ରାଜ୍ୟ

ବନ୍ଧୁକ ଦେଖାଇ ଦୁଇ ଶିକ୍ଷୟିତ୍ରୀଙ୍କଠାରୁ ସୁନାଚେନ୍‌ ଲୁଟ୍‌ – Ibnodisha

[ad_1]

ଭୁବନେଶ୍ୱର: ସୁକିନ୍ଦା ଥାନା ଅଞ୍ଚଳରେ ୨ ଅଜ୍ଞାତ ବନ୍ଧୁକଧାରୀ ଦୁଇଟି ସ୍ଥାନରେ ଦୁଇଜଣ ଶିକ୍ଷୟିତ୍ରୀଙ୍କଠାରୁ ସୁନାଚେନ୍‌ ଲୁଟି ନେଇଛନ୍ତି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମଙ୍ଗଳପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ଶିକ୍ଷୟିତ୍ରୀ ମମତା ମଞ୍ଜରୀ କର(୫୫) ସ୍କୁଲରୁ ଦୁଇ କିଲୋମିଟର ଦୂର ଦାମୋଦରପୁରସ୍ଥିତ ଘରକୁ ଫେରୁଥିଲାବେଳେ ଲୁଟ୍‌ର ଶିକାର ହୋଇଥିଲେ।

ସେହିପରି ଦଲକୀ ସରକାରୀ ପ୍ରାଥମିକ ବିଦ୍ୟାଳୟ ଶିକ୍ଷୟିତ୍ରୀ ଅମ୍ବିକା ସେଠୀ(୫୬) ସ୍କୁଲରୁ ୧୪ କିଲୋମିଟର ଦୂର ହାତୀବାରିସ୍ଥିତ ଘରକୁ ଫେରିବା ବାଟରେ ଲୁଟ୍‌ର ଶିକାର ହୋଇଥିଲେ। ୨ଟିଯାକ ସ୍ଥାନରେ ସମାନ ଲୁଟେରାଦ୍ବୟ ଲୁଟ୍‌ କରିଥିବା ସିସିଟିଭି ଫୁଟେଜରୁ ଜଣାପଡ଼ିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button