ରାଜ୍ୟ

ରାଜ୍ୟ କ୍ୟାବିନେଟରେ ୧୬ ପ୍ରସ୍ତାବ ଉପରେ ବାଜିଲା ମୋହର; ୨୩ଟି ଜିଲ୍ଲାର ୫୫ଟି ବ୍ଲକସ୍ତରୀୟ ବସଷ୍ଟାଣ୍ଡର ନିର୍ମାଣ ଓ ନବୀକରଣ ପାଇଁ ୩୭୩ କୋଟି ଟଙ୍କା ମଞ୍ଜୁର – Ibnodisha

[ad_1]

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ରେ ଗୁରୁବାର ଦିନ ୭ଟି ବିଭାଗର ୧୬ଟି ପ୍ରସ୍ତାବ ଉପରେ ମୋହର ଲାଗିଛି । ବୈଠକ ପରେ କ୍ୟାବିନେଟ୍ ନିଷ୍ପତି ନେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ଲୋକଙ୍କୁ ଉନ୍ନତ ପରିବହନ ସେବା ଯୋଗାଇଦେବା ଲକ୍ଷ୍ୟରେ ୨୩ଟି ଜିଲ୍ଲାର ୫୫ଟି ବ୍ଲକସ୍ତରୀୟ ବସଷ୍ଟାଣ୍ଡର ନିର୍ମାଣ ଓ ନବୀକରଣ କରାଯିବ । ଏଥିସହ ବିକଶିତ ହୋଇଥିବା ଆଠଗଡ଼, ବଲାଙ୍ଗିର, ଜୟପୁର ଓ ମୋଟୁ ବସଷ୍ଟାଣ୍ଡରେ ଯାତ୍ରୀଙ୍କ ପାଇଁ ବ୍ୟାପକ ସୁବିଧା କରିଛନ୍ତି ରାଜ୍ୟ ସରକାର । ଅତ୍ୟାଧୁନିକ ପରିବେଶ ଅନୁକୂଳ ବସଷ୍ଟାଣ୍ଡର ନିର୍ମାଣ ଏବଂ ରକ୍ଷଣାବେକ୍ଷଣ ପାଇଁ ରାଜ୍ୟ କ୍ୟାବିନେଟ୍ ବୈଠକରେ ୩୭୩.୧୩ କୋଟି ମଞ୍ଜୁର ହୋଇଛି। ଏହି ବସଷ୍ଟାଣ୍ଡଗୁଡ଼ିକ ସ୍ଥାନୀୟ ଅଂଚଳର ସାମାଜିକ ଓ ଆର୍ଥିକ ବିକାଶକୁ ପ୍ରୋତ୍ସାହିତ କରିବା ସହ ପର୍ଯ୍ୟଟନ ଓ ବ୍ୟବସାୟ କ୍ଷେତ୍ର ପାଇଁ ନୂଆ ସୁଯୋଗ ସୃଷ୍ଟି କରିବ । ଏହିଯୋଜନା ୪ ବର୍ଷ ୨୦୨୨-୨୩ରୁ ୨୦୨୫-୨୬ ପଯ୍ୟର୍ନ୍ତ ରହିବ ।

ମୁଣ୍ଡାରୀ ଭାଷାକୁ ସମ୍ବିଧାନର ୮ମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ ପାଇଁ ପ୍ରସ୍ତାବ
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ମୁଣ୍ଡାରୀ ଭାଷାକୁ ଭାରତୀୟ ସମ୍ବିଧାନର ୮ମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ କରିବା ନେଇ ପ୍ରସ୍ତାବ ସୁପାରିଶ୍ ହୋଇଛି । ମୁଣ୍ଡାରୀ ଭାଷା, ସଂସ୍କୃତିର ସଂରକ୍ଷଣ, ବିକାଶ, ଗବେଷଣାକୁ ଆଗକୁ ନେବା ସହ ୬ଲକ୍ଷରୁ ଊର୍ଦ୍ଧ୍ୱ ମୁଣ୍ଡାରୀ ଭାଷାଭାଷୀ ଲୋକଙ୍କ ପାଇଁ ଏହା ନୂଆ ସମ୍ଭାବନା ସୃଷ୍ଟି କରିବ ।

୫ ଜିଲ୍ଲାରେ ଜଳସେଚନ ବ୍ୟବସ୍ଥା ହେବ ବ୍ୟାପକ
ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ଜଳସେଚନ ସୁବିଧାକୁ ଆହୁରି ବ୍ୟାପକ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ଗୁରୁତ୍ୱ ଦିଆଯାଇଛି । ଉଭୟ ଜିଲ୍ଲାରେ ୧୩ଟି ବୃହତ୍ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ କରିବା ପାଇଁ ୫୪୩.୨୦ କୋଟି ଟଙ୍କାର ଟେଣ୍ଡର ଅନୁମୋଦନ ହୋଇଛି । ଏହାଦ୍ୱାରା ୧୯,୨୪୨ ହେକ୍ଟର ଜମି ଜଳସେଚିତ ହେବ । ସେହିପରି ନବରଙ୍ଗପୁର ଜିଲ୍ଲାର ଇନ୍ଦ୍ରାବତୀ ଜଳ ଭଣ୍ଡାରରୁ ୧୧ଟି ଉଠାଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ଏଥିପାଇଁ ୭୬୦ କୋଟିରୁ ଅଧିକ ଖର୍ଚ୍ଚ ହେବାକୁ ଥିବାେବେଳ ୧୯,୬୦୦ ହେକ୍ଟରରୁ ଊର୍ଦ୍ଧ୍ୱ ଚାଷଜମିକୁ ସେଚ ସୁବିଧା ଯୋଗାଇ ଦିଆଯିବ । ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ଜଳସେଚନ ପାଇଁ ୪୨୩ କୋଟି ୭୯ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଟେଣ୍ଡରକୁ କ୍ୟାବିନେଟ୍ ଅନୁମୋଦନ କରିଛି । ଏହାସହ ଏହାର ୧୫ ବଷର୍ର ରକ୍ଷଣାବେକ୍ଷଣା ପାଇଁ ୩୩ କୋଟି ୯୮ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହେବ । ଏହି ପ୍ରକଳ୍ପ ଦ୍ୱାରା ୧୫,୦୯୦ ହେକ୍ଟର ଜମି ଜଳସେଚିତ ହେବ ।

ରାଜ୍ୟରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ମକା ମିଶନ
ଖୁବଶୀଘ୍ର ରାଜ୍ୟରେ ମୁଖ୍ୟମନ୍ତ୍ରୀ ମକା ମିଶନର ଶୁଭାରମ୍ଭ ହେବ । ଯାହାଫଳରେ ରାଜ୍ୟରେ ମକାର ଉତ୍ପାଦନ ଓ ଉତ୍ପାଦକତା ବୃଦ୍ଧି ପାଇବ । ଏହାସହ ସରକାର ଆଗାମୀ ୫ ବର୍ଷରେ ସଘନ କୃଷି ଓ ବିଲୁପ୍ତପ୍ରାୟ ଫସଲର ପୁନରୁଦ୍ଧାର କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ୪୮୧୯୪.୦୯ ଲକ୍ଷ ଟଙ୍କା ବିନିଯୋଗ କରିବେ । ରାଜ୍ୟ କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ଏହି ଅନୁଦାନ ମଞ୍ଜୁର କରିଛନ୍ତି । ବୈଜ୍ଞାନିକ ପଦ୍ଧତିରେ ଡାଲି, ମକା, ତୈଳବୀଜ, କପା ଓ ଝୋଟ ଆଦି ଫାଇବରଜାତୀୟ ଫସଲ ଅମଳ ବୃଦ୍ଧିକୁ ଗୁରୁତ୍ୱ ଦେଇଛନ୍ତି ସରକାର ।

ସିକିମ ଜମି ଉତରାଧିକାରୀଙ୍କୁ ମିଳିବ ରୟତି ଅଧିକାର
ସିକିମ ଜମିକୁ ଦଖଲ କରୁଥିବା ଉପ-ରୟତ ଅବା ଉତରାଧିକାରୀଙ୍କୁ ରୟତି ଅଧିକାର ପ୍ରଦାନ କରାଯିବ । ଓଡ଼ିଶା ଭୂ-ସଂସ୍କାର ଆଇନ, ୧୯୬୦ର ସଂଶୋଧନ ପ୍ରସ୍ତାବ ରାଜ୍ୟ କ୍ୟାବିନେଟ୍‌ରେ ପାରିତ ହୋଇଛି ।

ଭୁବନେଶ୍ୱରରେ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବ ଶ୍ରୀ ଭିଲେ ପାର୍ଲେ
ରାଜ୍ୟ ସରକାର ଓ ଶ୍ରୀ ଭିଲେ ପାର୍ଲେ କଲେବାଣୀ ମଣ୍ଡଳର ସହଯୋଗରେ ଭୁବନେଶ୍ୱରରେ ଏକ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବ । ଏହି ବିଶ୍ୱବିଦ୍ୟାଳୟ ପାଇଁ ରାଜ୍ୟ ସରକାର ଖୋର୍ଦ୍ଧା ସ୍ଥିତ ଗଡକାଶିପୁର ଗ୍ରାମରେ ୪୦ ଏକର ଜମି ଯୋଗାଇ ଦେଇଛନ୍ତି । ଓଡିଶାର ମୂଳ ବାସିନ୍ଧା ଛାତ୍ରଛାତ୍ରୀଙ୍କୁ ଏହି ବିଶ୍ୱବିଦ୍ୟାଳୟେର ପଢିବାକୁ ଅଗ୍ରାଧିକାର ଦିଆଯିବ । ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନେଇ ଶ୍ରୀ ଭିଲେ ପାର୍ଲେ କଲେବାଣୀ ମଣ୍ଡଳ ସହ ଏକ ଏମଓୟୁ ସ୍ୱାକ୍ଷର କରାଯିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି ।

ଓଡିଶା ସରକାରୀ ମହାବିଦ୍ୟାଳୟ ଅମଲା ସେବା ନିୟମାବଳୀ, ୨୦୨୩ ପ୍ରଣୟନ ନିମନ୍ତେ ପ୍ରସ୍ତାବକୁ ଅନୁମୋଦନ
ଓଡିଶା ସରକାରୀ ମହାବିଦ୍ୟାଳୟ ଅମଲା ସେବା ନିୟମାବଳୀ, ୨୦୨୩ ପ୍ରଣୟନ ନିମେନ୍ତ ଆସିଥିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟେର ଅନୁମୋଦନ ଦିଆ ଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କ୍ୟାବେିନଟ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏହା ଦ୍ୱାରା ଓଡିଶା ସରକାରୀ କେଲଜର ଛାତ୍ର ଛାତ୍ରୀ ମାନଙ୍କୁ ବିବିଧ ସେବା ଯୋଗାଇ ଦେବା ଓ କଲେଜ ସ୍ତରରେ ସୁଚାରୁରୁପେ ପ୍ରଶାସନିକ କାର୍ଯ୍ୟର ସଫଳ ରୂପାୟନ ହୋଇପାରିବ ।

ସଂଗ୍ରହଳାୟ ପାଇଁ ସ୍ୱତନ୍ତ୍ର ନିଦେର୍ଶାଳୟ ଗଠନ ପାଇଁ ରାଜ୍ୟ କ୍ୟାବିନେଟ ନିଷ୍ପତି
ଦ୍ୱିତୀୟ ଐତିହ୍ୟ କ୍ୟାବିନେଟର ନିଷ୍ପତି ଅନୁଯାୟୀ ସଂଗ୍ରହଳାୟ ପାଇଁ ସ୍ୱତନ୍ତ୍ର ନିଦେର୍ଶାଳୟ ଗଠନ ପାଇଁ ଆଜି ରାଜ୍ୟ କ୍ୟାବିନେଟ ନିଷ୍ପତି ଗ୍ରହଣ କରିଛି। ମିଳିଥିବା ସୂଚନା ଅନୁସାରେ ଅନ୍ୟାନ୍ୟ ବିଭିନ୍ନ ରାଜ୍ୟରେ ସଂଗ୍ରହଳାୟ ଗୁଡିକର ପରିଚାଳନା ନିମେନ୍ତ ସ୍ୱତନ୍ତ୍ର ନିଦେର୍ଶାଳୟ ରହିଛି । ସେହିଭଳି ଭାବରେ ଓଡିଶାର ବିଭିନ୍ନ ସମୟେର ଆବିଷ୍କୃତ ସମୃଦ୍ଧ ଐତିହାସିକ, ସାଂସ୍କୃତିକ, କଳା କୀର୍ତିରାଜି ଗୁଡିକର ସଂରକ୍ଷଣ ଓ ଏହା ଉପେର ଗେବଷଣା ପାଇଁ ସ୍ୱତନ୍ତ୍ର ନିଦେର୍ଶାଳୟ ଗଠନର ଆବଶ୍ୟକତା ରହିଛି । ଏହି ନୂତନ ନିଦେର୍ଶାଳୟ ନିମନ୍ତେ ଆବଶ୍ୟକୀୟ ଅମଲା ଓ ବୈଷୟିକ ପଦବୀ ସୃଷ୍ଟି ନିମେନ୍ତ ଆଜି କ୍ୟାବିନେଟ ଅନୁମୋଦନ କରିଛନ୍ତି ।

ସ୍ୱତନ୍ତ୍ର ପ୍ରତ୍ନତତ୍ୱ ନିଦେର୍ଶାଳୟ ଗଠନ ପାଇଁ କ୍ୟାବିନେଟ ନିଷ୍ପତି
ଦ୍ୱିତୀୟ ଐତିହ୍ୟ କ୍ୟାବିନେଟର ନିଷ୍ପତି ଅନୁଯାୟୀ ପାଇଁ ସ୍ୱତନ୍ତ୍ର ପ୍ରତ୍ନତତ୍ୱ ନିଦେର୍ଶାଳୟ ଗଠନ ପାଇଁ ଆଜି ରାଜ୍ୟ କ୍ୟାବିନେଟ ନିଷ୍ପତି ଗ୍ରହଣ କରିଛି ।
ମିଳିଥିବା ସୂଚନା ଅନୁସାରେ ଏହି ନୂତନ ନିଦେର୍ଶାଳୟ ନିମନ୍ତେ ଆବଶ୍ୟକୀୟ ଅମଲା ଓ ବୈଷୟିକ ପଦବୀ ସୃଷ୍ଟି ନିମନ୍ତେ ଆଜି କ୍ୟାବିନେଟ ଅନୁମୋଦନ କରିଛନ୍ତି ।

ଗଠନ ହେବ ସବର୍ସାଧାରଣ ଗ୍ରନ୍ଥାଗାର ନିର୍ଦ୍ଦେଶାଳୟ
ଦ୍ୱିତୀୟ ଐତିହ୍ୟ କ୍ୟାବିନେଟର ନିଷ୍ପତି ଅନୁଯାୟୀ ପାଇଁ ସର୍ବ ସାଧାରଣ ଗ୍ରନ୍ଥାଗାର ନିର୍ଦେଶାଳୟ ଗଠନ ପାଇଁ ଆଜି ରାଜ୍ୟ କ୍ୟାବିନେଟ ନିଷ୍ପତି ଗ୍ରହଣ କରିଛି । ମିଳିଥିବା ସୂଚନା ଅନୁସାରେ ଏହି ନୂତନ ନିଦେର୍ଶାଳୟ ନିମେନ୍ତ ଆବଶ୍ୟକୀୟ ଅମଲା ଓ ବୈଷୟିକ ପଦବୀ ସୃଷ୍ଟି ନିମନ୍ତେ ଆଜି କ୍ୟାବିନେଟ ଅନୁମୋଦନ କରିଛନ୍ତି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button