ଆଖି ତଳର କଳା ଦାଗକୁ କିଛି ହିଁ ଦିନରେ ଦୂର କରିବାର ଜବରଦସ୍ତ ଟିପ୍ସ
ବର୍ତ୍ତମାନ ସମୟରେ ଅନେକ ଲୋକ ନିଜର ପାଠ, କାମ ବା କୌଣସି ବି କଥାକୁ ନେଇ ଅଧିକ ଟେନସନରେ ରହୁଥିଲେ । ତାହାର ସିଧାସଳଖ ପ୍ରଭାବ ତାଙ୍କ ଆଖି ତଳେ ଦେଖାଯାଇଥାଏ । ତାହା ହେଉଛି ଅନେକ ଲୋକଙ୍କ ଆଖି ତଳେ ଆପଣ ମାନେ ଦେଖିବାକୁ ପାଇଥିବେ କଳା ଦାଗ ଡାର୍କ ସର୍କଲ ହୋଇଯିବ । ଏହା ଛଡା ଯେଉଁ ମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଟିଭି, ଫୋନ ଓ ଲାପଟପ ଭଳି ଉପକରଣ ସବୁ ଦେଖିକି ଅନିଦ୍ରା ରହିଥାନ୍ତି । ସେମାନଙ୍କ ଆଖି ତଳେ ମଧ୍ୟ ଡାର୍କ ସର୍କଲ ଆସିଯାଇଥାଏ ।
ତେବେ ଆଖି ତଳର କଳା ଦାଗକୁ ଘରୋଇ ଉପଚାର ଦ୍ଵାରା କିପରି ଦୂର କରିପାରିବେ ଚାଲନ୍ତୁ ଏଠାରେ ଜାଣିବା । ତେବେ ଆଖି ତଳର କଳା ଦାଗକୁ ଦୂର କରିବା ପାଇଁ ପ୍ରସ୍ତୁତ କରିବାକୁ ଥିବା ଉପଚାର ପାଇଁ ଆପଣଙ୍କୁ ଆଳୁ, ଟମାଟୋ ଓ କାକୁଡିର ଆବଶ୍ୟକତା ପଡିବ ।
ପ୍ରଥମେ ଆପଣ ଏକ ଆଳୁକୁ ଧୋଇ ତାହାର ଚୋପାକୁ ଭଲ ଭାବେ ଛଡାଇ ଦିଅନ୍ତୁ । ତାପରେ ସେହି ଆଳୁକୁ ଗ୍ରେଭିଙ୍ଗ କରି ଏକ ଛଣା ସାହାଜ୍ଯରେ ତାହାର ରସ ବାହାର କରି ଦିଅନ୍ତୁ । ତାପରେ ବିଲାତିକୁ ମଧ୍ୟ ସେହିଭଳି କାଟିକି ତାହାକୁ ଚିପୁଡି ତାହାର ବହୁତ ସହଜରେ ରସ ବାହାର କରି ଦିଅନ୍ତୁ । ଆଳୁର ଜୁଷ ବାହାର କରିବା ପରି କାକୁଡିର ମଧ୍ୟ ଚୋପା ଛଡାଇ ତାହାକୁ ଗ୍ରେଭ କରି ଦିଅନ୍ତୁ । ତାପରେ ତାହାକୁ ଛଣା ସାହାଜ୍ଯରେ ଛାଣି ତାହାର ରସ ବାହାର କରନ୍ତୁ ।
ଆପଣ ଗୋଟେ ବାଉଲ ନେଇ ସେଥିରେ ସବୁ ଜୁଷ ଯେପରି ଆଳୁ ରସ, ବିଲାତି ରସ ଓ କାକୁଡି ରସରୁ 1 ଚାମଚ ଲେଖାଏଁ ଆଣି ସେଥିରେ ରଖନ୍ତୁ । ତାପରେ 2 ଟି ଛୋଟ ଛୋଟ ତୁଳା ସାହାଜ୍ଯରେ ତୁଳାରେ ରସ ବୁଡାଇ ନିଜ ଆଖି ତଳର କଳା ପଡିଥିବା ସ୍ଥାନରେ ରଖନ୍ତୁ । 10 ରୁ 15 ମିନିଟ ଏହାକୁ ରଖିସାରିଲା ପରେ ସେହି ସ୍ଥାନରୁ ବାହାର କରି ଦିଅନ୍ତୁ ।
ହେଲେ ସେହି ସମୟ ମଧ୍ୟରେ ପ୍ରସ୍ତୁତ କରିଥିବା ରସରେ ବୁଡାଇ ଆଣି ପୁଣି ଲଗାଇ ଦେଉଥିବେ । ତାପରେ 10 ରୁ 15 ମିନିଟ ହୋଇସାରିବା ପରେ ତାହାକୁ କାଢି ଆଣିବେ । ଏହାକୁ କିଛି ଥର ଏହିପରି ଭାବେ ବ୍ୟବହାର କରିବା ପରେ ଆପଣଙ୍କୁ ତାହାର ରେଜଲ୍ଟ ଦେଖିବାକୁ ମିଳିବ । ଆଖି ତଳର କଳା ପଡିଥିବା ସ୍ଥାନର କଳା ଦାଗକୁ ଦୂର କରିବା ପାଇଁ ଏହି ଘରୋଇ ଉପଚାର ବହୁତ ଲାଭକାରୀ ଅଟେ ।
ଏଥିସହ ଗାଜର, କନ୍ଦମୂଳ, ଆମ୍ବ ଏବଂ ଅମୃତଭଣ୍ଡା ଏହି ସବୁ ପରିବା ଖାଇବା ଦ୍ଵାରା ମଧ୍ୟ ଡାର୍କ ସର୍କଲ ରିମୁଭ ହୋଇଥାଏ । ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିଲେ । ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ଲାଗି ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ବି ଭୁଲିବେ ନାହିଁ ।