ଦେଶ

‘ନ୍ୟାସନାଲ କ୍ରିଏଟର୍ସ ଆୱାର୍ଡ’ ଘୋଷଣା – Ibnodisha

[ad_1]

ନୂଆଦିଲ୍ଲୀ : ବର୍ତ୍ତମାନ ସମୟର ପ୍ରଭାବଶାଳୀ ବ୍ୟକ୍ତି ଓ ବିଷୟବସ୍ତୁ ସୃଷ୍ଟିକାରୀଙ୍କୁ ଲୋକଲୋଚନକୁ ଆଣିବା ପାଇଁ ପ୍ରଧାନ ମନ୍ତ୍ରୀଙ୍କ ତରଫରୁ ଏହା ଏକ ନିଆରା ପ୍ରକ୍ରିୟା । ଯାହାଦ୍ୱାରା ଆଜିର ଯୁବପିଢ଼ି କିଛି ନୂଆ କରିବାକୁ ପ୍ରେରଣା ପାଇଁ ପାରିବେ । ‘ନ୍ୟାସନାଲ କ୍ରିଏଟର୍ସ ଆୱାର୍ଡ’ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ।ଭାରତର ଡିଜିଟାଲ ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ସରକାର ନ୍ୟାସନାଲ କ୍ରିଏଟର୍ସ ଆୱାର୍ଡ ଘୋଷଣା କରିଛନ୍ତି। ଭାରତର ନୂତନ କ୍ରିଏଟର୍ସମାନଙ୍କୁ ଏହି ଆୱାର୍ଡ ପ୍ରଦାନ କରାଯିବ । ତେବେ ରବିବାର ଦିନ ନ୍ୟାସନାଲ କ୍ରିଏଟର୍ସ ଆୱାର୍ଡ ପ୍ରଦାନ କରାଯିବା ପଦକ୍ଷେପକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଥିସହ ସୃଜନଶୀଳ କାର୍ୟ୍ୟରେ ନିୟୋଜିତ ଲୋକଙ୍କ ପାଇଁ ଏହା ଏକ ବଡ଼ ସୁଯୋଗ ବୋଲି କହିଛନ୍ତି। ‘ନ୍ୟାସନାଲ କ୍ରିଏଟର୍ସ ଆୱାର୍ଡ’ ହେଉଛି ଭାରତର ବିକାଶ ଏବଂ ପ୍ରତିଭାକୁ ଜାଗ୍ରତ କରିବାର ଏକ ପ୍ରୟାସ ବୋଲି ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଏହି ‘ନ୍ୟାସନାଲ କ୍ରିଏଟର୍ସ ଆୱାର୍ଡ’ ମାଧ୍ୟମରେ ଭାରତର ଡିଜିଟାଲ କ୍ଷେତ୍ରରେ ନୂତନତ୍ୱ ଆଣିପାରିବ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button