ରାଜ୍ୟ

+୩ ନାମଲେଖାରେ ପରିବର୍ତ୍ତନ: ୧ମ ପର୍ଯ୍ୟାୟରେ ନାମ ଲେଖାଇଲେ ବି ୨ୟ ପର୍ଯ୍ୟାୟ ପାଇଁ ମିଳିବ ସୁଯୋଗ

ଭୁବନେଶ୍ୱର : ୩ ନାମଲେଖାକୁ ନେଇ ଉଚ୍ଚଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି । ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ଦ୍ବିତୀୟ ପର୍ଯ୍ୟାୟରେ ବି ନାମଲେଖା ପାଇଁ କରିପାରିବେ ଆବେଦନ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଉଚ୍ଚ ଶିକ୍ଷା ବିଭାଗ ଏହି ନିଷ୍ପତ୍ତି ନେଇଛି । ୨୦୨୪-୨୫ ଶିକ୍ଷାବର୍ଷରେ ଯୁକ୍ତ ତିନିରେ ନାମଲେଖା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ ପ୍ରକ୍ରିୟା ଗତ ୧୨ ତାରିଖରୁ ଆରମ୍ଭ ହୋଇଛି ।

ଏହି ଆବେଦନ ପ୍ରକ୍ରିୟା ୨୬ ତାରିଖ ରାତି ୧୧ ଟା ୪୫ ପର୍ଯ୍ୟନ୍ତ ଚାଲିବ । ଏଥିରେ କେଉଁମାନେ ଆବେଦନ କରିପାରିବେ ଏବଂ ଆବେଦନ କରିପାରିବେ ନାହିଁ ସେ ନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଗାଇଡ଼ଲାଇନ ଜାରି ହୋଇଥିଲା ।

ତେବେ ପ୍ରଥମ ପର୍ଯ୍ୟାୟରେ ଯେଉଁମାନେ ନାମଲେଖାଇ ସାରିଛନ୍ତି, ସେମାନେ ଦ୍ୱିତୀୟ ପର୍ଯ୍ୟାୟରେ ଆବେଦନ କରିପାରିବେ ନାହିଁ ବୋଲି ଗାଇଡ଼ଲାଇନରେ ଉଲ୍ଲେଖ ରହିଥିଲା । ଅଭିଭାବକ ଏବଂ ଛାତ୍ରଛାତ୍ରୀ ନିୟମକୁ ପରିବର୍ତ୍ତନ କରିବାକୁ ଅନୁରୋଧ କରିଥିଲେ । ଏହାପରେ କିନ୍ତୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏଥିରେ ପରିବର୍ତ୍ତନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଯେଉଁ ଛାତ୍ରୀଛାତ୍ରମାନେ ପ୍ରଥମ ପର୍ଯ୍ୟାୟରେ ନାମଲେଖାଇ ସାରିଛନ୍ତି, ସେମାନେ ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟ ଅଂଶଗ୍ରହଣ କରିପାରିବେ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି

Related Articles

Leave a Reply

Your email address will not be published. Required fields are marked *

Back to top button