ଦେଶ

ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ହମାସ ଡେପୁଟି ମୁଖ୍ୟ ନିପାତ – Ibnodisha

[ad_1]

ନୂଆଦିଲ୍ଲୀ : ଗତ ଅକ୍ଟୋବର ମାସରୁ ଇସ୍ରାଏଲ- ଗାଜା ଆତଙ୍କୀ ସଂଗଠନ ହମାସ ମଧ୍ୟରେ ଘମାଘୋଟ ଯୁଦ୍ଧ ଜାରି ରହିଥିବା ବେଳେ ଏହା ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସିଛି । ଇସ୍ରାଏଲ ଡ୍ରୋନ ଆଟାକରେ ହମାସର ଡେପୁଟି ମୁଖ୍ୟ ସାଲେହ ଅଲ ଆରୌରିର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମଙ୍ଗଳବାର ଲେବାବନ ରାଜଧାନୀ ବୈରୁଟଠାରେ ଇସ୍ରାଏଲ ଆକ୍ରମଣରେ ସାଲେହର ମୃତ୍ୟୁ ହୋଇଥିବା ନେଇ ଲେବାନନ ଓ ପାଲେଷ୍ଟାଇନ ପକ୍ଷରୁ ସୂଚନା ଜାରି କରାଯାଇଛି । ହମାସ ମଧ୍ୟ ଏନେଇ ସ୍ପଷ୍ଟୀକରଣ ରଖିଛି ।

୫୭ ବର୍ଷୀୟ ସାଲେହ ହମାସର ପ୍ରଥମ ବରିଷ୍ଠ ରାଜନୈତିକ ନେତା ଥିଲା । ରିପୋର୍ଟ ଅନୁଯାୟୀ, ହମାସ ନେତା ସାଲେହ ଅଲ ଆରୌରିର ମୃତ୍ୟୁ ନେଇ ହମାସର ବରିଷ୍ଠ ଅଧିକାରୀ ଇଜ୍ଜତ ଅଲ ରିସ୍କ ନିଜ ବୟାନରେ କହିଛନ୍ତି, ପାଲେଷ୍ଟାଇନ ଭିତରେ ଓ ବାହାରେ ଆମର ପାଲେଷ୍ଟାଇନ ନେତା ଓ ପାଲେଷ୍ଟାଇନ ପ୍ରତୀକକୁ କବ୍‌ଜା କରିବା ଦ୍ୱାରା ଓ ଆମ ନେତାମାନଙ୍କୁ ହତ୍ୟା କରାଗଲେ ମଧ୍ୟ ଆମ ଲୋକମାନଙ୍କ ଇଚ୍ଛାଶକ୍ତି ଓ ଦୃଢତାକୁ ଭାଙ୍ଗିବାରେ କେହି ସଫଳ ହେବେ ନାହିଁ । ଲେବାବନନର ଏକଜ୍ୟୁକ୍ୟୁଟିଭ୍ ପ୍ରଧାନମନ୍ତ୍ରୀ ନଜୀବ ମିକାତି ମଧ୍ୟ ସାଲେହ ଅଲ ଆରୌରିଙ୍କ ହତ୍ୟାକୁ କଡ଼ା ନିନ୍ଦା କରିଛନ୍ତି ।

ଏହି ଘଟଣାକୁ ନେଇ ପ୍ରତିକ୍ରିୟା ଦେବା ସହ ବୟାନ ଜାରି କରିଛନ୍ତି । ସେ ହମାସର ଉପ ନେତାଙ୍କ ହତ୍ୟାକୁ କଡା ନିନ୍ଦା କରିବା ସହ ଇସ୍ରାଏଲକୁ ଅପରାଧି ବୋଲି କହିଛନ୍ତି । ଇସ୍ରାଏଲ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟୀକରଣ ରଖାଯାଇନାହିଁ । ତେବେ ଲେବାନନରେ ବାସ କରୁଥିବା ୫୭ ବର୍ଷୀୟ ଅଲ ଅରୌରୀ ଆତଙ୍କବାଦ ସଂଗଠନ ପାଇଁ ରାଜନୈତିକ ବ୍ୟୁରୋର ଉପ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ । ହମାସ ନେତାଙ୍କ ମୃତ୍ୟୁ ପରେ ଗାଜାରେ ଅସ୍ତ୍ରବିରତି ପାଇଁ ହମାସ ପକ୍ଷରୁ କୁହାଯାଇଥିଲେ ମଧ୍ୟ ଇସ୍ରାଏଲ ଏହାକୁ ପ୍ରତ୍ୟାଖ୍ୟାନ କରିଥିବା ସୂଚନା ରହିଛି । କତାର ଓ ଇଜିପ୍ଟ ମଧ୍ୟସ୍ଥିରେ ଗାଜାରେ ଅସ୍ତ୍ରବିରତି ଚୁକ୍ତିନାମା ପାଇଁ ଗାଜା ରାଜି ହୋଇଥିବା ବେଳେ ଇସ୍ରାଏଲ ଏଥିରେ ସମ୍ମତି ପ୍ରକାଶ କରିନଥିବା ଜଣାପଡିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button