ପ୍ରେମ ପାଇଁ ବାପା ମା ଙ୍କୁ ଅନାଦର କଲା ଝିଅ , ଝୁରି ଝୁରି ଜୀବନ ହାରିଲେ ବାପା-ମାଆ – Ibnodisha

[ad_1]
କେରଳ : କେରଳର କୋଲ୍ଲମରେ ଘଟିଛି ଅଭାବନୀୟ ଘଟଣା । ଯେଉଁ ବାପାମା’ ପୂରା ଜୀବନ ପିଲାମାନଙ୍କ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥାନ୍ତି ସେହି ପିଲାମାନେ ବଡ ହେଲେ ତାଙ୍କ ହାତ ଛାଡ଼ି ଅନ୍ୟ ହାତ ଧରିବାକୁ ପଛାଇ ନ ଥାନ୍ତି।ପ୍ରେମ ପାଇଁ ଝିଅ ପରିବାର ଛାଡ଼ି ଦେବାରୁ ଏହାକୁ ବରଦାସ୍ତ କରି ପାରିଲେନି ବାପାମା’ । ଆଉ ଶେଷରେ ନିଜ ଜୀବନ ହାରିଦେଲେ। କେରଳର କୋଲ୍ଲମର ଜଣେ ଯୁବତୀ ନିଜ କଲେଜର ଜଣେ ଯୁବକଙ୍କୁ ଭଲ ପାଉଥିଲେ। ଏହାକୁ କିନ୍ତୁ ତାଙ୍କ ପରିବାର ଲୋକେ ଘୋର ବିରୋଧ କରିଥିଲେ। ଯୁବକଜଣକ ଯୋଗ୍ୟ ନ ଥିବା ବାପାମା’ ବହୁତ ବୁଝାଇଥିଲେ ବି ଝିଅ ମାନିବାକୁ ପ୍ରସ୍ତୁତ ନ ଥିଲେ। ମା’ ବାପାଙ୍କ ବିରୋଧ ଦେଖି ଯୁବତୀଜଣକ ଦିନେ ନିଜ ପ୍ରେମିକଙ୍କ ସହ ଫେରାର ହୋଇଗଲେ। କିନ୍ତୁ ଝିଅର ଏପରି ପଦକ୍ଷେପକୁ ମା’ବାପା ସହଜରେ ଗ୍ରହଣ କରି ପାରିଲେନି। ଝିଅକୁ ଝୁରି ଝୁରି ସେମାନେ ଅବସାଦର ଶିକାର ହୋଇ ଯାଇଥିବା ବେଳେ ଏଥିପାଇଁ ମେଡିସିନ ବି ଖାଇବାକୁ ଲାଗିଲେ। ମାତ୍ର କିଛି ଦିନ ପୂର୍ବେ ମେଡିସିନର ଓଭରଡୋଜ ନେବା ହେତୁ ଉଭୟ ଆଖି ବୁଜି ଦେଇଥିବା ଜଣାଯାଇଛି। ପୁଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ନିଜ ଝିଅ ପାଇଁ ମାନସିକ ଅବସାଦରେ ଥିବା ଦମ୍ପତି ମେଡିସିନ ଓଭରଡୋଜ ଖାଇବାରୁ ଏପରି ଘଟିଥିବା ପୁଲିସ ଅଧିକାରୀ କହିଛନ୍ତି।
[ad_2]




