ଅପରାଧ

ସାମ୍ବାଦିକା ସୌମ୍ୟା ବିଶ୍ୱନାଥନ୍‌ ହତ୍ୟା ମାମଲା: ସମସ୍ତ ୫ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ – Ibnodisha

[ad_1]

ନୂଆଦିଲ୍ଲୀ: ଟିଭି ସାମ୍ବାଦିକା ସୌମ୍ୟା ବିଶ୍ୱନାଥନ ହତ୍ୟା ମାମଲାରେ ଦିଲ୍ଲୀର ସାକେତ୍‌ କୋର୍ଟ ସମସ୍ତ ୫ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ପ୍ରାୟ ୧୫ ବର୍ଷ ତଳେ ଅଫିସରୁ ଘରକୁ ଫେରୁଥିବା ସମୟରେ ସୌମ୍ୟାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ମାମଲାରେ ଗତ ୧୩ ବର୍ଷ ମଧ୍ୟରେ ୩୨୦ଟି ଶୁଣାଣି ହୋଇଛି। ୨୦୦୮ ସେପ୍ଟେମ୍ବର ୩୦ରେ ସୌମ୍ୟା ଅଫିସ୍‌ରୁ ନାଇଟ୍‌ ଡ୍ୟୁଟି ସାରି ଘରକୁ ଫେରୁଥିଲେ। ଏହି ସମୟରେ ଦିଲ୍ଲୀର ନେଲସନ ମଣ୍ଡେଲା ମାର୍ଗରେ ତାଙ୍କୁ ହତ୍ୟା କରାଯାଇଥିଲା। ତାଙ୍କ ମୃତଦେହ ତାଙ୍କରି କାର୍‌ରୁ ମିଳିଥିଲା।
ଦିଲ୍ଲୀର ସାକେତ୍‌ କୋର୍ଟରେ ଅତିରିକ୍ତ ସେସନ୍ସ ଜଜ୍ ରବିନ୍ଦ୍ର କୁମାର ପାଣ୍ଡେ ଅଭିଯୁକ୍ତମାନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସୌମ୍ୟା ବିଶ୍ୱନାଥନଙ୍କ ବାପା ଏମ.କେ ବିଶ୍ୱନାଥନ ଓ ମା’ ମାଧବୀ ବିଶ୍ୱନାଥନ ଦିଲ୍ଲୀରେ ହିଁ ଅଛନ୍ତି। ଏହି ହତ୍ୟା ମାମଲାର ଖାସ୍‌ କଥା ହେଉଛି, ଏହାକୁ ଖୁଲାସା କରିବାରେ ପୋଲିସକୁ ୬ ମାସ ସମୟ ଲାଗିଯାଇଥିଲା।
ସୌମ୍ୟା ବିଶ୍ୱନାଥନଙ୍କୁ ଭୋର୍‌ ପ୍ରାୟ ୩ଟା ୩୦ରେ ହତ୍ୟା କରାଯାଇଥିଲା, ଯେଉଁ ସମୟରେ ସେ ନିଜ କାରରେ ଅଫିସରୁ ଘରକୁ ଫେରୁଥିଲେ। ଚଳନ୍ତା ଗାଡିରେ ହିଁ ସୌମ୍ୟାଙ୍କୁ ଗୁଳି କରାଯାଇଥିଲା। ପୋଲିସର ସୂଚନାନୁସାରେ, ଲୁଟ୍‌ପାଟ୍‌ ଉଦ୍ଦେଶ୍ୟରେ ଏହି ହତ୍ୟା କରାଯାଇଥିଲା। ଦିଲ୍ଲୀ ପୋଲିସ ଏହି ମାମଲାରେ ୫ ଅଭିଯୁକ୍ତ ରବି କପୁର, ଅମିତ ଶୁକ୍ଳା, ବଲଜିତ ମଲିକ, ଅଜୟ କୁମାର ଓ ଅଜୟ ସେଠୀଙ୍କୁ ଗିରଫ କରିଥିଲା।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button