ଦେଶ

ଓଡ଼ିଶା‌ରେ ୪,୨୪୯ କୋଟି ଜିଏସ୍‌ଟି ସଂଗ୍ରହ: ଦେଶରେ ୧.୬୨ ଲକ୍ଷ କୋଟି – Ibnodisha

[ad_1]

ନୂଆଦିଲ୍ଲୀ/ ଭୁବନେଶ୍ବର: ଚଳିତ ବର୍ଷ ‌ସେପ୍ଟେମ୍ବରରେ ଦେଶରେ ୧,୬୨,୭୧୨ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ ହୋଇଥିବା ବେଳେ ସେଥିରୁ ଓଡ଼ିଶାରେ ୪,୨୪୯ କୋଟି ଟଙ୍କା ସଂଗ୍ରହ ହୋଇଛି। ଗତବର୍ଷ ସେପ୍ଟେମ୍ବର ତୁଳନାରେ ଦେଶରେ ଜିଏସ୍‌ଟି ସଂଗ୍ରହ ୧୦ ପ୍ରତିଶତ ବଢ଼ିଥିବା ବେଳେ ଓଡ଼ିଶାରେ ୧୩ ପ୍ରତିଶତ ବଢ଼ିଛି। ୨୦୨୨ ସେପ୍ଟେମ୍ବରରେ ଦେଶରେ ୧,୪୭,୬୮୬ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ ହୋଇଥିବା ବେଳେ ଓଡ଼ିଶାରେ ୩,୭୬୫ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଥିଲା।

ରାଜ୍ୟ ବାଣିଜ୍ୟକର ଓ ଜିଏସ୍‌ଟି କମିସନରେଟ୍ ତଥ୍ୟ ଅନୁଯାୟୀ ଚଳିତ ବର୍ଷ ସେପ୍ଟେମ୍ବରରେ ରାଜ୍ୟ ଜିଏସ୍‌ଟି (ଏସ୍‌ଜିଏସ୍‌ଟି) ଓ ସମନ୍ବିତ ଜିଏସ୍‌ଟି (ଆଇଜିଏସ୍‌ଟି) ବାବଦକୁ ଓଡ଼ିଶା ୧୬୫୧.୮୫ କୋଟି ଟଙ୍କା ସଂଗ୍ରହ କରିଛି ଯାହା ୨୦୨୨ ସେପ୍ଟେମ୍ବରରେ ହୋଇଥିବା ୧୧୫୭.୦୮ କୋଟି ଟଙ୍କା ତୁଳନାରେ ୪୨.୭୪ ପ୍ରତିଶତ ଅଧିକ। ରାଜ୍ୟ ଜିଏସ୍‌ଟି (ଏସ୍‌ଜିଏସ୍‌ଟି) ବାବଦକୁ ରାଜ୍ୟରେ ୧୧୯୭.୩୭ କୋଟି ଟଙ୍କା ସଂଗ୍ରହ କରାଯାଇଛି। ଏଥିରେ ଗତବର୍ଷ ତୁଳନାରେ ୨୯.୧୭ ପ୍ରତିଶତ ବୃଦ୍ଧି ହୋଇଛି। ରାଜ୍ୟ ବାଣିଜ୍ୟ କର ବିଭାଗ ଦ୍ବାରା ପରିଚାଳିତ ହେଉଥିବା ଜିଏସ୍‌ଟି, ଭାଟ୍‌, ପ୍ରବେଶ ଶୁଳ୍କ ଓ ପ୍ରଫେସନାଲ୍ ଟିକସ ଅଧୀନରେ ଚଳିତ ବର୍ଷ ସେପ୍ଟେମ୍ବରରେ ୨୬୩୮.୧୭ କୋଟି ଟଙ୍କା ସଂଗ୍ରହ ହୋଇଛି ଯାହା ୨୦୨୨ ସେପ୍ଟେମ୍ବରରେ ହୋଇଥିବା ସଂଗ୍ରହ ତୁଳନାରେ ୨୭.୪୩ ପ୍ରତିଶତ ଅଧିକ।

ସର୍ବଭାରତୀୟ ସ୍ତରରେ ଚଳିତ ବର୍ଷ ସେପ୍ଟେମ୍ବରରେ ୨୯,୮୧୮ କୋଟି ଟଙ୍କାର କେନ୍ଦ୍ରୀୟ ଜିଏସ୍‌ଟି, ୩୭,୬୫୭ ‌କୋଟି ଟଙ୍କାର ରାଜ୍ୟ ଜିଏସ୍‌ଟି ଓ ୮୩,୬୨୩ କୋଟି ଟଙ୍କାର ସମନ୍ବିତ ଜିଏସ୍‌ଟି ସଂଗ୍ରହ କରାଯାଇଥିଲା। ସେସ୍‌ ବାବଦରେ ୧୧,୬୧୩ କୋଟି ଟଙ୍କା ସଂଗ୍ରହ ହୋଇଛି। ୨୦୨୩-୨୪ ଆର୍ଥିକ ବର୍ଷରେ ଚତୁର୍ଥ ଥର ପାଇଁ କୌଣସି ମାସରେ ୧.୬୦ ଲକ୍ଷ କୋଟି ଟଙ୍କାରୁ ଅଧିକ ଜିଏସ୍‌ଟି ସଂଗ୍ରହ କରାଯାଇଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ ମାସରେ ଦେଶରେ ଜିଏସ୍‌ଟି ସଂଗ୍ରହ ୯,୯୨,୫-୮ କୋଟି ଟଙ୍କାରେ ପହଞ୍ଚିଛି ଯାହା ଗତ ଆର୍ଥିକ ବର୍ଷର ପ୍ରଥମ ଛଅ ମାସରେ କରାଯାଇଥିବା ୮,୯୩,୩୩୪ କୋଟି ଟଙ୍କା ତୁଳନାରେ ୧୧ ପ୍ରତିଶତ ଅଧିକ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button