IBN ଓଡ଼ିଶା ବ୍ୟୁରୋ

ମୃତ ଝିଅର ଫଟୋ ସହିତ ଏଭଳି ପୋଷ୍ଟ ସେୟାର କଲେ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦିବ୍ୟା ସେଠ ଅଗଷ୍ଟ ୫ ତାରିଖରେ ତାଙ୍କର ଝିଅ ମିହିକା ଶାହଙ୍କୁ ହରାଇ ଦେଇଛନ୍ତି। ତେବେ ଦିବ୍ୟା ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ଏହି ଦୁଃଖଦ ଘଟଣା ବିଷୟରେ ସମସ୍ତଙ୍କୁ ସୂଚନା ଦେଇଥିଲେ।

ଦିବ୍ୟା ଝିଅକୁ ହରାଇ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଛନ୍ତି। ମିହିକାଙ୍କୁ ମନେ ପକାଇ ଦିବ୍ୟା ମଝିରେ ମଝିରେ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରୁଛନ୍ତି।

ଝିଅକୁ ହରାଇବାର ଦୁଃଖରୁ ବାହାରିବା ପାଇଁ ସେ ଧୀରେଧୀରେ ଚେଷ୍ଟା କରୁଛନ୍ତି। ଏଭଳି ଦୁଃଖ ସମୟରେ ସେ ସୋସିଆଲ ମିଡିଆରେ ମୃତ ଝିଅକୁ ମନେ ପକାଇ ଆଉ ଏକ ପୋଷ୍ଟ ସେୟାର କରିଛନ୍ତି।

ସେୟାର କରିଥିବା ପୋଷ୍ଟରେ ଦିବ୍ୟା ସେଠ ଲେଖଛନ୍ତି, ‘ଯେତେବେଳେ ବି ତେତେ ଦେଖେ ଶୁଦ୍ଧ ଭଲପାଇବା କ’ଣ ତାହା ଦେଖିବାକୁ ମିଳିଥାଏ। ଏହି ଜୀବନରେ ତୋ ଠାରୁ ଅଧିକ ମୋତେ ଆଉ କେହି ଭଲ ପାଇବେ ନାହିଁ।

ମୁଁ ଜାଣିଛି ତୁ ଯେଉଁଠି ବି ଅଛୁ ମୋତେ ଦେଖୁଛୁ। ଭଗବାନଙ୍କୁ ଏତିକି ପାର୍ଥନା ତୁ ଯେଉଁଠି ଥାଆ ଖୁସିରେ ଥାଆ। ତତେ କଥା ଦେଉଛି ଆମେ ଯାହା କିଛି ବି ଯୋଜନା କରିଥିଲେ ମୁଁ ସେସବୁକୁ ନିଶ୍ଚୟ ପୁରା କରି ତତେ ଖୁସି ଖରାଇବି। କିନ୍ତୁ ତୁ ମୋତେ ଏମିତି ଛାଡ଼ି ଯିବାର ଦୁଃଖକୁ କେବେ ଭୁଲି ପାରିବି ନାହିଁ।

Related Articles

Leave a Reply

Your email address will not be published. Required fields are marked *

Back to top button