ରାଜ୍ୟ

ବନ୍ଧୁକ ମୁନରେ ସୁନା ଓ ଟଙ୍କା ଲୁଟ – Ibnodisha

[ad_1]

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା। ବନ୍ଧୁକ ମୁନରେ ସୁନା ଓ ଟଙ୍କା ଲୁଟ। ବନ୍ଧୁକ ଦେଖାଇ ଗହଣା ଦୋକାନୀଙ୍କଠାରୁ ପ୍ରାୟ ୫ ଲକ୍ଷ ଟଙ୍କାର ଗହଣା ଓ ନଗଦ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଗହଣା ଦୋକାନୀ ଜଳେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି। ନୂଆଗାଁ ଗ୍ରାମର ସୁନା ଦେକାନୀ ଚନ୍ଦନ ରଣା ଗତକାଲି ରାତି ପ୍ରାୟ ୯ଟା ସମୟରେ ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ। ନୂଆଗାଁ ବସ୍‌ଷ୍ଟପ୍ ନିକଟରେ ଏକ ବାଇକ୍‌ରେ ୨ ଜଣ ଯୁବକ କଳା ପଲସରରେ ଆସି ତାଙ୍କୁ ଅଟକାଇଥିଲେ।ପରେ ବନ୍ଧୁକ ଦେଖାଇ ଚନ୍ଦନଙ୍କୁ ଟଙ୍କା ଓ ସୁନା ଦେବା ପାଇଁ ଯୁବକମାନେ ଧମକାଇଥିଲେ। ପରେ ବାଇକ ଡିକି ଭାଙ୍ଗି ନଗଦ କିଛି ଟଙ୍କା ଓ ୫ ଲକ୍ଷ ଟଙ୍କାର ଗହଣା ନେଇ ଚମ୍ପଟ ମାରିଥିଲେ। ଏନେଇ ଚନ୍ଦନ ଜଳେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।

 

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button