ଅପରାଧ

ପୁଅକୁ ବିଷ ଦେଲା ବାପା – Ibnodisha

[ad_1]

ମୁମ୍ବାଇ : ମହାରାଷ୍ଟ୍ରର ସୋଲାପୁରରେ ଅଭାବନୀୟ ଘଟଣା ଘଟିଛି। ବହୁ ବୁଝୁଶୁଝା ପରେ ବି ଠିକ୍‌ ବାଟ ଭୁଲି ଅବାଟକୁ ଚାଲି ଯାଇଥିଲା ପୁଅ। ମାତ୍ର ୧୪ ବର୍ଷ ବୟସରେ ଝିଅମାନଙ୍କୁ ଅଶ୍ଳୀଳ ବ୍ୟବହାର କରିବା ସହ ଅଶ୍ଳୀଳ ଭିଡିଓ ବି ଦେଖୁଥିଲା। ଯେତେ ବୁଝାଇଲେ ବି ବୁଝୁ ନ ଥିଲା। ବାରମ୍ବାର ନିନ୍ଦା ଅପବାଦ ସହିବାରୁ ପୁଅକୁ ରାସ୍ତାରୁ ହଟାଇବାକୁ ବାପା ରଚିଲା ଷଡଯନ୍ତ୍ର । ତେବେ ସୂଚନା ଅନୁଯାୟୀ, ପୁଅ ଅଶ୍ଳୀଳ ବ୍ୟବହାର କରିବା ସହ ଅଶ୍ଳୀଳ ଭିଡିଓ ବି ଦେଖୁଥିଲା । ପୁଅର ଏପରି ଆଚରଣରେ ଅତିଷ୍ଠ ହୋଇ ପଡ଼ିଥିବା ବିଜୟ ଥରେ ବାଇକ୍‌ରେ ବୁଲାଇବାକୁ ପୁଅକୁ ବଜାର ନେଇ ଯାଇଥିଲେ। ସେଠାରେ ଥଣ୍ଡା ପାନୀୟରେ ପୁଅକୁ ବିଷ ମିଶାଇ ପିଆଇ ଦେଇଥିଲେ। ଏହାପରେ ମୃତ୍ୟୁ ହେବା ପରେ ନିଛାଟିଆ ସ୍ଥାନରେ ପୁଅର ମୃତଦେହ ଫୋପାଡ଼ି ଥାନାରେ ନିଖୋଜ ମାମଲା ରୁଜୁ କରିଥିଲେ। କିଛି ଦିନ ପୂର୍ବେ ଜଣେ ନାବାଳକ ନିଖୋଜ ହୋଇଥିବା ନେଇ ମାମଲା ରୁଜୁ ହୋଇଥିଲା। ଏହାପରେ ପୁଲିସ୍ ବହୁ ଖୋଜାଖୋଜି ପରେ ଏକ ମୃତଦେହ ଉଦ୍ଧାର କରିଥିଲା। ବିଜୟ ବାଟ୍ଟୁ ମୃତ ନାବାଳକ ତାଙ୍କ ପୁଅ ବୋଲି ଚିହ୍ନଟ କରିଥିଲେ। ଶବ ବ୍ୟବଚ୍ଛେଦ ହେବା ପରେ ବିଷକ୍ରିୟା ଯୋଗୁ ନାବାଳକଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଥିଲା।ଏହାପରେ ପୁଲିସ୍‌ ବିଜୟଙ୍କୁ ଥାନାକୁ ଡାକି ପଚରାଉଚରା କରିବା ପରେ ସେ ସବୁ ସତ କଥା ମାନି ଯାଇଥିଲେ। ଏପରିକି ନିଜ ପୁଅକୁ ନିଜେ ହିଁ ହତ୍ୟା କରିଥିବା ସ୍ୱୀକାର କରିଥିଲେ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button