ବେଙ୍ଗାଲୁରୁରେ ପ୍ରତିଷ୍ଠା ହେବ ସ୍ମାରକୀ: ସହିଦ ନୁଦୁରାମ ସୋରେନଙ୍କ ଗାଁରୁ ଗଲା ମାଟି – Ibnodisha

[ad_1]

ରାଇରଙ୍ଗପୁର: ବେଙ୍ଗାଲୁରୁଠାରେ ପ୍ରତିଷ୍ଠା ହେବ ବୀର ସହିଦ ସ୍ମାରକୀ। ଏନେଇ ଗାର୍ଡ୍ସ ରେଜିମେଣ୍ଟର ଅବସରପ୍ରାପ୍ତ ମେଜର ଦେବେନ୍ଦ୍ର ନାଥ ଦାସ ଓଡ଼ିଶାର ସହିଦ ଯବାନଙ୍କ ଗାଁକୁ ଗାଁ ଯାଇ ମାଟି ସଂଗ୍ରହ କରୁଛନ୍ତି। ଏହି କ୍ରମରେ ବୀରତ୍ବର ସହିତ ଚୀନ ସେନା ସହିତ ଲଢି ଗଲୱାନ ଘାଟିରେ ସହିଦ ‘ବୀର ଚକ୍ର’ରେ ସମ୍ମାନିତ ହୋଇଥିବା ସହିଦ ନୁଦୁରାମ ସୋରେନଙ୍କ ଜନ୍ମମାଟି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅନ୍ତର୍ଗତ ଚମ୍ପାଉଦା ଗ୍ରାମରୁ ମାଟି ସଂଗ୍ରହ କରିଥିଲେ ମେଜର ଦେବେନ୍ଦ୍ର ନାଥ ଦାସ। ରାଇରଙ୍ଗପୁର ସହିଦ ନୁଦୁରାମ ସୋରେନ ମେମୋରିଆଲ ଟ୍ରଷ୍ଟର ମୁଖ୍ୟ ମନୋରଞ୍ଜନ ହାଁସଦା ସହିଦ ନୁଦୁରାମ ସୋରେନଙ୍କ ଜନ୍ମସ୍ଥାନ ଓ ସମାଧି ସ୍ଥଳରୁରୁ ମାଟି ଆଣି ମେଜରଙ୍କୁ ହସ୍ତାନ୍ତର କରିଥିଲେ।
ତେବେ ରାଇରଙ୍ଗପୁର ସହରର ବସଷ୍ଟାଣ୍ଡ ନିକଟରେ ଥିବା ସହିଦ ନୁଦୁରାମ ସୋରେନଙ୍କ ପ୍ରତିମୂର୍ତ୍ତି ନିକଟରେ ଅବସରପ୍ରାପ୍ତ ମେଜର ଦେବେନ୍ଦ୍ର ନାଥ ଦାସ, ଅବସରପ୍ରାପ୍ତ କ୍ୟାପଟେନ ମହେନ୍ଦ୍ର ନାଥ ମହାନ୍ତ, ଅଧ୍ୟାପକ ବିଜୟ ରାମ, ଉପଦେଷ୍ଟା ମୁଚିରାମ ମାଝୀ, ଅଭିଷେକ ପଟ୍ଟନାୟକ, କାଶୀନାଥ ହେମ୍ବ୍ରମ, ତନୁଜା ମହାନ୍ତ, ପୂର୍ବତନ ବିଧାୟକ ସାଇବା ସୁଶୀଲ କୁମାର ହାଁସଦା ପ୍ରମୁଖଙ୍କ ସମେତ ଶହୀଦଙ୍କ ଗାଁରୁ ଲଖିନ ସୋରେନ, ବିଶିକେଶନ ମହାନ୍ତ, ଜଗନ୍ନାଥ ବିନ୍ଧାଣୀ, ଦୀପୁ ମହାନ୍ତ, ରାଜୁ ସୋରେନ ଓ ସହିଦଙ୍କ ତିନି ଭାଇ ଦାସମାତ ସୋରେନ, ଡୋମାନ ସୋରେନ ଓ ରାଜେନ୍ଦ୍ର ସୋରେନ ପ୍ରମୁଖ ଉପସ୍ଥିତ ଥିଲେ। ସେଠାରେ ଅବସରପ୍ରାପ୍ତ ସେନା କର୍ମଚାରୀ ଓ ଅନ୍ୟମାନେ ମାଲ୍ୟାର୍ପଣ କରିବା ପରେ ସହିଦ ନୁଦୁରାମ ସୋରେନଙ୍କ ସମେତ ଅନ୍ୟ ସହିଦମାନଙ୍କ ସ୍ମୃତି ଚାରଣ କରିବା ସହ ଦେଶ ମାତୃକାର ସେବା ପାଇଁ ଦେଇଥିବା ବଳିଦାନ ବିଷୟରେ ମତବ୍ୟକ୍ତ କରିଥିଲେ।
ଚଳିତ ବର୍ଷ ସହିଦ ନୁଦୁରାମ ସୋରେନ ମେମୋରିଆଲ ଟ୍ରଷ୍ଟ ତରଫରୁ ପ୍ରକାଶ ପାଇଥିବା ପୁସ୍ତକ ‘ବୀରଗାଥା’ ଉପସ୍ଥିତ ଅବସରପ୍ରାପ୍ତ ସେନା କର୍ମଚାରୀ ମାନଙ୍କୁ ପ୍ରଦାନ କରାଯାଇଥିଲା। ସେପଟେ ଭାରତ ବର୍ଷର ଗୋଟିଏ ସମାଜସେବୀ ସଂସ୍ଥା ପର୍ଶୁ ଜୀଙ୍କ ତତ୍ତ୍ଵାବଧାନରେ ସାରା ଭାରତ ବର୍ଷରୁ ବୀର ସହିଦଙ୍କ ଜନ୍ମ ମାଟି ସଂଗ୍ରହ କରାଯାଉଥିବା ପ୍ରକାଶ କରିଛନ୍ତି ମେଜର ଦେବେନ୍ଦ୍ର ନାଥ ଦାସ। ଯଶିପୁର ନିକଟ ସିରାକୁଳି ଓ ବଡପଳସା ଗ୍ରାମରୁ ଦୁଇ ଜଣ ସହିଦଙ୍କ ଗ୍ରାମରୁ ପବିତ୍ର ମାଟି ଓ ଗଞ୍ଜାମ ଆସିକାର ସହିଦ କାଶୀନାଥ ସାହୁଙ୍କ ଗ୍ରାମରୁ ପବିତ୍ର ମାଟି ସଂଗ୍ରହ କରି ପରିବାର ଲୋକେ ମେଜର ଦେବେନ୍ଦ୍ର ନାଥ ଦାସଙ୍କୁ ହସ୍ତାନ୍ତର କରାଯାଇଛି।
ସେହିପରି ଆଜି ସହିଦ ନୁଦୁରାମ ସୋରେନଙ୍କ ଜନ୍ମମାଟିରୁ ପବିତ୍ର ମାଟି ମଧ୍ୟ ମେଜରଙ୍କୁ ଆଜି ହସ୍ତାନ୍ତର କରାଯାଇଛି। ପୂର୍ବରୁ ପାକିସ୍ତାନ ସେନା ସହ ଲଢେ଼ଇ କରି ସହିଦ ହୋଇଥିବା ତଥା ପରମବୀର ଚକ୍ରରେ ସମ୍ମାନିତ ଆଲବର୍ଟ ଏକ୍କାଙ୍କ ଝାରଖଣ୍ଡସ୍ଥିତ ଜନ୍ମ ମାଟିରୁ ପବିତ୍ର ମାଟି ସଂଗ୍ରହ କରି ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା କରିବେ ଓ ସେଠାରେ ଏକ ସହିଦ ସ୍ମାରକୀ ପ୍ରତିଷ୍ଠା ହେବ ବୋଲି କହିଛନ୍ତି ଅବସରପ୍ରାପ୍ତ ମେଜର ଦେବେନ୍ଦ୍ର ନାଥ ଦାସ। ଏପରି ମହତ କାର୍ଯ୍ୟରେ ମେଜରଙ୍କୁ ଅନ୍ୟ ଅବସରପ୍ରାପ୍ତ ସେନା କର୍ମଚାରୀ ଓ ସମାଜସେବୀମାନେ ସାହାଯ୍ୟ କରୁଛନ୍ତି। ତେବେ ସହିଦ ନୁଦୁରାମ ସୋରେନଙ୍କ ପାଇଁ ଏ ମାଟି, ରାଇରଙ୍ଗପୁର ସହର, ମୟୂରଭଞ୍ଜ ଜିଲ୍ଲା ତଥା ଏ ରାଜ୍ୟ ଓ ସାରା ଭାରତ ବର୍ଷ ଗର୍ବିତ ବୋଲି କହିଛନ୍ତି ଅବସରପ୍ରାପ୍ତ କ୍ୟାପଟେନ ମହେନ୍ଦ୍ର ନାଥ ମହାନ୍ତ।
[ad_2]