IBN ଓଡ଼ିଶା ବ୍ୟୁରୋ

ଗୋଟିଏ ମାସ ନଡ଼ିଆ ପାଣି ପିଇବା ପରେ ଶରୀରରେ ହେବ କିଛି ଏଭଳି , ଜାଣନ୍ତୁ ଏହାର ୫ଟି ଲାଭ

ଗରମ ଦିନରେ ଶରୀରକୁ ହାଇଡ୍ରେଟ ରଖିବା ପାଇଁ ନଡ଼ିଆ ପାଣି ଏକ ଭଲ ବିକଳ୍ପ ଅଟେ। ସ୍ୱାସ୍ଥ୍ୟ ପାଇଁ ଏହାକୁ ସେବନ କରିବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏଥିରେ ଭିଟାମିନ , ମିନେରାଲ ପ୍ରଚୁର ପରିମାଣରେ ରହିଥାଏ। ଏହାସହିତ ଏଥିରେ ଇଲେକ୍ଟ୍ରୋଲାଇଟ୍ସ , ଆଣ୍ଟି ଅକ୍ସିଡ଼ାଣ୍ଟ , ଏମିନୋ ଏସିଡ ଏବଂ ଏନଜାଇମ ମଧ୍ୟ ରହିଥାଏ। ଏହି କାରଣରୁ ଏହା ଏହି ଋତୁରେ ଅଂଶୁଘାତରୁ ରକ୍ଷା କରିଥାଏ। ଏହାକୁ ପିଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ ଏବଂ ଗ୍ଲୁକୋଜର ସ୍ତର ମଧ୍ୟ ନିୟନ୍ତ୍ରିତ ହୋଇ ରହିଥାଏ।

ସକାଳେ ନଡ଼ିଆ ପାଣି ପିଇବାର ଲାଭ:-

୧)

ଥାଇରୋଏଡ଼ ହରମୋନର ସନ୍ତୁଳନ ବଜାୟ ରଖିବାରେ ନଡିଆ ପାଣି ବହୁତ ଲାଭକାରୀ ହୋଇଥାଏ।

ସକାଳ ସମୟରେ ନଡ଼ିଆ ପାଣି ପିଇବା ଦ୍ୱାରା ଥାଇରୋଏଡ଼ ହରମୋନ ନିୟନ୍ତ୍ରିତ ରହିଥାଏ।

Google

୨)

ଅନୁସନ୍ଧାନ ଅନୁଯାୟୀ , ନଡିଆ ପାଣି ରକ୍ତରୁ ଶୁଗାର ସ୍ତରକୁ କମ କରିଥାଏ।

ବାସ୍ତବରେ ଇନସୁଲିନର ଅଭାବରୁ ମଧୁମେହ ରୋଗର ସମସ୍ୟା ହୋଇଥାଏ। ଏହା ଇନସୁଲିନକୁ ବଢ଼ାଇଥାଏ।

୩)

ନଡ଼ିଆ ପାଣି ଏକ କମ କ୍ୟାଲୋରୀ ପାନୀୟ ଅଟେ। ଏଥିରେ ଆଣ୍ଟି ଅକ୍ସିଡ଼ାଣ୍ଟ ,ଏମିନୋ ଏସିଡ ,ଏନଜାଇମ , ବି କମ୍ପଲେକ୍ସ ଭିଟାମିନ ଏବଂ ଭିଟାମିନ ସି ଆଦି ହୋଇଥାଏ , ଯାହା ଚର୍ମକୁ ଉଜ୍ଜଳ ଏବଂ ମସୃଣ କରିଥାଏ।

Google

୪)

କୋଲେଷ୍ଟ୍ରୋଲ ଏବଂ ବିନା ଚର୍ବୀ ହେବା କାରଣରୁ ଏହା ହୃଦୟ ପାଣି ବହୁତ ଭଲ ହୋଇଥାଏ।

ଏହା ସହିତ ଏହାର ଆଣ୍ଟି ଅକ୍ସିଡ଼ାଣ୍ଟ ଗୁଣ ମଧ୍ୟ ସଞ୍ଚାଳନ ଉପରେ ସକାରତ୍ମକ ପ୍ରଭାବ ପକାଇଥାଏ।

୫)

କିଡନୀକୁ ସୁସ୍ଥ ରଖିବା ପାଇଁ ମଧ୍ୟ ନଡ଼ିଆ ପାଣିକୁ ସେବନ କରିବା ଅତ୍ୟନ୍ତ ଭଲ ହୋଇଥାଏ। ଏହା ମୂତ୍ରମାର୍ଗକୁ ସଫା କରିବାରେ ସହାୟକ ହୋଇଥାଏ ଏବଂ ଏହା ସହିତ କିଡନୀରେ ଷ୍ଟନକୁ ବଢିବାକୁ ଦିଏ ନାହିଁ।

ନଡିଆ ପାଣିର କିଛି କ୍ଷତି ମଧ୍ୟ ରହିଛି:-

ନଡ଼ିଆ ପାଣି ଦ୍ୱାରା କିଛି କ୍ଷତି ମଧ୍ୟ ହୋଇପାରେ। ଯଦି କୌଣସି ବ୍ୟକ୍ତିଙ୍କୁ ଅଧିକ ଥକାପଣ କିମ୍ବା ଦୁର୍ବଳତା ଅନୁଭବ ହେଉଛି , ତେବେ ତାଙ୍କୁ ନଡ଼ିଆ ପାଣିକୁ ସେବନ କରିବା ଉଚିତ ନୁହେଁ। ଏଭଳି ପରିସ୍ଥିତିରେ ତାଙ୍କ ଶରୀରରେ ଇଲେକ୍ଟ୍ରୋଲାଇଟ୍ସର ସନ୍ତୁଳନ ଖରାପ ହୋଇଯାଏ ଏବଂ ସେ ଅଧିକ ଦୁର୍ବଳ ଅନୁଭବ କରିବାକୁ ଲାଗିଥାନ୍ତି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ। ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନ ଶୁଭ ହେଉ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button