IBN ଓଡ଼ିଶା ବ୍ୟୁରୋ

୧ ବର୍ଷର ମାତୃତ୍ୱ ଛୁଟିରେ ରହିବେ ମହିଳା ପୋଲିସ କର୍ମଚାରୀ, ଘୋଷଣା କଲେ ଏହି ରାଜ୍ୟର ସରକାର

ମହିଳା ପୋଲିସ କର୍ମଚାରୀଙ୍କୁ ମିଳିବ ୧ ବର୍ଷର ମାତୃତ୍ୱ ଛୁଟି । ତାମିଲନାଡ଼ୁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏହା ସହିତ ମା’ ହେବା ପରେ ମଧ୍ୟ ମହିଳା ପୋଲିସ କର୍ମଚାରୀମାନେ ନିଜ ପସନ୍ଦର ସ୍ଥାନରେ ଡ୍ୟୁଟି କରିପାରିବେ । ଏହି ସୁବିଧା ସେମାନଙ୍କୁ ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ ମିଳିପାରିବ । ଯେଉଁ ସ୍ଥାନରେ ମହିଳା ପୋଲିସ ନିଜ ପିଲାଙ୍କୁ ଠିକ୍‌ ଭାବରେ ଦେଖାଶୁଣା କରି ଡ୍ୟୁଟି କରିବାକୁ ସକ୍ଷମ ହେବେ, ସେହି ସ୍ଥାନରେ ସେମାନଙ୍କୁ ମୁତୟନ କରାଯିବ ।

ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍‌ ଶୁକ୍ରବାର କହିଛନ୍ତି ଯେ ରାଜ୍ୟ ପୋଲିସ ଫୋର୍ସରେ ମହିଳା କର୍ମଚାରୀଙ୍କୁ ୧ ବର୍ଷର ମାତୃତ୍ୱ ଅବକାଶ ମିଳିବ । ଡ୍ୟୁଟିକୁ ଫେରିବା ପରେ ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ ସେମାନେ ନିଜ ପସନ୍ଦର ସ୍ଥାନରେ ମୁତୟନ ହୋଇପାରିବେ, ଯେଉଁଠି ସେମାନେ ପିଲାଙ୍କ ଦେଖାଶୁଣା କରିପାରୁଥିବେ ।

ସୂଚନାଥାଉ କି, ୨୦୨୧ରେ କ୍ଷମତାକୁ ଆସିବା ପରେ ଡିଏମ୍‌କେ ସରକାର ନିଜ ମହିଳା କର୍ମଚାରୀଙ୍କ ପାଇଁ ମାତୃତ୍ୱ ଛୁଟି ଅବଧିକୁ ୯ ମାସରୁ ବଢ଼ାଇ ୧ ବର୍ଷ କରିଥିଲେ ।

ରାଜରଥିନମ୍‌ ଷ୍ଟାଡିୟମ୍‌ରେ ଦକ୍ଷ ପୋଲିସ ଅଧିକାରୀ ଏବଂ କର୍ମଚାରୀଙ୍କୁ ରାଷ୍ଟ୍ରପତି ପଦକ, କେନ୍ଦ୍ରୀୟ ଗୃହମନ୍ତ୍ରୀ ପଦକ ଏବଂ ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ପଦକ ବିତରଣ ସମାରୋହରେ ସିଏମ୍‌ ଏହା ଘୋଷଣା କରିଛନ୍ତି । ପୋଲିସ ବିଭାଗ କର୍ମଚାରୀଙ୍କ ଅନୁରୋଧକ୍ରମେ ଏହି ପଦକ୍ଷେପ ନିଆଯାଇଥିବା ସେ କହିଛନ୍ତି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button