ନିୟମ ଉଲଘଂନ ରୋକିବ ନୂଆ କ୍ୟାମେରା – Ibnodisha

[ad_1]
ବ୍ୟୁରୋ : ଦିନକୁ ଦିନ ସଡ଼କ ଦୁର୍ଘଟଣା ବଢ଼ିବାରେ ଲାଗିଛି । ଯେତେ ନିୟମ କାନୁନ କଲେ ମଧ୍ୟ ଗାଡ଼ି ଚାଳକମାନେ ନିୟମକୁ ଉଲଘଂନ କରୁଛନ୍ତି । ଆଉ ନିୟମକୁ ଉଲଘଂନ କରିବା ଦ୍ୱାରା କେବେ ଲୋକ ମୃତ୍ୟୁମୁଖର ସମ୍ମୁଖୀନ ହେଉଛନ୍ତି । ଏବେ ଏହି ପରିସ୍ଥିତିରେ ସୁଧାର ଆଣିବା ପାଇଁ ଏନଏଚଆଇ ଏକ ଡିଜିଟାଲ ମାଧ୍ୟମ ଆପଣେଇଛି । ସଡ଼କ ସୁରକ୍ଷା ଉପରେ ନଜର ରଖିବ ନୂଆ କ୍ୟାମେରା । ଆଡ଼ଭାନ୍ସ ଟ୍ରାଫିକ ମ୍ୟାନେଜମେଣ୍ଟ ସିଷ୍ଟମକୁ ଅତ୍ୟାଧୁନିକ କରି ବିଭିନ୍ନ ହାଇୱେ ଓ ଏକ୍ସପ୍ରେସରେ ନିୟମ ଉଲଘଂନକୁ ରୋକିବା ପାଇଁ ରାସ୍ତାରେ କ୍ୟାମେରା ଜଗିବ । ଆଉ ଏହି କ୍ୟାମେରାରେ ମଧ୍ୟ ଭିଡିଓ କରିପାରିବ । ଏହି ଭିଡିଓ ମାଧ୍ୟମରେ ଦୁଇ ଚକିଆ ଗାଡ଼ିରେ ୩ ଜଣଙ୍କ ଯାତ୍ରା, ବିନା ହେଲମେଟରେ ଯାତ୍ରା, ବିନା ସିଟ ବେଲ୍ଟରେ ଚାରି ଚକିଆ ଯାନ ଚଳାଇବା, ଭୁଲ ରୁଟରେ ଗାଡ଼ି ଚଲେଇବା ଭଳି ନିୟମକୁ ଉଲଘଂନ କରୁଥିବା ଲୋକମାନଙ୍କ ପାଇଁ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ । ଆଉ ଏହି ପ୍ରଣାଳୀରେ ୧୪ଟି ଭିନ୍ନ ଭିନ୍ନ ନିୟମ ଉଲଙ୍ଘନକାରୀମାନଙ୍କ ଚିହ୍ନଟ କରାଯିବ । ସୂଚନା ଅନୁଯାୟୀ, କେବଳ ହେଲମେଟ ଓ ସିଟ ବେଲ୍ଟ ନ ପିନ୍ଧିବାରୁ ପ୍ରତିବର୍ଷ ପ୍ରାୟ ୫ ହଜାରରୁ ଅଧିକ ଲୋକ ପ୍ରାଣ ହରାଉଛନ୍ତି । ଏହି ପ୍ରଣାଳୀରେ ଅଧିକ ଡିଜିଟାଲ ମାଧ୍ୟମକୁ ସାମିଲ କରାଯିବ । ଏହି କ୍ୟାମେରା ହାଇୱେରେ ପ୍ରାୟ ୧୦ କିଲୋମିଟର ବ୍ୟବଧାନରେ ଲାଗିବ । ପ୍ରତି ୧୦୦ କିଲୋମିଟର ବ୍ୟବଧାନରେ ଗୋଟେ ଷ୍ଟେଟ ଅଫ ଦି ଆର୍ଟ କମାଣ୍ଡ ଏବଂ କଣ୍ଟ୍ରୋଲ ସେଣ୍ଟର ମଧ୍ୟ ରହିବ । ଦୁର୍ଘଟଣାକୁ ନିଜ ଆୟତ୍ତକୁ ଆଣିବା ପାଇଁ ଏ ପ୍ରୟାସ ହେଉଛି ଏକ ଭିନ୍ନ ପ୍ରୟାସ । ଏହାଦ୍ୱାରା ଦୁର୍ଘଟଣାକୁ ଅନେକାଂଶରେ ରୋକି ହେବ ।
[ad_2]