ରାଜ୍ୟ

ପୋଖରୀରେ ବୁଡି ନାବାଳକ ମୃତ – Ibnodisha

[ad_1]

ବେଲଗୁଣ୍ଠା : ବେଲଗୁଣ୍ଠା ଥାନା କୋକଲୁଣ୍ଡା ଗାଁରେ ଘଟିଛି ଅଭାବନୀୟ ଘଟଣା । ବେଲଗୁଣ୍ଠା ଥାନା କୋକଲୁଣ୍ଡା ଗାଁ ପୋଖରୀରେ ଗାଧୋଇବା ବେଳେ ପାଣିରେ ବୁଡି ନାବାଳକ ମୃତ। ତେବେ ସକାଳ ପ୍ରାୟ ୧୦ ଟା ସମୟରେ କିଛି ସାଙ୍ଗଙ୍କ ସହିତ ନାବାଳକ ଜଣଙ୍କ ଗାଧେଇବାକୁ ଆସିଥିଲେ। ହେଲେ ପୋଖରୀରେ ତାଙ୍କ ଗୋଡ ଖସିଯିବାରୁ ନାବାଳକ ଜଣଙ୍କ ପୋଖରୀରେ ବୁଡିଯାଇଥିଲେ। ଏହାପରେ ସେଠାରେ ଉପସ୍ଥିତ ଥିବା ଗାଁ ର କିଛି ଯୁବକ ନାବାଳକଙ୍କୁ ପୋଖରୀରୁ ଉଦ୍ଧାର କରିଥିଲେ। ଏହାପରେ ତୁରନ୍ତ ତାଙ୍କୁ ବେଲଗୁଣ୍ଠା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭଞ୍ଜନଗରକୁ ପଠାଯାଇଥିଲା। ଚିକିତ୍ସା କରିବା ପରେ ଭଞ୍ଜନଗର ମେଡିକାଲରେ ଡାକ୍ତର ନାବାଳକଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ପୋଲିସ ଘଟଣା ସ୍ଥଳରେ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button