ଦେଶ

ଶିକ୍ଷକ ଚାପୁଡ଼ାର ଫାଟିଲା ଛାତ୍ର କାନର ପରଦା – Ibnodisha

[ad_1]

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର କାନପୁରରୁ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଶିକ୍ଷକ ଚାପୁଡ଼ା ମାରି ଜଣେ ଛାତ୍ରଙ୍କ କାନପରଦା ପଠାଇ ଦେଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ଛାତ୍ର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଅଭିଯୁକ୍ତ ଶିକ୍ଷକଙ୍କ ନାମ ବିକ୍ରାନ୍ତ ଥାମସ ବୋଲି ଜଣାପଡ଼ିଛି। ଷଷ୍ଠ ଶ୍ରେଣୀରେ ପାଠପଢ଼ୁଥିବା ପୀଡ଼ିତ ଛାତ୍ରଙ୍କ ବାପା ଅଭିଯୋଗ କରି କହିଛନ୍ତି,‘ ପ୍ରତିଦିନ ଭଳି ପୁଅ ଆଜି ବି ସ୍କୁଲ ଯାଇଥିଲା। ସ୍କୁଲରୁ ସେ ଗୁରୁତର ଆହତ ଅବସ୍ଥାରେ କାନ୍ଦିକ‌ାନ୍ଦି ଘରୁକୁ ଫେରିଥିଲା। କ’ଣ ହୋଇଛି ବୋଲି ପଚାରିବାରୁ ସେ କହିଥିଲା,‘‘ ସ୍କୁଲରେ କମ୍ପ୍ୟୁଟର ଶିକ୍ଷକ ବିକ୍ରାନ୍ତ ସାର ମୋତେ ଖୁବ ବାଡେଇଛନ୍ତି। ତା’ପରେ ମୋର କାନ‌ରେ ପ୍ରବଳ ଯନ୍ତ୍ରଣା ହେଉଛି।’’ ପୁଅଠାରୁ ଏକଥା ଶୁଣିବା ପରେ ଆମେ ତୁରନ୍ତ ତାକୁ ଚିକିତ୍ସା ପାଇଁ ହସ୍ପିଟାଲ ନେଇ ଯାଇଥିଲୁ। ସେଠାରେ ଡାକ୍ତର ଚିକିତ୍ସା ପରେ ପୁଅର ଅବସ୍ଥା ଗୁରୁତର ରହିଥିବା ସହ ତାର କାନ ପରଦା ଫାଟି ଯାଇଥିବା କହିଛନ୍ତି। ଏଥିସହିତ ପୁଅର ଶରୀର ଅନେକ ସ୍ଥାନରେ କ୍ଷତ ଚିହ୍ନ ବି ରହିଥିବା ଦେଖିବାକୁ ମିଳିଥିଲା’ ଛାତ୍ରଙ୍କ ବାପା ଏହି ଘଟଣା ନେଇ ସ୍କୁଲ କର୍ତ୍ତୃପକ୍ଷ ସମେତ ପୁଲିସରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ କେନ୍ଦ୍ର କରି ପୁଲିସ ତଦନ୍ତ ଆରମ୍ଭ କରିବା ସହିତ ସମ୍ପୃକ୍ତ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି। ଶିକ୍ଷକଙ୍କୁ ଥାନାରେ ଅଟକ ରଖି ପୁଲିସ ପଚରାଉଚରା ଜାରି ରଖିଛି।’

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button