ଘୁଙ୍ଗୁଡି ସମସ୍ଯା ପାଇଁ ଚିନ୍ତିତ ଅଛନ୍ତି କି ? ଜାଣନ୍ତୁ ଘୁଙ୍ଗୁଡି ସମସ୍ୟାରୁ କେମିତି ପାଇବେ ମୁକ୍ତି ?
ବନ୍ଧୁଗଣ ଘୁଙ୍ଗୁଡି ଏକ ଏମିତି ସମସ୍ୟା ଯାହାକି ରାତିରେ ଶୋଇବା ସମୟରେ ନିଶ୍ଵାସ ତଥା ଶ୍ଵାସର ଯେଉଁ କ୍ରିୟା ଅଛି ନିଶ୍ଵାସ ନେଲା ବେଳକୁ ରାସ୍ତାଟି ସରୁ ହୋଇଯାଏ ତା ପରେ ଯେଉଁ ପବନଟି ଯାଉଛି ସେତେବେଳେ ଗୋଟେ ଆବନର୍ମାଲ ସାଉଣ୍ଡ ବାହାର କରୁଛି ତାକୁ କୁହନ୍ତି ଘୁଙ୍ଗୁଡି । ଏଇ ଘୁଙ୍ଗୁଡି ଏମିତି ଏକ ସମସ୍ୟା ଛୋଟ ପିଲା ଠାରୁ ଆରମ୍ଭ କରି ବୟସ୍କ ଲୋକ ପ୍ରାୟ ସମସ୍ତେ ଜୀବନରେ କେବେ ନା କେବେ ଘୁଙ୍ଗୁଡି ସମସ୍ୟାର ଶିକାର ହୁଅନ୍ତି ।
ବୟସ ବଢିବା ସହିତ ଘୁଙ୍ଗୁଡିର ମାତ୍ରା ବି ବଢି ଥାଏ । ଘୁଙ୍ଗୁଡିର ମାତ୍ରା ବଢିବା ଦ୍ଵାରା ନିଶ୍ଵାସ ମଝିରେ ମଝିରେ ଅଟକି ଯିବା ଏବଂ ମଝିରେ ମଝିରେ ନିଦରେ ବ୍ୟାଘାତ ସୃଷ୍ଟି ହେବା ଏବଂ ଏହା କାରଣରୁ ଦେହରେ ଅମ୍ଳଜାନର ମାତ୍ରା କମିଯାଇଥାଏ । ମସ୍ତିସ୍କକୁ ଯଦି ଠିକ ଭାବରେ ଅମ୍ଳଜାନ ନ ଯିବ ତା ହେଲେ ରାତିରେ ନିଦ ବାରମ୍ବାର ଭାଙ୍ଗିବ । ଛୋଟ ପିଲାଙ୍କ କ୍ଷେତ୍ରରେ ଶ୍ଵାସ ନଳୀ ବହୁତ ସରୁ ଥାଏ ଆଉ ଥଣ୍ଡା, କାସ ଓ ଛିଙ୍କ ଆଦି ରୋଗ ପାଇଁ ସେମାନଙ୍କର ଆପେ ଆପେ ଘୁଙ୍ଗୁଡି ବାହାରି ଯାଏ ।
ଏହା ସହିତ ବାୟୁ ପ୍ରଦୂଷଣ ମଧ୍ୟ ଏହାର ଏକ ପ୍ରମୁଖ କାରଣ । ବଡ ଲୋକଙ୍କ କ୍ଷେତ୍ରରେ ଅଧିକାଂଶ ଜେନେଟିକ ସମସ୍ୟା ଦେଖା ଦେଇଥାଏ । ଯେଉଁ ମାନଙ୍କର ମାଢି ଛୋଟ, ଜିଭ ମୋଟା, ନାକ ହାଡରେ କିଛି ସମସ୍ୟା ରହିଲେ ନିଶ୍ଵାସ ଯିବା ସମୟରେ ବହୁତ ବ୍ୟାଘାତ ସୃଷ୍ଟି ହୁଏ । ଏହା ସହିତ ଯେଉଁ ମାନେ ମଦ୍ୟପାନ ଓ ଧୂମ୍ରପାନ କରୁଛନ୍ତି ସେମାନଙ୍କ କ୍ଷେତ୍ରରେ ମଧ୍ୟ ଘୁଙ୍ଗୁଡି ସମସ୍ୟା ଦେଖା ଦେଇଥାଏ ।
ଘୁଙ୍ଗୁଡି ଯୋଗୁଁ ନିଦରେ ବ୍ୟାଘାତ ଆସିଥାଏ ତେଣୁ ଦିନ ସମୟରେ କ୍ଳାନ୍ତ ଲାଗିବା, କୌଣସି କାମରେ ମନ ନ ଲାଗିବା, ଦିନରେ ନିଦ ଲାଗିବା ଏବଂ ଛୋଟ ପିଲା ମାନଙ୍କ କ୍ଷେତ୍ରରେ ସ୍କୁଲରେ ଯାଇ ଢୋଳେଇବା ଆଦି ଦେଖା ଦେଇଥାଏ । ରାତିରେ ଲୋକ ଜାଣି ପାରେ ନାହିଁ ଯେ ସେ ଘୁଙ୍ଗୁଡି ମାରିଛି ହେଲେ ଦିନ ବେଳେ ସେ ତାର ପ୍ରଭାବଟିକୁ ଅନୁଭୃତ କରେ ।
ପ୍ରଥମେ ଯଦି ଜଣେ ଘୁଙ୍ଗୁଡି ମାରୁଛି ସେ ନ ଜାଣିଲେ ତାର ପରିବାର ଲୋକ କହୁଛନ୍ତି ଆଉ ଦ୍ଵିତୀୟରେ ହେଉଛି କ୍ଳାନ୍ତପଣ । ଆପଣ ମାନେ ଠିକ ସମୟରେ ଖାନ୍ତୁ ଆଉ ଠିକ ସମୟରେ ଶୁଅନ୍ତୁ । ରାତିରେ କୌଣସି ଚର୍ବି ଜାତୀୟ ଖାଦ୍ୟ ଖାନ୍ତୁ ନାହିଁ ଏହା ଦ୍ଵାରା ଏସିଡିଟି ସମସ୍ୟା ଯୋଗୁଁ ଆପଣଙ୍କୁ ନିଶ୍ଵାସ ନେବାରେ ବ୍ୟାଘାତ ସୃଷ୍ଟି ହୋଇପାରେ ।
କୌଣସି ମାଦକ ଦ୍ରବ୍ୟର ସେବନ କରନ୍ତୁ ନାହିଁ .30 ରୁ 40 ଡିଗ୍ରୀ ପର୍ଯ୍ୟନ୍ତ ଉଚ୍ଚ କରି କଡେଇକି ଶୁଅନ୍ତୁ । ଆପଣଙ୍କ ବେକ ଟିକେ ଟେକି ହେଇ ରହିଲେ ଆପଣଙ୍କ ଜିଭ ଲାଗିବ ନାହିଁ ଏହା ଦ୍ଵାରା ନିଶ୍ଵାସ ନେବାରେ ସମସ୍ୟା ହେବ ନାହିଁ । ଏହା ସହିତ ଆପଣ ଓଜନ କମାନ୍ତୁ । କମ ସେ କମ 7 ରୁ 8 ଘଣ୍ଟା ଶୋଇବା ପାଇଁ ଚେଷ୍ଟା କରନ୍ତୁ । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।