ରାଜ୍ୟ

ପହିଲାରୁ ‘ଗାର୍ଭି ଗୁଜରାଟ’, ରେଳ ପର୍ଯ୍ୟଟନକୁ ଏକ ନୂତନ ଦିଗନ୍ତ ଦେବ

ଭୁବନେଶ୍ୱର,୨୬/୦୯: ଭାରତୀୟ ରେଳ ଅଧୀନ ଭାରତୀୟ ରେଳ କ୍ୟାଟେରିଂ ଆଣ୍ଡ ଟୁରିଜମ୍ କର୍ପୋରେସନ୍ ଲିମିଟେଡ୍ (ଆଇଆରସିଟିସି) ପକ୍ଷରୁ ଆସନ୍ତା ଅକ୍ଟୋବର ୧ରୁ ‘ଗାର୍ଭି ଗୁଜରାଟ’ ଭାରତ ଗୌରବ ରେଳର ଶୁଭାରମ୍ଭ ହେବ । ଏହା ଏକ ପ୍ରକାର ଡିଲକ୍ସ ଏସି ଟୁରିଷ୍ଟ ଟ୍ରେନ୍ ।

ଏହି ଟ୍ରେନ ମାଧ୍ୟମରେ ପର୍ଯ୍ୟଟକମାନେ ଭାରତର ବିଭିନ୍ନ ପ୍ରସିଦ୍ଧ ପର୍ଯ୍ୟଟନକ୍ଷେତ୍ର ବୁଲିପାରିବେ ।

ସେଥିମଧ୍ୟରେ ଚାରି ଧାମ ଯାତ୍ରା, ପୁରୀ-ଗଙ୍ଗା ସାଗର ଭବ୍ୟ କାଶୀ ଯାତ୍ରା ଓ ପୁରୀ-କୋଲକାତା ଗଙ୍ଗା ସାଗର ଯାତ୍ରା ଆଦି ରହିଛି । “ଗାର୍ଭି ଗୁଜରାଟ’ରେ ଆଧୁନିକ ସୁବିଧା ବ୍ୟବସ୍ଥା ରହିଛି । ସେଥିମଧ୍ୟରେ ଦୁଇଟି ଡାଇନିଂ ରେସ୍ତୋରାଁ, ରୋଷେଇ ଘର, ସାୱାର କ୍ୟୁବିକଲ୍, ସେନ୍ସର ଚାଳିତ ୱାଶରୁମ୍ ଏବଂ ପାଦ ମସାଜ ଆଦି ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button