IBN ଓଡ଼ିଶା ବ୍ୟୁରୋ

ଆଲିଙ୍ଗନ କଲେ, କାନ୍ଧରେ ହାତ ରଖିଲେ…କିଭରେ ଜେଲେନସ୍କିଙ୍କୁ ଭେଟିଲେ ପିଏମ୍ ମୋଦୀ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ୟୁକ୍ରେନରେ ପହଞ୍ଚିଛନ୍ତି । କିଭ୍ରେ ପହଞ୍ଚିବା ପରେ ସେ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ଭେଟିଛନ୍ତି । ପିଏମ୍ ମୋଦୀଙ୍କ ଜେଲେନସ୍କିଙ୍କୁ ଭେଟିବା ଶୈଳୀ ପୂରା ନିଆରା ଥିଲା । ପିଏମ୍ ମୋଦୀ ନିଜେ ଆଗକୁ ବଢି ଜେଲେନସ୍କିଙ୍କ ସହ ହାତ ମିଶାଇବା ସହ ତାଙ୍କୁ ଆଲିଙ୍ଗନ କରିଥିଲେ ।

ଏହାପରେ ଜେଲେନସ୍କିଙ୍କ କାନ୍ଧରେ ହାତ ରଖି ତାଙ୍କ ସହ କଥା ହୋଇଥିଲେ । ମର୍ଣ୍ଟେରୋଲଜିଷ୍ଟ ପ୍ରଦର୍ଶନୀରେ ଦୁଇ ରାଷ୍ଟ୍ରନେତା ପରସ୍ପରକୁ ଭେଟିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଭ୍ରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ ।

ରୁଷ-ୟୁକ୍ରେନରେ ଜାରି ଯୁଦ୍ଧ ଭିତରେ ପିଏମ୍ ମୋଦୀଙ୍କ ଦିନିକିଆ କିଭ୍ ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ୧୯୯୧ ମସିହା ପରେ ଏହା କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ୟୁକ୍ରେନ ଗସ୍ତ । ପିଏମ୍ ନରେନ୍ଦ୍ର ମୋଦୀ ନିଜ ରୁଷ ଯାତ୍ରାର ପ୍ରାୟ ଦେଢ ମାସ ପରେ ୟୁକ୍ରେନ ଯାତ୍ରା କରିଛନ୍ତି । ପିଏମ୍ ମୋଦୀଙ୍କ ରୁଷ ଗସ୍ତ ବେଳେ ୟୁକ୍ରେନ କଡ଼ା ଆପତ୍ତି ଉଠାଇଥିଲା ଏବଂ ରାଷ୍ଟ୍ରପତି ଜେଲେନସ୍କି ମଧ୍ୟ ଏହାକୁ ସମାଲୋଚନା କରିଥିଲେ । ରାଷ୍ଟ୍ରପତି ପୁଟିନଙ୍କୁ ପିଏମ୍ ମୋଦୀ ଆଲିଙ୍ଗନ ଉପରେ ମଧ୍ୟରେ କ୍ଷୁବ୍ଧ ହୋଇଥିଲେ ଏବଂ ଶାନ୍ତିର ପ୍ରୟାସ ପାଇଁ ଝଟକା କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର କିଭ୍ ପହଞ୍ଚିବା ପରେ ସେଠାରେ ଉପସ୍ଥିତ ପ୍ରବାସୀ ଭାରତୀୟ ଜୋରଦାର ସ୍ୱାଗତ କରିଥିଲେ । ପିଏମ୍ ମୋଦୀ ଏକ୍ସରେ ଏକଥା ଉଲ୍ଲେଖ କରି ଲେଖିଛନ୍ତି, ଆଜି ସକାଳେ କିଭ୍ରେ ପହଞ୍ଚିବା ପରେ ପ୍ରବାସୀ ଭାରତୀୟ ଷ୍ଟେସନରେ ଜୋରଦାର ସ୍ୱାଗତ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି ଯାତ୍ରାର ମୁଖ୍ୟ ଫୋକସ ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ଶାନ୍ତିପୂର୍ଣ୍ଣ ସମାଧାନ ଉପରେ ଚର୍ଚ୍ଚା କରିବା ।

Related Articles

Leave a Reply

Your email address will not be published. Required fields are marked *

Back to top button