ରାଜ୍ୟ

ସତ ହେଲା ଖଡିରତ୍ନ ପଞ୍ଜିକାର ଭବିଷ୍ୟବାଣୀ, ଅକ୍ଟୋବରରେ ବାତ୍ୟା ନେଇ କରିଥିଲା ଆକଳନ

ଭୁବନେଶ୍ଵର, ୨୨/୧୦ : ସତ ହେଲା ଆକଳନ । ପଞ୍ଜିକା ଦିଆଯାଇଥିବା ଭବିଷ୍ୟବାଣୀ ଏବେ ସତ ହେବାକୁ ଯାଉଛି । ଅକ୍ଟୋବର ମାସରେ ବାତ୍ୟା ଥିବାର ଗଣନା କରିଥିବା ଜଗନ୍ନାଥ ଖଡିରତ୍ନର ପଞ୍ଜିକା କଥା ସତ ହୋଇଛି । ଉମକାନ୍ତ ଖଡିରତ୍ନଙ୍କ ଲିଖିତ ଖଡିରତ୍ନ ପଞ୍ଜିକାର ୧୯୬ ପୃଷ୍ଠାରେ ଅକ୍ଟୋବର ମାସରେ ବାତ୍ୟା ନେଇ ପୂର୍ବନୁମାନ କରାଯାଇଥିଲା ।

ପଞ୍ଜିକା ବାତ୍ୟା ନେଇ ପୁଙ୍ଖାନୁପୁଙ୍ଖ ଭାବେ ବର୍ଣ୍ଣନା କରାଯାଇଥିଲା । ଅକ୍ଟୋବର ୧୭ରୁ ୨୩ ତାରିଖ ମଧ୍ୟରେ , ଅକ୍ଟୋବର ୨୬ରୁ ୩୦ ମଧ୍ୟରେ , ନଭେମ୍ବର ୫ରୁ ୯ ମଧ୍ୟରେ , ନଭେମ୍ବର ୧୧ରୁ ୧୫ ମଧ୍ୟରେ ବାୟୁମଣ୍ଡଳରେ ପ୍ରଚଣ୍ଡ ବାୟୁ ପ୍ରବାହ ସହ ସାମୁଦ୍ରିକ ଝଡ଼, ଲଘୁଚାପ, ଜୁଆର ତଥା ବନ୍ୟା ବିତ୍ପାତ ଦ୍ୱାରା ବହୁ ଧନଜୀବନ ନଷ୍ଟ ହେବ ବୋଲି ଉଲ୍ଲେଖ ରହିଛି ।

ଏହା ମଧ୍ୟ ଉଲ୍ଲେଖ ଅଛି ଯେ, ବନ୍ୟା ବିତ୍ପାତରେ ଧନଜୀବନ ପ୍ରଭାବିତ ହେବ । ମୁଖ୍ୟତଃ ଗ୍ରହଣମାନଙ୍କର ଏପରି ଅବସ୍ଥିତି ଯୋଗୁଁ ରାଜ୍ୟର ଉପକୂଳ ଜିଲ୍ଲା ଯେପରି, ପୁରୀ, କଟକ, ଗଞ୍ଜାମ ( ଗୋପାଳପୁର), ଯାଜପୁର, ଖୋର୍ଦ୍ଧା (ଭୁବନେଶ୍ୱର), ନୟାଗଡ଼, ଭଦ୍ରକ, ବାଲେଶ୍ୱର ଆଦି ଜିଲ୍ଲାମାନ ପ୍ରବାହିତ ହେବାର ପୂର୍ବନୁମାନ କରାଯାଇଛି । ତେବେ ଏହି ବାତ୍ୟା ପରେ ପ୍ରବଳ ଶୀତ ଅନୁଭୂତ ହେବ ।

 

Related Articles

Leave a Reply

Your email address will not be published. Required fields are marked *

Back to top button