ଦଣ୍ଡମୁକ୍ତ ଅଞ୍ଚଳରେ ଦଣ୍ଡ ଦେବା ପଡ଼ିଛି ମହଙ୍ଗା, ସସପେଣ୍ଡ ହୋଇଛନ୍ତି ଶିକ୍ଷୟିତ୍ରୀ
ମୟୁରଭଞ୍ଜ: ଦଣ୍ଡମୁକ୍ତ ଅଞ୍ଚଳରେ ଦଣ୍ଡ ଦେବା ପଡ଼ିଛି ମହଙ୍ଗା । କୁନି କୁନି ପିଲାଙ୍କୁ ଏମିତି ମାଡ଼ ମାରିଲେ ଯେ ଏବେ ସସପେଣ୍ଡ ହୋଇଛନ୍ତି ଶିକ୍ଷୟିତ୍ରୀ । ଦଣ୍ଡମୁକ୍ତ ଅଞ୍ଚଳରେ କୁନି କୁନି ପିଲାଙ୍କୁ ଦିଆ ଯାଉଥିଲା ଅକଥନୀୟ ନିର୍ଯାତନା । ପିଲାଙ୍କ ଯନ୍ତ୍ରଣା ସହି ନପାରି ସ୍କୁଲକୁ ଧାଇଁ ଆସିଥିଲେ ଅଭିଭାବକ । ଅଭିଭାବକ ପିଲାମାନଙ୍କୁ ନିର୍ଭୟରେ ସ୍କୁଲ ଛାଡ଼ନ୍ତି ଶିକ୍ଷକଙ୍କ ଉପରେ ଭରସା କରି ।
କିନ୍ତୁ ଶିକ୍ଷୟିତ୍ରୀ ଜଣକ ସରକାରଙ୍କ ନିୟମ ନମାନି ଏମିତି କାଣ୍ଡ କରିଛନ୍ତି ଯେ ଏବେ ଚାକିରିରୁ ସସପେଣ୍ଡ ହୋଇଛନ୍ତି ।
ମୟୁରଭଞ୍ଜ ଜିଲ୍ଲା ଯଶିପୁର ବ୍ଲକ୍ ଅଙ୍ଗାରପଦା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଘଟଣା । ହଷ୍ଟେଲରେ ଠିକ୍ ଭାବେ ଖାଦ୍ୟ ନମିଳିବା ନେଇ ପ୍ରଧାନ ଶିକ୍ଷକଙ୍କୁ ଅଭିଯୋଗ କରିବାରୁ ୧୪ଜଣ ଛାତ୍ରୀଙ୍କୁ କୁଆଡ଼େ ନିସ୍ତୁକ ପିଟିଥିଲେ ସହକାରୀ ଶିକ୍ଷୟିତ୍ରୀ ମଞ୍ଜୁଲତା ସାହୁ । ମାଡ଼ ସହି ନପାରିବାରୁ ମୁହଁ ଖୋଲିଥିଲେ ଛାତ୍ରୀ । ଅଭିଭାବକମାନେ ଏନେଇ ଅଭିଯୋଗ କରିଥିଲେ । ଘଟଣା ପରେ ମୟୁରଭଞ୍ଜ ଜିଲ୍ଲାପାଳ ଶିକ୍ଷୟିତ୍ରୀଙ୍କୁ ସସପେଣ୍ଡ କରିଥିବା ନେଇ DWO ପ୍ରଦ୍ୟୁମ୍ନ କୁମାର ଦାସ ସୂଚନା ଦେଇଛନ୍ତି ।
ସୂଚନା ଅନୁସାରେ ଏହି ବିଦ୍ୟାଳୟରେ କବେଳ ଆଦିମ ଜନଜାତି ଖଡ଼ିଆ ସମ୍ପ୍ରଦାୟର ପିଲାମାନେ ପ୍ରଥମରୁ ଦଶମ ଶ୍ରେଣୀ ର୍ପଯ୍ୟନ୍ତ ପାଠ ପଡିଥାନ୍ତି । ଗତ ମଙ୍ଗଳ ବାର ଦିନ ଷଷ୍ଠ ଶ୍ରଣେୀର କିଛି ଛାତ୍ରୀ ହଷ୍ଟଲେରେ ଠିକ୍ ଭାବେ ଖାଦ୍ୟ ମିଳୁ ନଥିବା ନେଇ ପ୍ରଧାନ ଶିକ୍ଷକଙ୍କ ଠାରେ ଅଭିଯୋଗ କରିଥିଲେ । ଏହାପରେ ସେଠାରେ କାର୍ଯ୍ୟରତ ସହ ଶିକ୍ଷୟିତ୍ରୀ ମଞ୍ଜୁଲତା ସାହୁ ପିଲାମାନଙ୍କୁ ଶ୍ରେଣୀ ଭିତରେ ନିସ୍ତୁକ ମାଡ ମାରିଥିଲେ । ମାଡ଼ ଏମିତି ଥିଲା ଯେ ୧୪ ଜଣ ଛାତ୍ରୀ ଆହତ ହୋଇ ମଡିକାଲରେ ଚିକିତ୍ସିତ ହେଲେ । ଅବଶ୍ୟ ଏବେ ସେମାନେ ସୁସ୍ଥ ହୋଇ ବିଦ୍ୟାଳୟକୁ ଫେରିଛନ୍ତି ।
ଅନ୍ୟପଟେ ଗଣମାଧ୍ୟମକୁ ବିଦ୍ୟାଳୟ କର୍ତ୍ତୃପକ୍ଷ ବାରଣ କରିଛନ୍ତି। ତେବେ ଘଟଣାର ଖବର ପାଇ କରଞ୍ଜିଆ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ପ୍ରବୀଣ କୁମାର ବାଣୁଆ ବିଦ୍ୟାଳୟରେ ପହଞ୍ଚି ତଦନ୍ତ କରି ଥିଲେ । ପରେ ଏ ନେଇ ଜିଲ୍ଲାପାଳଙ୍କୁ ରିପୋର୍ଟ ଦିଆଯାଇଥିଲା ଏବଂ ଶିକ୍ଷୟିତ୍ରୀ ସସପେଣ୍ଡ ହୋଇଥିଲେ ।