ରାଜ୍ୟ

୪୦ ଡିଗ୍ରୀ ଛୁଇଁଲା ରାଜ୍ୟର ୫ ଜିଲ୍ଲାର ତାତି – Ibnodisha

[ad_1]

ଭୁବନେଶ୍ୱର : ଚଳିତବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ୪୦ ଡ଼ିଗ୍ରୀ ଛୁଇଁଲା ତାତି । ଟିଟଲାଗଡ, ବଲାଙ୍ଗିର, ବୌଦ୍ଧ, ଭବାନୀପାଟଣା ଓ ନୟାଗଡରେ ତାପମାତ୍ରା ୪୦ ଡ଼ିଗ୍ରୀ ଛୁଇଁଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ତାତି ଅସମ୍ଭାଳ ହେଉଥିବାରୁ ଜୀବନ ଯାତ୍ରା ଅସ୍ତବ୍ୟସ୍ତ ହୋଇଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍ ଅନୁସାରେ ଓଡ଼ିଶାରେ ଗୋଟିଏ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଯାହାର ପ୍ରଭାବରେ ଉତ୍ତର ଓଡ଼ିଶାରେ କିଛି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ହାଲ୍‌କା ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତାକାଲି ବିଜୁଳି ଓ ଘଡ଼ଘଡ଼ିର ମାତ୍ର ଅଧିକ ରହିବ ।

ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, କେନ୍ଦୁଝର ଓ ଢେଙ୍କାନାଳ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ହାଲ୍‌କା ବର୍ଷା ହେବାର ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେପଟେ ଆଗାମୀ ୩ ଦିନ ଯାଏଁ ରାଜ୍ୟରେ ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିବ । କାଁ ଭାଁ କେତେକ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ଆଗାମୀ ୪୮ ଘଣ୍ଟା ଭିତରେ ଦିନର ତାପମାତ୍ରା ଦୁଇ ଡିଗ୍ରୀ ଯାଏଁ ବୃଦ୍ଧି ହେବ । ଗୁଳୁଗୁଳି ମଧ୍ୟ ହେବାର ରହିଛି । ରାତିର ତାପମାତ୍ରା ମଧ୍ୟ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button