IBN ଓଡ଼ିଶା ବ୍ୟୁରୋ

କାନ୍ଦିଲା କାଳିଆ, ଝରିଲା ଲୁହ, ପୁରୀରେ ପହଣ୍ଡି ଯାତ୍ରା ସମୟର ଏହି ଅପୂର୍ବ ଦୃଶ୍ୟ, ଦେଖନ୍ତୁ Video

ବନ୍ଧୁଗଣ, ଦୀର୍ଘ ଦୁଇବର୍ଷ ପରେ ପୁରୀରେ ରଥଯାତ୍ରା ଅଥବା ଘୋଷଯାତ୍ରା ଅନୁଷ୍ଠିତ ହୋଇଅଛି । ଦୂର ଦୂରନ୍ତରରୁ ଲୋକେ ଦେଖିବାକୁ ଆସିଛନ୍ତି । କାଳିଆର ଦିବ୍ୟଲୀଳା ପୁଣି ଜନସମୁଦ୍ରରେ ଭାବର ଠାକୁରର ପହଣ୍ଡିଯାତ୍ରା । ତେବେ ଦୀର୍ଘ ଦୁଇବର୍ଷ ପରେ ଜଗତଠାକୁରଙ୍କ ଦିବ୍ୟସାନିଧ୍ୟ ପାଇଁ ଭକ୍ତିରେ ଉଛୁଳୁଥିଲା ଭକ୍ତର ମନ ତ ସେପଟେ ବେଗି ବେଗି ଭକ୍ତ ସାଗରରେ ମିଶିବାକୁ ଯେପରି ଉଚ୍ଛନ୍ନ ହେଉଥିଲେ ଭାବଗ୍ରାହୀ । ବୋଧହୁଏ ସେଇଥିପାଇଁ ଏଥର ନିର୍ଦ୍ଧାରିତ ସମୟର ଢେର ଆଗରୁ ରଥ ପ୍ରତିଷ୍ଠା ପରେ ପରେ ଘଣ୍ଟାଘଣ୍ଟା ଏବଂ ଗହଳୀରେ କମ୍ପି ଉଠିଥିଲା ଶ୍ରୀମନ୍ଦିର ।

ଚକ୍ରରାଜ ସୁଦର୍ଶନ ଙ୍କ ପହଣ୍ଡି ପରେ ଟାହିୟା ହଲାଇ ବାଇଶି ପାହାଚ ଦେଇ ଓହ୍ଲାଇ ଆସିଥିଲେ ବଡଭାଇ ବଳଭଦ୍ର । ତାଙ୍କ ପଛେ ପଛେ ମା’ ସୁଭଦ୍ରା ଏବଂ ଶେଷରେ ଟାହିୟାର ଅପୂର୍ବ ତୁଳନାରେ ସୁନ୍ଦର ପଦ ଏବଂ ସୁନ୍ଦର ଗତିରେ ନନ୍ଦୀଘୋଷକୁ ବିଜେ କରିଥିଲେ ଜଗତଠାକୁର ଜଗନ୍ନାଥ । ଭକ୍ତମାନେ ମଧ୍ୟ ବଡ ବ୍ୟାଗ୍ରହୋଇ ଅନାଇଥିଲେ ଯେ କେତେବେଳେ ସେ ଚକାଆଖିକୁ ଦର୍ଶନ କରିବେ ?

ଚକାଆଖିଦେଖି ଆଖିଯାଏ ଲାଖି, ଯେତେବେଳେ ଭକ୍ତ ସେହି ଅପୂର୍ବ ଆଖିକୁ ଦର୍ଶନ କରିଦେଇଛି ଭକ୍ତ ସନ୍ତୁଷ୍ଟ ଏବଂ ଭଗବାନ କାଳିଆ ସାଆନ୍ତ ମଧ୍ୟ ବଡ ଆନନ୍ଦରେ ଏହି ଯାତ୍ରା ସମାପନ କରିଲେ । ମହାପ୍ରଭୁ ବହୁତ ଶୀଘ୍ର ସକାଳୁ ବାହାରି ଆସିଥିଲେ ଭକ୍ତ ମାନଙ୍କୁ ଦର୍ଶନ ଦେବାପାଇଁ । ଗତ ଦୁଇବର୍ଷ ହେବ ଭକ୍ତମାନେ ଏହି ସୁବିଧାରୁ ବଞ୍ଚିତ ଥିଲେ ଏଣୁ ଏହା ମହାପ୍ରଭୁଙ୍କର ଅଶେଷ ଆଶୀର୍ବାଦ ସମସ୍ତଙ୍କ ଉପରେ ରହିଅଛି ।

ଚତୁର୍ଥା ମୁରତିକୁ ରଥାରୂଢ କରାଯିବା ପରେ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଅନୁଗାମିକ ସହିତ ପହଞ୍ଚିଥିଲେ ଜଗତଗୁରୁ ସଙ୍କରାଚାର୍ଜ୍ୟ । ଏହାପରେ ଘୋଷଯାତ୍ରାର ଅନନ୍ୟ ପରମ୍ପରା ଛେରାପହଁରା ନୀତି ସମ୍ପାଦନ ପାଇଁ ଶ୍ରୀନଅରରୁ ସିଂହଦ୍ଵାର ଅଭିମୁକ୍ଷେ ତାମଜାନରେ ଆସିଥିଲେ ଗଜପତି ମହାରାଜ ଦିବ୍ୟସିଂହଦେବ । ପ୍ରଥମେ ତାଳଧ୍ଵଜ, ଏହାପରେ ନନ୍ଦିଘୋଷ, ଏହାପରେ ଦର୍ପଦଳନ ଛାଡୁରେ ସୁନାରଥରେ ଛେରାପହଁରା ସହିତ ବନ୍ଦାପନା କରିଥିଲେ ଗଜପତି ।

ଏହାପରେ ଆସିଥିଲା ସେହି ବୋହୁ ପ୍ରତିଖିତ ମୂହୁର୍ତ୍ତ । ଚାରମାଳ ଫିଟାଜାଇ ନିର୍ଦ୍ଧାରିତ ସମୟ ଅପରାହ୍ନ ୪ ଟା ପରିବର୍ତ୍ତେ ଦିନ ପ୍ରାୟ ୧୨.୩୮ରେ ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱୋଜ ରଥକୁ ଗୁଣ୍ଡିଚା ଅଭିମୁକ୍ଷେ ଟାଣି ନେଇଥିଲେ ଭକ୍ତ । ଏହାପରେ ମା’ ସୁଭଦ୍ରାଙ୍କ ଦେବଦଳନ, ଆଉ ଶେଷରେ ଘର ଘର ନାଦରେ ଲକ୍ଷ ଲକ୍ଷ ଭକ୍ତଙ୍କ ଗହଳୀରେ ବଡଦାଣ୍ଡରେ ଗଡିଥିଲା କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button