ରାଜ୍ୟ

ପ୍ରେମ ପାଇବାକୁ ଚାହୁଁଥିଲେ ମୋର ଏହି 1 କଥା ସର୍ବଦା ମନେ ରଖନ୍ତୁ- Krishna love Tips

ଭଲ ପାଇବା ଏକ ଶବ୍ଦ ନୁହେଁ । ଏହା ଏକ ଅନୁଭୂତି ଯାହାକୁ ଆପଣ ଛୁଇଁ ପାରିବେ ନାହିଁ । ଦେଖି ବି ହୁଏନି ଅନେକ କ୍ଷେତ୍ରରେ ମାତ୍ର ଏହାର ଅନୁଭୂତି ଖୁବ ମଧୁର ଅଟେ । ଆମେ ଯାହାକୁ ବି ଭଲ ପାଇ ଥାଉ ତାକୁ କେବେବି ଘୃଣା କରି ପାରି ନଥାଉ ହୁଏ ତ ଏଭଳି କିଛି ପରିସ୍ଥିତି ଆସି ଥାଏ ଯାହା ପାଇଁ ଆମେ ନିଜ ଭଲ ପାଇବାକୁ ନିଜ ଠାରୁ ଦୂରେଇ ଦେଇ ଥାଉ । ଯେଉଁ ମାନେ ଭଲ ପାଇ ଛନ୍ତି ପ୍ରକୃତରେ ଯଦି ଆମେ ସେମାନଙ୍କୁ ପଚାରିବା କି ସେମାନେ ଭଲ ପାଇବା ପାଇଁ କଣ କଣ କରିଛନ୍ତି ତାହେଲେ ଆମେ ଜାଣି ପାରିବା କି ଆମେ କଣ କରିବା ଦ୍ଵାରା ଭଲ ପାଇବା କୁ ପାଇ ପାରିବା । କିଛି ଲୋକ ଯେଉଁ ମାନେ ଆମ ତ୍ୟାଗ କିମ୍ବା ଆମର ଚିନ୍ତାର ମହତ୍ଵ ବୁଝି ପାରନ୍ତି ନି ସେମାନଙ୍କୁ ନିଜ ସମୟର ସହ ଛାଡି ଦେବା ଉଚିତ ଅଟେ ।

ହୁଏତ କିଛି ବି ହୋଇ ପାରେ ଜୀବନରେ ମାତ୍ର ଆମ ମନରେ ଥିବା ଭଲ ପାଇବା ଯଦି ଜଣେ ବୁଝି ପାରିନି ତାହେଲେ ସେ ଖୁବ କିଛି ହରାଇ ଦେଇଛି ଜାଣି ନିଅନ୍ତୁ। କିଛି ଲୋକଙ୍କ ମତରେ ଭଲ ପାଇବା ଏକ ସମୟ ଅତିବାହିତ କରିବାର ଉପାୟ । ମାତ୍ର ମନେ ରଖନ୍ତୁ କି ଆପଣ ସବୁ କିଛି କରି ପାରିବେ ମାତ୍ର ପ୍ରକୃତ ପ୍ରେମ ପାଇ ପାରିବେ ନି । ଆପଣ କାହା ଉପରେ ଦୟା କରୁ ନାହାନ୍ତି ଆପଣ ନିଜକୁ ଖୁସି ଦେବାକୁ  ଚାହାଁନ୍ତି ।

ଭଲ ପାଇବା ଆରମ୍ଭ ହୁଏ ଭଲ ଲାଗିବାରୁ ଆଉ ଏହା ପରେ ରୂପ ନିଏ ପ୍ରେମର । ଯଦି ଆମେ ଆମ ପ୍ରେମକୁ ପାଇବା ପାଇଁ ଚାହୁଁ ତାହେଲ ଆମକୁ ତ୍ୟାଗ କରିବାକୁ ପଡିବ । ପ୍ରତେକ ଲୋକ ପ୍ରେମ କରି ତ  ନିଅନ୍ତି ମାତ୍ର ଯଦି ଏହାକୁ ସମ୍ଭାଳିବାର ପରିସ୍ଥିତି ଆସେ କିମ୍ବା ଏହି ସମ୍ପର୍କ କୁ ତୁଲେଇବାକୁ ଆସେ ସେତେବେଳେ କଣ ସବୁ ପ୍ରସ୍ତୁତ ଥାନ୍ତି ? ନା କିଛି ଲୋକମାନେ ଏହାକୁ ତୁଲାଇବାରେ ଅସଫଳ ହୋଇ ଥାନ୍ତି ।

ଏହା କୁ ଅନୁଭବ କରିବା ଖୁବ ସହଜ ମାତ୍ର ଏହାକୁ ନିଜ ଜୀବନରେ ଆଣିବା ଖୁବ କଷ୍ଟ ହୋଇ ଥାଏ । ଏହା ପାଇଁ ତ୍ୟାଗର ଆବଶ୍ୟକ ଅଟେ । ଯେଉଁ ମାନେ ତ୍ୟାଗ କରିବା ପାଇଁ ଡରିଯାନ୍ତି ସେମାନେ ଖୁବ ସ୍ଵାର୍ଥପର ହୋଇ ଥାନ୍ତି । ଯଦି ଆପଣ କାହାକୁ ଭଲ ପାନ୍ତି ତେବେ ତାକୁ ପାଇବା ପାଇଁ ଆପଣଙ୍କୁ ତ୍ୟାଗ କରିବାକୁ ପଡିବ । ପାରିବର ର ତ୍ୟାଗ, ଭବିଷ୍ୟତ ର ତ୍ୟାଗ,  ଗାଁ ର ତ୍ୟାଗ ହେଉ କିମ୍ବା ନିଜ ଅଭ୍ଯାସର ତ୍ୟାଗ ହେଉ ।

କିଛି ନା କିଛି ତ୍ୟାଗ ଆବଶ୍ୟକ ଅଟେ । ଆମକୁ ସବୁ କିଛି ଦରକାର କିନ୍ତୁ ଆମେ ଗୋଟେ ଜିନିଷ ସବୁ ବେଳେ ଭୁଲି ଯାଉ କି କିଛି ପାଇବା ପାଇଁ ହେଲେ କିଛି ଛାଡି ବାକୁ ହେବ । ଆମେ ଜାଣିଛେ କି କୃଷ୍ଣ ଙ୍କ ସହ ରାଧା ଙ୍କ ନାମ ଆସେ କେବେ ବି ରୁକ୍ମଣୀ ଙ୍କ ନାମ ଆସେନି । ଏହାର ଅର୍ଥ କଣ କୃଷ୍ଣ ଙ୍କ ଭଲ ପାଇବା ରେ ମିଛ ଥିଲା । ନା ଏହା କେବେବି ସତ ନୁହେଁ ଏହା ଆପଣ କଣ ସାରା ଦୁନିଆ ଜାଣିଛି । ଯେଉଁ ଠାରେ  ତ୍ୟାଗ ଥାଏ ସେହି ଠାରେ ପ୍ରେମ ଓ ଭଲ ପାଇବା ଥାଏ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button