IBN ଓଡ଼ିଶା ବ୍ୟୁରୋ

ମୋଦି ୩.୦କୁ ପୂରିଲା ୧୦୦ ଦିନ, ଭିତ୍ତିଭୂମିକୁ ୩ ଲକ୍ଷ କୋଟିର ବୁଷ୍ଟର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳିକୁ ୧୦୦ ଦିନ ପୂରିଛି। କ୍ଷମତାକୁ ଆସିବା ପରେ ମୋଦି ପ୍ରଥମ ୧୦୦ ଦିନ ଭିତରେ କେଉଁ କ୍ଷେତ୍ର ପ୍ରତି ବିଶେଷ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟ କରାଯିବ ତାର ଟାର୍ଗେଟ୍ ଧାର୍ଯ୍ୟ କରିଥିଲେ। ସେହି ଆଧାରରେ କାର୍ଯ୍ୟ କରିବା ଲାଗି ମନ୍ତ୍ରୀ ଓ ଅଫିସରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ତୃତୀୟ ପାଳିତୁ ୧୦୦ ଦିନ ପୂରିଥିଲା ବେଳେ ଟାର୍ଗେଟରେ ୧୦୦ ପ୍ରତିଶତ ପୂରଣ ହୋଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି।

ମୋଦି ସରକାରଙ୍କ ପ୍ରଥମ ଫୋକସ ଥିଲା ଭିତ୍ତିଭୂମି ବିକାଶ। ସେଥିପାଇଁ ୧୦୦ ଦିନ ଭିତରେ ସଡକ, ରେଳପଥ, ବନ୍ଦର ଓ ବିମାନ ଭିତ୍ତିଭୂମି ପାଇଁ ୩ ଲକ୍ଷ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ସରକାର ଆଶା କରିଛନ୍ତି କି ପୁଞ୍ଜି ବ୍ୟୟ ପରିମାଣ ୧୧.୧୧ ଲକ୍ଷ କୋଟିକୁ ବୃଦ୍ଧି କରାଯିବ। ଫଳରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। କୃଷିକ୍ଷେତ୍ରକୁ ମଧ୍ୟ ମୋଦି ସରକାର ପ୍ରାଥମିକତା ଦେଇଛନ୍ତି। ଏପର୍ଯ୍ୟନ୍ତ ୧୨ କୋଟି ୩୩ ଲକ୍ଷ ଚାଷୀଙ୍କୁ ୩ ଲକ୍ଷ କୋଟି ଟଙ୍କା ଦିଆଯାଇଛି।

୧୦ ବର୍ଷରେ ପ୍ରତିରକ୍ଷା କ୍ଷେତ୍ରରେ ଭାରତ ମଜଭୁତ ହୋଇଛି। ଭାରତର ବିଦେଶ ନୀତି ମଜଭୁତ ହୋଇଛି। ପ୍ରଥମ ୧୦୦ ଦିନରେ ଇଜ୍ ଅଫ୍ ଡୁଇଂ ବିଜିନେସ ଓ ଯୁବବର୍ଗଙ୍କ ପାଇଁ ବହୁବିଧ ଯୋଜନା ହାତକୁ ନିଆଯାଇଛି। ଆଞ୍ଜେଲ ଟିକସ ଉଚ୍ଛେଦ କରାଯିବା ସହ କର୍ପୋରେଟ ଟିକସ ହ୍ରାସ କରାଯାଇଛି। ମହାକାଶ କ୍ଷେତ୍ରରେ ଭାରତର ଭବିଷ୍ୟତ ଉଜ୍ଜଳ ହେବ। କାରଣ ଷ୍ଟାର୍ଟଅପ୍ ପାଇଁ ୧ ହଜାର କୋଟିର ଭେଞ୍ଚର କ୍ୟାପିଟାଲର ବରାଦ କରାଯାଇଛି। ସେହିପରି ୧୧ ଲକ୍ଷ ନୂଆ ଲକ୍ଷପତି ଦିଦିଙ୍କୁ ମିଳିଲା ପ୍ରମାଣ ପତ୍ର।

Related Articles

Leave a Reply

Your email address will not be published. Required fields are marked *

Back to top button