଆସନ୍ତା ଗୁରୁବାରଠାରୁ ଭାରତ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ଖେଳାଯିବ । ଏନେଇ ଅଷ୍ଟ୍ରେଲିଆ ପକ୍ଷରୁ ଦଳ ଘୋଷଣା କରାଯାଇଛି । ତେବେ ଘୋଷିତ ଦଳରୁ ପୂର୍ବତନ ଭାଇସ୍ କ୍ୟାପ୍‌ଟେନ୍ ତଥା ଓପନର ଡେଭିଡ୍ ୱାର୍ଣ୍ଣର ଓହରିଛନ୍ତି । ଆସନ୍ତା ବର୍ଷ ପାକିସ୍ତାନ ବିପକ୍ଷ ସିଡନୀ ଟେଷ୍ଟ ପରେ ଟେଷ୍ଟ କ୍ରିକେଟରୁ ସନ୍ୟାସ ନେବାକୁ ଯାଉଥିବା ୱାର୍ଣ୍ଣର ବିଶ୍ୱକପରେ ପାଖାପାଖି ୫୦ ହାରରେ ୫୩୫ ରନ୍ କରିଥିଲେ । ଭାରତ ବିପକ୍ଷ ଏହି ସିରିଜରୁ ପ୍ୟାଟ୍ କମିନ୍ସ, ମିଚେଲ ଷ୍ଟାର୍କ, ଜୋଶ ହାଜେଲଉଡ୍‌, କାମେରନ୍ ଗ୍ରିନ୍ ଓ ମିଚେଲ ମାର୍ଶଙ୍କୁ ବିଶ୍ରାମ ଦିଆଯାଇଛି ।

ତେବେ ଚଳିତ ବର୍ଷ ପ୍ରାରମ୍ଭରେ ଦକ୍ଷିଣ ଆଫ୍ରିକାରେ ଅଷ୍ଟ୍ରେଲିଆ ପକ୍ଷରୁ ପଦାର୍ପଣ କରିଥିବା ପେସ୍ ବୋଲିଂ ଅଲରାଉଣ୍ଡର ଆରୋନ୍ ହାର୍ଡିଙ୍କୁ ଟି-୨୦ ଦଳରେ ସାମିଲ କରାୟାଇଛି । ଏହାବ୍ୟତୀତ କେନ୍ ରିଚାର୍ଡସନ୍‌ଙ୍କୁ ଦଳରେ ସାମିଲ କରାଯାଇଛି । ଆନ୍ଦ୍ରେ ବୋରୋଭେକ୍‌ଙ୍କୁ ଷ୍ଟାଣ୍ଡ-ଇନ୍ କୋଚ୍ ନିଯୁକ୍ତ କରାଯାଇଛି । ଏହି ଶୃଙ୍ଖଳାରେ ଅଷ୍ଟ୍ରେଲିଆ ଦଳର ନେତୃତ୍ୱ ମାଥ୍ୟୁ ୱେଡ୍ ନେବେ । ୨୦୨୩ ସେପ୍ଟେମ୍ବରରେ ତିନିଟିକିଆ ଦିନିକିଆ ମ୍ୟାଚ୍ ବିଶିଷ୍ଟ ସିରିଜରୁ ଅଷ୍ଟ୍ରେଲିଆର ଭାରତ ଗସ୍ତ ହୋଇଥିଲା । ଭାରତ ଏହାକୁ ୨-୧ରେ ଜିତିଥିଲା । ଏବେ ଟି-ଟ୍ୱେଣ୍ଟି ସିରିଜ୍ ଖେଳାଯିବ ।

ଅଷ୍ଟ୍ରେଲିଆ ଟି-୨୦ ଦଳ: ମାଥ୍ୟୁ ୱେଡ୍ (ଅଧିନାୟକ), ଆରୋନ୍ ହାର୍ଡି, ଜାସନ୍ ବେହେରନଡର୍ଫ, ସିନ୍ ଆବଟ୍‌, ଟିମ୍ ଡେଭିଡ୍‌, ନାଥନ୍ ଏଲିସ, ଟ୍ରାଭିସ୍ ହେଡ୍‌, ଜୋଶ ଇଙ୍ଗଲିସ, ଗ୍ଲେନ୍ ମ୍ୟାକ୍ସୱେଲ, ତନବୀର ସଙ୍ଘ, ମ୍ୟାଟ୍ ସର୍ଟ, ଷ୍ଟିଭ୍ ସ୍ମିଥ୍‌, ମାର୍କସ ଷ୍ଟୋଇନିସ୍‌, କେନ୍ ରିଚାର୍ଡସନ୍‌, ଆଡାମ ଜାମ୍ପା ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button