IBN ଓଡ଼ିଶା ଏକ୍ସକ୍ଲୁସିଭ୍

ତକିଆ ତଳେ କେଉଁ ଚେର ରଖି ଶୋଇଲେ ରୋଗ ଯନ୍ତ୍ରଣା ଦୂର ହୋଇଥାଏ ? ଏହାସହ ଜାଣନ୍ତୁ ଆହୁରି 20+ ଅନୁଚିନ୍ତା

ଘରେ ଯଦି ଲୋକମାନେ ବାରମ୍ବାର ରୋଗଗ୍ରସ୍ତ ହେଉଥାନ୍ତି ତେବେ ପରିବାରର ସମସ୍ତ ଲୋକ ଦକ୍ଷିଣ ଦିଗକୁ ମୁଣ୍ଡ କରି ଏବଂ ଉତ୍ତର ଦିଗକୁ ପାଦ ରଖି ଶୋଇବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ । ଯଦି ଘରଫ୍ରା ମୁଖ୍ୟଦ୍ଵାର ସମୁଖରେ କୌଣସି ଖୁଣ୍ଟ କିମ୍ବା ବଦଗଛ ରହିଥାଏ ତେବେ ହଟାଇ ଦେବା ଉଚିତ, ଏହାଦ୍ବାରା ଘରେ ବାସ୍ତୁଦୋଷ ଦେଖା ଦେବା ସହ ସ୍ୱାସ୍ଥ୍ୟ ସମସ୍ଯା ଦେଖା ଦେଇଥାଏ । ଘରର ମୁଖ୍ୟଦ୍ଵାର ସମୁଖରେ କୌଣସି ବଡ ଗାତ କିମ୍ବା କୂଅ ରହିବା ଉଚିତ ନୁହେଁ ।

ଏହାଦ୍ବାରା ଘରର ମୁଖ୍ୟ ଲୋକଙ୍କର ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟ ସମସ୍ତା ଦେଖା ଦେଇଥାଏ । ଘରେ ଅସୁସ୍ଥ ଥିବା ଲୋକଙ୍କ କୋଠରିର ଝରକା ସବୁବେଳେ ବନ୍ଦ ରଖିବା ଊହିତ ନୁହେଁ, କାରଣ ବାହାରର ବାୟୁ ଓ ଆଲୋକ ପ୍ରବେଶ ନକରିବା ଦ୍ବାରା ବାସ୍ତୁଦୋଷ ଦେଖା ଦେଇଥାଏ । ଶୋଇବା ଘରେ କେବେବି ଠାକୁରଙ୍କ ଫଟୋ କିମ୍ବା ମୂର୍ତ୍ତି ରଖିବା ଉଚିତ ନୁହେଁ, ଏହାଦ୍ବାରା ସ୍ୱାସ୍ଥ୍ୟ ସମସ୍ଯା ଦେଖା ଦେବାର ସମ୍ଭାବନା ରହିଥାଏ ।ଘରର ମଧ୍ୟଭାଗ ସବୁବେଳେ ଖାଲି ରହିବା ଉଚିତ କିମ୍ବା କୌଣସି ଓଜନଦାର ଜିନିଷ ସେଠାରେ ରଖିବା ନୁହେଁ, ଏହାଦ୍ବାରା ସକାରାତ୍ମକ ଶକ୍ତିର ସଂଚାର ହୋଇ ପାରି ନଥାଏ । ଘରର ବିମ୍ ତଳେ କେବେବି ବସିବା କିମ୍ବା ଶୋଇବା ଉଚିତ ନୁହେଁ, ସେଠାରେ ନକରାତ୍ମକ ଶକ୍ତିର ବାସ ହୋଇଥାଏ ଏବଂ ଶରୀର ରୋଗଗ୍ରସ୍ତ ହେବାର ସମ୍ଭାବନା ରହିଥାଏ ।

ପ୍ରତ୍ଯେକ ପୂର୍ଣ୍ଣିମା ଦିନ ମହାଦେବଙ୍କୁ ପରିବାର ସହିତ ପୂଜା କରିବା ଦ୍ଵାରା ଏବଂ ନିଜ ପରିବାର ସଦସ୍ୟଙ୍କ ନିରୋଗୀ ରହିବାର କାମନା କରିବା ଦ୍ଵାରା କଲ୍ୟାଣକାରୀ ହୋଇଥାଏ । ଘର ଦକ୍ଷିଣ ଦିଗରେ ହନୁମାନଙ୍କ ଫଟୋ ଲଗାଇବା ଉଚିତ କିମ୍ବା ଘର ଦୁଆର ମୁହଁ ଯଦି ଦକ୍ଷିଣାଭିମୁଖୀ ହୋଇଥାଏ ତେବେ ପଞ୍ଚମୁଖୀ ହନୁମାନଙ୍କ ଫଟୋ ଲଗାଇବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ ।

ଯଦି ଘରର କୌଣସି ସଦସ୍ୟଙ୍କର ରୋଗ ଭଲ ହେଉ ନଥାଏ ତେବେ ଅଟାର ଗୁଳା କରି ତାଙ୍କ ମୁଣ୍ଡ ଚାରିପାଖେ ତିନିତଥର ବୁଲାଇ ଗାଈକୁ ତିନିଥର ଖୁଆଇବା ଦ୍ଵାରା ଶରୀର ଆରୋଗ୍ଯ ହୋଇଥାଏ । ସେହିପରି ରୋଗଗ୍ରସ୍ତ ଲୋକଙ୍କ ମୁଣ୍ଡ ଚାରିପାଖେ ଢାଳେ ପାଣି ତିନିଥର ବୁଲାଇ ଓସ୍ତଗଛ ମୂଳରେ ତିନିଦିନ ଅର୍ପଣ କଲେ ଶୀଘ୍ର ଆରୋଗ୍ଯ ହୋଇଥାଏ । ରୋଗଗ୍ରସ୍ତ ଲୋକମାନେ ପୂର୍ବ ଦିଗକୁ ମୁଖକରି ଔଷଧ ଖାଇବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ ଏବଂ ଶୀଘ୍ର ସୁସ୍ଥ ହେବାର ସମ୍ଭାବନା ରହିଥାଏ ।

ଘରେ ସବୁବେଳେ ଉତ୍ତ କିମ୍ବା ଉତ୍ତର-ପୂର୍ବ ଦିଗରେ ଔଷଧ ରଖିବା ଉଚିତ ଏବଂ କେବେବି ଦକ୍ଷିଣ କିମ୍ବା ଦକ୍ଷିଣ-ପୂର୍ବ ଦିଗରେ ଔଷଧ ରଖିବା ଉଚିତ ନୁହେଁ, ଏହାଦ୍ବାରା ଶୀଘ୍ର ଆରୋଗ୍ଯ ପ୍ରାପ୍ତି ହୋଇଥାଏ । ମଙ୍ଗଳବାର ଏବଂ ଶନିବାର ଦିନ ହନୁମାନଙ୍କ ମୂର୍ତ୍ତିରୁ ସିନ୍ଦୁର ଆଣି ରୋଗୀ ଲୋକଙ୍କ ମଥାରେ ଲଗାଇବା ଦ୍ଵାରା ତାଙ୍କର ଶରୀରର ଶୀଘ୍ର ସୁସ୍ଥ ହୋଇଥାଏ । ଅଶୋକ ଗଛର ତିନୋଟି ତାଜା ପତ୍ରକୁ ପ୍ରତିଦିନ ସକାଳୁ ଚୋବାଇବା ଦ୍ଵାରା ଶରୀର ସୁସ୍ଥ ରହିଥାଏ । ତା’ ସହିତ ସମସ୍ତ ପ୍ରକର ଚିନ୍ତା ଏବଂ ସମସ୍ଯା ଦୂର ହୋଇଥାଏ ।

ଯଦି କୌଣସି ଲୋକଙ୍କ ଶରୀର ଅଧିକ ଦିନ ପର୍ଯ୍ୟନ୍ତ ଅସୁସ୍ଥ ରହିଥାଏ ତେବେ ଶୋଇବା ବେଳେ ତାଙ୍କ ତକିଆ ତଳେ ଓସ୍ତଗଛର ଚେର ଏବଂ ସହଦେଇ ରଖିବା ଦ୍ଵାରା ଶରୀର ଶୀଘ୍ର ଆରୋଗ୍ଯ ହୋଇଥାଏ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button