IBN ଓଡ଼ିଶା ବ୍ୟୁରୋ

ରାତି ସମୟରେ ଶୋଇବା ବେଳେ ଏଭଳି ଭୁଲ କରୁଛନ୍ତି କି ! ଭୟଙ୍କର ପରିଣାମ ବ୍ୟକ୍ତିକୁ ଭୋଗିବାକୁ ପଡିଥାଏ,

ମନୁଷ୍ୟ ନିଜ ଜୀବନରେ ଏମିତି କିଛି କାମ କରି ବସିଥାଏ । ଯେଉଁ କାରଣରୁ ଆଗକୁ ଯାଇ ସେହି ବ୍ୟକ୍ତିକୁ ଅନେକ କିଛି ବିପଦର ସାମ୍ନା କରିବାକୁ ପଡିଥାଏ । ଶାସ୍ତ୍ର ଅନୁଯାଇ ସମସ୍ତ କାର୍ଯ୍ୟକୁ କରିବାର ସଠିକ ଉପାୟମାନ ମଧ୍ୟ ରହିଥାଏ । ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ରାତ୍ରୀ ସମୟରେ ବ୍ୟକ୍ତି ନିଜ ଶୋଇବା ପୂର୍ବରୁ ଏଭଳି କିଛି ଯେପରି ନକରୁ । ଯଦି ରାତିରେ ଶୋଇବା ସମୟରେ ଏହି ସବୁ କାମ କରିଥାନ୍ତି । ତେବେ ସେହି ବ୍ୟକ୍ତିର ଧନହାନୀ ହୋଇଥାଏ । ଯାହା ଦ୍ଵାରା ସେହି ବ୍ୟକ୍ତିକୁ ଦରିଦ୍ରତାର ସମ୍ମୁଖୀନ ହେବାକୁ ପଡିଥାଏ ।

1- ଶୋଇବା ସମୟରେ କେବେବି ମୁଣ୍ଡ ପାଖରେ ପର୍ସ ରଖିକି ଶୋଇବା ଉଚିତ ନୁହେଁ । ଏହା କରିବା ଦ୍ଵାରା ଘରର ଖର୍ଚ ବୃଦ୍ଧି ପାଇଥାଏ । ସେହି ବ୍ୟକ୍ତିର ଆର୍ଥିକ ସ୍ଥିତି ମଧ୍ୟ ସବୁବେଳେ ଖରାପ ରହିଥାଏ । ତେଣୁ ଶୋଇବା ସମୟରେ ମୁଣ୍ଡ ପାଖରେ ଟଙ୍କା କି ପର୍ସ ଆଦି ଜିନିଷ ରଖନ୍ତୁ ନାହିଁ ।

2- ଶୋଇବା ସମୟରେ ନିଜ ମୁଣ୍ଡ ପାଖରେ ଘଡି ରଖି ଶୁଅନ୍ତୁ ନାହିଁ । କାରଣ ବାସ୍ତୁଶାସ୍ତ୍ର ଅନୁସାରେ ଏହା ବହୁତ ଅଶୁଭ ଅଟେ । ଏହା ଦ୍ଵାରା ଘରକୁ ନକରାତ୍ମକ ଶକ୍ତିର ଊର୍ଜା ପ୍ରବେଶ କରିଥାଏ ।

3- କୌଣସି ବ୍ୟକ୍ତି ଶୋଇବା ସମୟରେ ନିଜ ମୁଣ୍ଡ ପାଖରେ ଜୋତା କି ଚପଲ ରଖିକି ଶୋଇବା ଉଚିତ ନୁହେଁ। ଏହା ବହୁତ ବଡ ଭୁର ହୋଇଥାଏ । ଏପରି କରୁଥିବା ବ୍ୟକ୍ତିର ଘରୁ ମା’ ଲକ୍ଷ୍ମୀ ଛାଡି ଚାଲିଯାଇଥାନ୍ତି । ଏଥିସହ ଘରେ ବିଭିନ୍ନ ପ୍ରକାର ସମସ୍ଯା ସବୁ ଆସିଯାଇଥାଏ । ତେଣୁ ଭୁଲରେ ବି ନିଜ ମୁଣ୍ଡ ପାଖ ଏରିଆରେ ଚପଲ କି ଜୋତା ଥୋଇ ଶୂଅନ୍ତୁ ନାହିଁ ।

4- ବ୍ୟକ୍ତି ଶୋଇବା ସମୟରେ ସୁନା କି ଚାନ୍ଦିର ଜିନିଷକୁ ନିଜ ମୁଣ୍ଡ ପାଖରେ ଥୋଇକି ଶୋଇବା ଉଚିତ ନୁହେଁ । ଏହା କରିବା ଦ୍ଵାରା ସୌଭାଗ୍ୟ ବଦଳରେ ସେହି ବ୍ୟକ୍ତିର ଜୀବନ ଦୁର୍ଭାଗ୍ୟ ପରିସ୍ଥିତି ଆସିଯାଇଥାଏ ।

 

5- ଶୋଇବା ସମୟରେ ବ୍ୟକ୍ତି ମୁଣ୍ଡ ପାଖରେ ଧାତୁରେ ତିଆରି କୌଣସି ଚାବି ମୁଣ୍ଡ ପାଖରେ ଥୋଇ ଶୋଇବା ଉଚିତ ନୁହେଁ ।

ତେବେ ରାତିରେ ଶୋଇବା ସମୟରେ କୌଣସି ବି ବ୍ୟକ୍ତି ନିଜ ମୁଣ୍ଡ ପାଖରେ ଏହି ସବୁ ଜିନିଷ ରଖି ଶୋଇବା ବାସ୍ତୁ ଶାସ୍ତ୍ର ଅନୁଯାଇ ଅଶୁଭ ଅଟେ । ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ତେବେ ଏହିଭଳି ପୋଷ୍ଟ ପଢିବା ପାଇଁ ଆମ ସହ ଆଗକୁ ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

 

Related Articles

Leave a Reply

Your email address will not be published. Required fields are marked *

Back to top button