ରାଜ୍ୟ

ମାଓ ମୁକାବିଲା ଉଚ୍ଚସ୍ତରୀୟ ବୈଠକରେ ଓଡ଼ିଶାର ଦାବି: ମୋବାଇଲ ଟାୱାର କର, ହେଲିକପ୍ଟର ଦିଅ – Ibnodisha

[ad_1]

ନୂଆଦିଲ୍ଲୀ: ଦିଲ୍ଲୀର ବିଜ୍ଞାନ ଭବନରେ ଆଜି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମାଓ ମୁକାବିଲା ସଂପର୍କିତ ଉଚ୍ଚସ୍ତରୀୟ ବୈଠକରେ ଓଡ଼ିଶାର ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ‌ଯୋଗଦେଇଛନ୍ତି। ରାଜ୍ୟରେ ମାଓ ମୁକାବିଲା ଦିଗରେ ରାଜ୍ୟ ସରକାରଙ୍କ ଏକାଧିକ ପଦକ୍ଷେପ ସେ ଉଲ୍ଲେଖ କରିବା ସହିତ ଦୁଇଟି ପ୍ରମୁଖ ଦାବି ଉପସ୍ଥାପନ କରିଥିଲେ। ବୈଠକରେ ମନ୍ତ୍ରୀ ଶ୍ରୀ ଆରୁଖ କହିଥିଲେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବାମପନ୍ଥୀ ଉଗ୍ରବାଦକୁ ମୁକାବିଲା କରିବାରେ ଓଡ଼ିଶାକୁ ଉଲ୍ଲେଖନୀୟ ସଫଳତା ମିଳିଛି।

ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟ ଅଧିକାଂଶ ଅଂଚଳରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିଛି। ଏହି ଅବସରରେ ଶ୍ରୀ ଆରୁଖ କହିଥିଲେ ରାଜ୍ୟର ମାଓ ପ୍ରଭାବ ୨୧ଟି ଜିଲ୍ଲାରୁ ହ୍ରାସ ପାଇ ୧୦ଟି ଜିଲ୍ଲାରେ ସୀମିତ ରହିଛି। ହିଂସାର ମାତ୍ରା ହ୍ରାସ ପାଇଛି ଏବଂ ମାଓ କ୍ୟାଡର ନିଯୁକ୍ତି ମଧ୍ୟ କମିଛି। ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଂଚଳର ସ୍ଥିତିକୁ ଉଲ୍ଲେଖ କରି ମନ୍ତ୍ରୀ ଶ୍ରୀ ଆରୁଖ କହିଥିଲେ ଏକଦା ମାଓଗଡ଼ ଥିବା ଏହି ଅଂଚଳ ସୁରକ୍ଷା ବାହିନୀର ସଂପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି ଏବଂ ପ୍ରତ୍ୟେକ କ୍ଷେତ୍ରରେ ବିକାଶ ହୋଇଛି। ଗୁରୁପ୍ରିୟା ସେତୁ ଲୋକମାନଙ୍କ ଜୀବନ ଓ ଜୀବିକାରେ ପରିବର୍ତ୍ତନ ଆଣିଛି। ସେହିଭଳି କନ୍ଧମାଳ ଜିଲ୍ଲା‌ର କିଛି ସ୍ଥାନରେ ଡ୍ରୋନ ମାଧ୍ୟମରେ ଔଷଧ ବଣ୍ଟନ କରାଯାଇଥିବା ନେଇ ମଧ୍ୟ ମନ୍ତ୍ରୀ ଭାଷଣରେ ଉଲ୍ଲେଖ କରିଥିଲେ। ମହିଳା ସଶକ୍ତୀକରଣ ଓ ଦକ୍ଷତା ବିକାଶ ଦିଗରେ ଏକାଧିକ ପଦକ୍ଷେପ ନିଆଯାଉଛି। ଏସବୁ ପଦକ୍ଷେପ ମାଓବାଦୀଙ୍କ ମେରୁଦଣ୍ଡକୁ ଭାଙ୍ଗିଦେଇଛି ବୋଲି ମନ୍ତ୍ରୀ ଶ୍ରୀ ଆରୁ୍‌ଖ କହିଥିଲେ। ମାଓବାଦୀ ମୁକାବିଲାରେ କେନ୍ଦ୍ର ସରକାରଙ୍କ ସହାୟତାକୁ ଧନ୍ୟବାନ ଜଣାଇବା ସହ ମନ୍ତ୍ରୀ ଶ୍ରୀ ଆରୁଖ ରାଜ୍ୟର ଦୁଇଟି ପ୍ରମୁଖ ଦାବି ସଂପର୍କରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଭିନ୍ନ ଟେଲି ଯୋଗାଯୋଗ ସହ ଅଧିକ ସଂଖ୍ୟାରେ ମୋବାଇଲ ଟାୱାର ସ୍ଥାପନ ଏବଂ ରାଜ୍ୟକୁ ଏକ ଉତ୍ସର୍ଗୀକୃତ ହେଲିକପ୍ଟର ଯୋଗାଇଦେବା ପାଇଁ ସେ ଦାବି କରିଥିଲେ।

ସେ କହିଥିଲେ ନିରବଚ୍ଛିନ ହେଲିକପ୍ଟର ସେବା ସୁରକ୍ଷା ବାହିନୀ ଓ ଟ୍ରୁପର ମୁଭମେଣ୍ଟ, ଫରୱାର୍ଡ ପୋଷ୍ଟର ରକ୍ଷଣାବେକ୍ଷଣ ଏବଂ ବାମ ଉଗ୍ରବାଦ ବିବାଦ ପରିପେକ୍ଷୀରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଏକ ଗୁରୁତ୍ବପୂର୍ଣ୍ଣ ଆବଶ୍ୟକତା । ରାଜ୍ୟ ସରକାର ମାଓବାଦୀ ସମସ୍ୟାକୁ ଦୂର କରିବା ପାଇଁ କେନ୍ଦ୍ରୀୟ ଏଜେନ୍ସି ଏବଂ ପଡ଼ୋଶୀ ରାଜ୍ୟମାନଙ୍କ ସହିତ ଘନିଷ୍ଠ ସମନ୍ବୟ ରକ୍ଷା କରି କାର୍ଯ୍ୟ ଜାରି ରଖିବେ ବୋଲି ଶ୍ରୀ ଆରୁ୍‌ଖ କହିଥିଲେ। ମାଓବାଦୀ ମୁକାବିଲାକୁ ନେଇ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟର ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଏବଂ ପୁଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲ ଯୋଗଦେଇଥିଲେ। ନକ୍ସଲ ମୁକାବିଲା ନେଇ ଓଡ଼ିଶା ସରକାରଙ୍କ ଦ୍ବାରା ନିଆଯାଇଥିବା ପଦକ୍ଷେପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହ ସନ୍ତୋଷ ବ୍ୟକ୍ତ କରିଥିଲେ। ରାଜ୍ୟକୁ ସମସ୍ତ ସହାୟତା ‌ଯୋଗାଇ ଦିଆଯିବ ବୋଲି ସେ ପ୍ରତିଶୃତି ଦେଇଥିଲେ।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button