ରାଜ୍ୟ

ସହକାରୀ ଜିଲ୍ଲାପାଳ ସୁସ୍ମିତା ମୃତ୍ୟ ଘଟଣା: ସ୍ବାମୀ ସୁଶୀଲ ଟପ୍ନୋଙ୍କୁ ଜେରା – Ibnodisha

[ad_1]

ରାଉରକେଲା: ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାକୁ ନେଇ ବିବାଦ ଥମୁନି। ଭାଇ ସନ୍ଦୀପ ଲିଖିତ ଅଭିଯୋଗ ଆଧାରରେ ଆଜି ମୃତ ସୁସ୍ମିତାଙ୍କ ସ୍ବାମୀ ସୁଶୀଲ ଟପ୍ନୋଙ୍କୁ ରାଉରକେଲା ଏସ୍‌ପିଙ୍କ କାର୍ଯ୍ୟାଳୟରେ ଜେରା କରାଯାଇଛି। ତଦନ୍ତକାରୀ ଅଧିକାରୀ ତଥା ଏଚ୍‌ଆର୍‌ପିସିର ଡିଏସ୍‌ପି ବନିତା ମାଝି ସୁଶୀଲଙ୍କୁ ପ୍ରାୟ ଦୁଇ ଘଣ୍ଟା ଧରି ପଚରାଉଚୁରା କରିଥିଲେ। ନିର୍ଦ୍ଧାରିତ ସମୟ ଅନୁଯାୟୀ ସୁଶୀଲ ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟା ଏସ୍‌ପିଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଅଧଘଣ୍ଟା ପରେ ଅର୍ଥାତ୍‌ ପୂର୍ବାହ୍ନ ୧୧ଟାରେ ତାଙ୍କୁ ଜେରା ପାଇଁ ରୁଦ୍ଧଦ୍ବାର କୋଠରୀକୁ ଡକାଯାଇଥିଲା। ଡିଏସ୍‌ପି ବନିତା ମାଝି ସୁଶୀଲଙ୍କୁ ଗୋଟିଏ ପରେ ଗୋଟିଏ ପ୍ରଶ୍ନ କରିଥିଲେ। ବିବାହ ପରଠାରୁ ସୁସ୍ମିତା ମାନସିକ ଚାପରେ ଥିଲେ କି ନାହିଁ ? କାହିଁକି ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହେଲା ? କେତେ ମାସ ଧରି ରାଉରକେଲା ପରିବାର ‌ଅଦାଲତରେ ଉଭୟଙ୍କ ମାମଲା ଚାଲିଛି ? ଗତ ୧୬ ତାରିଖରେ ରାଉରକେଲା ପରିବାର ଅଦାଲତରେ ବିବାହ ବିଚ୍ଛେଦ ଶୁଣାଣୀକୁ ସୁସ୍ମିତା ଆସିଥିଲେ କି ନାହିଁ? ଏମିତି ଅନେକ ପ୍ରଶ୍ନ ସୁଶୀଲଙ୍କୁ ପଚାରିଥିବା ଜଣାପଡ଼ିଛି। ଜେରା ସମ୍ପର୍କରେ ସୁଶୀଲଙ୍କୁ ସାମ୍ବାଦିକମାନେ ପ୍ରଶ୍ନ କରିଥିଲେ ହେଁ, ସେ କିଛି କହିବାକୁ ମନା କରି ଦେଇଥିଲେ। ସୁଶୀଲ ଛତିଶଗଡର ପଞ୍ଜାବ ନେସ୍‌ନାଲ୍‌ ବ୍ୟାଙ୍କର ଶାଖା ପରିଚାଳକ ଭାବେ କାର୍ଯ୍ୟରତ ଅଛନ୍ତି।

ଏହା ପୂର୍ବରୁ ଗୁରୁଣ୍ଡିଆ ବିଡ଼ିଓ ବେର୍ନାଦେଥ୍‌ ଲାକ୍ରା ଓ ସିଡିପିଓ ଫୁଲ୍‌ଜେନସିଆ ଏକ୍କାଙ୍କୁ ଜେରା କରାଯାଇଥିଲା। ଉଭୟଙ୍କୁ ରୁଦ୍ଧଦ୍ବାର କୋଠରୀରେ ପ୍ରଥମେ ଉଭୟଙ୍କୁ ପୃଥକ୍‌ଭାବେ ଜେରା କରାଯାଇଥିଲା। ପରେ ଉଭୟଙ୍କୁ ମୁହାଁମୁହିଁ ବସାଇ ଜେରା କରାଯାଇଥିଲା। ପ୍ରାୟ ଦେଢ଼ ଘଣ୍ଟା ଧରି ପଚରାଉଚରା କରିଥିଲେ ତଦନ୍ତକାରୀ ଅଧିକାରୀ। ସୁସ୍ମିତାଙ୍କ ଭାଇ ସନ୍ଦୀପ ସୁନ୍ଦରଗଡ଼ ଜିଲ୍ଲାପାଳ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ, ଗୁରୁଣ୍ଡିଆ ବିଡିଓ, ସିଡିପିଓ ଓ ଉଦିତନଗର ଥାନା ଏଏସ୍ଆଇ ଏଲିଶ୍‌ ଲୁଗୁନଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଲିଖିତ ଅଭିଯୋଗ କରିଥିଲେ। ବର୍ତ୍ତମାନ ସୁଦ୍ଧା ମୃତ ସୁସ୍ମିତାଙ୍କ ସ୍ବାମୀ, ଗୁରୁଣ୍ଡିଆ ବିଡିଓ, ସିଡିପିଓଙ୍କୁ ଜେରା ସରିଛି। ଏଏସ୍‌ଆଇ ଅଲିଶ୍‌ଙ୍କ ମୃତ୍ୟୁ ହୋଇଯାଇଛି। ସୁନ୍ଦରଗଡ଼ ଜିଲ୍ଲାପାଳ ଓ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କୁ ପଚରାଉଚୁରା କରାଯାଇ ନାହିଁ। ଉଲ୍ଲେଖଯୋଗ୍ୟ, ଉଲ୍ଲେଖଯୋଗ୍ୟ, ଗତ ୧୯ ତାରିଖରେ ସୁସ୍ମିତାଙ୍କ ମୃତ୍ୟୁପରେ ଭାଇ ସନ୍ଦୀପ ମିଞ୍ଜ ହତ୍ୟା ଅଭିଯୋଗ ଆଣିଥିଲେ। ଉକ୍ତ ଦିନ ହିଁ ପ୍ଲାଣ୍ଟ୍‌ସାଇଟ୍‌ ଥାନାରେ ଜିଲ୍ଲାପାଳ ପରାଗ ହର୍ଷଦ ଗାଭାଲି, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡା. ଶୁଭଙ୍କର ମହାପାତ୍ର, ଗୁରୁଣ୍ଡିଆ ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀମତି ଲାକ୍ରା, ସିଡିପିଓ ଶ୍ରୀମତି ଏକ୍କା ଓ ହୋଟେଲକୁ ଯାଇଥିବା ସୁସ୍ମିତାଙ୍କ ସହ ଆଲୋଚନା କରିଥିବା ଏଏସ୍‌ଆଇ ଏଲିଶ୍‌ ନାରମି ଲୁଗୁନଙ୍କ ନାଁରେ ଲିଖିତ ଅଭିଯୋଗ କରିଥିଲେ।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button