ରାଜ୍ୟ

ଇଣ୍ଡିଆନ ଆଇଡ଼ଲ ମଞ୍ଚରେ ଓଡ଼ିଆ ଡାକ୍ତର ରୋହନ ବିଶ୍ୱାଳ – Ibnodisha

[ad_1]

ବ୍ୟୁରୋ : ଇଣ୍ଡିଆନ ଆଇଡ଼ଲ ମଞ୍ଚରେ ଓଡ଼ିଆ ଡାକ୍ତର ରୋହନ ବିଶ୍ୱାଳ । ପେଶା ତାଙ୍କର ଡାକ୍ତର କିନ୍ତୁ ନିଶା ହେଉଛି ସଙ୍ଗୀତ । ଡାକ୍ତର ହେଇକି ମଧ୍ୟ ସଂଗୀତକୁ ତାଙ୍କ ଜୀବନ ବୋଲି ସେ କହିଛନ୍ତି । ଗୋଲଡେନ ଟିକେଟ ସହ ଶୋ ରେ ଥିଏଟର ରାଉଣ୍ଡକୁ ଉନ୍ନତି ହୋଇ ଟପ ୨୭ ରେ ରହିଛନ୍ତି । କୁନି କୁନି ପିଲାଙ୍କୁ ଟ୍ରିଟମେଣ୍ଟ କଲାବେଳେ ସେ ଶିଶୁମାନଙ୍କ ମନୋରଞ୍ଜନ କରନ୍ତି । ଡାକ୍ତର ଚିକିତ୍ସା କରିବା ସମୟରେ ତାଙ୍କର ସୁମଧୁର କଣ୍ଠରେ ସୁନ୍ଦର ସଙ୍ଗୀତ ଗାଇ ରୋଗୀ ମାନଙ୍କର କଷ୍ଟକୁ ଲାଘବ କରିଥାନ୍ତି । ସଙ୍ଗୀତ ପ୍ରତିଥିବା ଆଗ୍ରହ ତାଙ୍କୁ ସଫଳତାର ମାର୍ଗ ଦେଖାଇଥିଲା । ଇଣ୍ଡିଆନ ଆଇଡ଼ଲ ୧୪ ରେ ଯୋଗ ଦେଇଥିଲେ। ତାଙ୍କର ଏହି ସଙ୍ଗୀତ ତାଙ୍କୁ ଉନ୍ନତି କରିବା ସହ ଟପ ୨୭ ରେ ପହଞ୍ଚାଇଛି । ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳର ୨୩ ବର୍ଷୀୟ ରୋହନ ଆଇଏମ୍ଏସ୍ ଆଣ୍ଡ୍ ସମ୍ ହସ୍ପିଟାଲରେ ଶିଶୁ ରୋଗ ବିଭାଗରେ ହାଉସ୍ ସର୍ଜନ୍ ଭାବେ କାର୍ଯ୍ୟ କରୁଛନ୍ତି। ସେ କାମ କରିବା ସମୟରେ ବି ଗୀତ ଗାଇ ଶିଶୁମାନଙ୍କ ଚିକିତ୍ସା କରିଥାନ୍ତି ବୋଲି ସେ ଶୋ’ରେ କହିଛନ୍ତି । ସେ ପ୍ରାୟତଃ ବିଶେଷ କରି କୁମାର ସାନୁଙ୍କ ଗୀତ ପିଲାମାନଙ୍କୁ ଶୁଣାଇଥାନ୍ତି । ଡାକ୍ତର ହେଇକି ମଧ୍ୟ ସେ ସଙ୍ଗୀତ ଦୁନିଆରେ ପାଦ ଦେଇଥିଲେ ଯାହା ତାଙ୍କ ସଫଳତା ଦେଇଛି । ତେବେ ତାଙ୍କୁ ଓ ତାଙ୍କ ଗୀତକୁ ନେଇ ଏବେ ସାରା ଓଡିଶା ଗର୍ବିତ ହେଉଛି । ଏହି ଶୋ ପରେ ଜାତୀୟ ସ୍ଥରରେ ଡାକ୍ତର ରୋହନ ବିଶ୍ୱାଳ ଚର୍ଚ୍ଚା ସାଉଁଟିଛନ୍ତି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button