ରାଜ୍ୟ

ସମ୍ଭାବ୍ୟ ବାତ୍ୟାକୁ ନେଇ ବାସୁଦେବପୁର ମତ୍ସ୍ୟ ବିଭାଗ ପକ୍ଷରୁ ସଚେତନତା, କୂଳରେ ଡଙ୍ଗା ବାନ୍ଧିଲେଣି ମତ୍ସ୍ୟଜୀବୀ

ବାସୁଦେବପୁର, ୨୨/୧୦ : ଆସୁଛି ବାତ୍ୟା ଦାନା। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାସୁଦେବପୁର ପ୍ରଶାସନ ପକ୍ଷରୁ ତତ୍ପରତା ଦେଖିବାକୁ ମିଳିନଥିବା ବେଳେ ମତ୍ସ୍ୟ ବିଭାଗ ପକ୍ଷରୁ ସଚେତନତା ଆରମ୍ଭ ହୋଇଛି। ମଙ୍ଗଳବାର ମତ୍ସ୍ୟ ବିଭାଗ ତରଫରୁ ଡକାବାଜି ଯନ୍ତ୍ର ସାହାଯ୍ୟରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି।

ଏଥିସହିତ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲି ଆସିବାକୁ କୁହାଯାଇଛି।

ଅନ୍ୟପଟେ ବାସୁଦେବପୁର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ଥିବା ବାତ୍ୟା ଆଶ୍ରୟସ୍ଥଳୀ ଗୁଡ଼ିକ ସୁରକ୍ଷିତ ନଥିବା ବେଳେ ପ୍ରଶାସନ ତରଫରୁ କୌଣସି ତତ୍ପରତା ଦେଖାଦେଇ ନାହିଁ। ବୋଟ୍ ମାଲିକମାନେ ବୋଟଗୁଡିକୁ କୂଳରେ ବନ୍ଧାବନ୍ଧି କରୁଥିବା ଦେଖିବାକୁ ମିଳିଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button