IBN ଓଡ଼ିଶା ବ୍ୟୁରୋ

ଭାରତର କେଉଁ ରାଜ୍ୟରେ ସର୍ବାଧିକ ରହିଛି ବିଶ୍ବବିଦ୍ୟାଳୟ ? ଦେଖନ୍ତୁ ଏହି ରିପୋର୍ଟ.

ନୂଆଦିଲ୍ଲୀ ୨୩।୦୯: ଭାରତର ଉଚ୍ଚଶିକ୍ଷା ପ୍ରଣାଳୀ ବହୁତ ବଡ । ସବୁ ରାଜ୍ୟରେ ଅନେକ ବିଶ୍ବବିଦ୍ୟାଳୟ ରହିଛି । ଏଥିରେ କିଛି ରାଜ୍ୟରେ ଅଧିକ ମାତ୍ରାରେ ରହିଛି ବିଶ୍ବବିଦ୍ୟାଳୟ । କିନ୍ତୁ ଜାଣନ୍ତି କି ଦେଶର କେଉଁ ରାଜ୍ୟରେ ସର୍ବାଧିକ ବିଶ୍ବବିଦ୍ୟାଳୟ ରହିଛି । ଆସନ୍ତୁ ଜାଣିବା…

ଏହି ଲିଷ୍ଟର ପ୍ରମୁଖରେ ରହିଛି ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ।

ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ ବା ୟୁଜିସି ଅନୁଯାୟୀ ଭାରତରେ ମୋଟ ୧ ହଜାର ୭୮ଟି ବିଶ୍ବବିଦ୍ୟାଳୟ ରହିଛି । ଏଥିରେ ୪୬୪ଟି ରାଜ୍ୟ ବିଶ୍ବବିଦ୍ୟାଳୟ, ୧୨୮ଟି ଡିମ୍ଡି ବିଶ୍ବବିଦ୍ୟାଳୟ, ୫୪ଟି କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ, ୪୩୨ଟି ପ୍ରାଇଭେଟ୍ ବିଶ୍ବବିଦ୍ୟାଳୟ ରହିଛି ।

ତେବେ ସବୁଠାରୁ ଅଧିକ ବିଶ୍ବବିଦ୍ୟାଳୟ ଥିଲା ଭାରତରେ ୫ଟି ରାଜ୍ୟ ରହିଛି । କର୍ଣ୍ଣାଟକ, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ଓ ଆନ୍ଦ୍ରପ୍ରଦେଶରେ ରହିଛି ସର୍ବାଧିକ ବିଶ୍ବବିଦ୍ୟାଳୟ । ତେବେ ଭାରତରେ ସର୍ବାଧିକ ବିଶ୍ବବିଦ୍ୟାଳୟ କର୍ଣ୍ଣାଟକରେ ରହିଛି । ଏଠାରେ ୪୩ଟି ବିଶ୍ବବିଦ୍ୟାଳୟ ରହିଛି ।

ସେହିପରି ସର୍ବାଧିକ ବିଶ୍ୱବିଦ୍ୟାଳୟ ଥିବା ରାଜ୍ୟର ଦ୍ୱିତୀୟରେ ରହିଛି ପଶ୍ଚିମବଙ୍ଗ । ଏଠାରେ ୩୮ଟି ବିଶ୍ୱବିଦ୍ୟାଳୟ ରହିଛି । ଏହି ଲିଷ୍ଟର ତୃତୀୟରେ ରହିଛି ଉତ୍ତରପ୍ରଦେଶ । ଏଠାରେ ସର୍ବାଧିକ ୩୮ଟି ବିଶ୍ବବିଦ୍ୟାଳୟ ରହିଛି । ଏହି ରାଜ୍ୟ ଉଚ୍ଚଶିକ୍ଷା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହ କରିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button