ଦେଶ

ହସ୍ପିଟାଲ‌ରେ ରୋଗୀ ମୃତ୍ୟୁ ଘଟଣାରେ ଚିନ୍ତା ପ୍ରକଟ କଲେ ବମ୍ବେ ହାଇକୋର୍ଟ – Ibnodisha

[ad_1]

ସରକାର ଦାୟିତ୍ବରୁ ଖସି ଯାଇପାରିବେନି

ନୂଆଦିଲ୍ଳୀ : ମହାରାଷ୍ଟ୍ରରେ ସରକାରୀ ହସ୍ପିଟାଲ୍‌ ଗୁଡ଼ିକର ସ୍ଥିତିକୁ ନେଇ ବମ୍ବେ ହାଇକୋର୍ଟ ଆଜି ଚିନ୍ତା‌ ପ୍ରକଟ କରିଛନ୍ତି। ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଦେବେନ୍ଦ୍ର କୁମାର ଉପାଧ୍ୟାୟଙ୍କ ଖଣ୍ଡପୀଠ ରାଜ୍ୟରେ ସରକାରୀ ହସ୍ପିଟାଲ ଗୁଡ଼ିକର ସ୍ଥିତି ସଂକ୍ରାନ୍ତରେ ଚିନ୍ତା ପ୍ରକଟ କରି କହିଛନ୍ତି, ରାଜ୍ୟ ସରକାର ନିଜ ଦାୟିତ୍ବରୁ ଖସି ପାରିବେନି ଏବଂ ଘରୋଇ ହସ୍ପିଟାଲ୍‌ ଉପରେ ବୋଝ ଲଦିପାରିବେନି। ବିଭିନ୍ନ ନିର୍ଦ୍ଦେଶ ଦେଇ ଖଣ୍ଡପୀଠ କହିଛନ୍ତି, ସରକାରୀ ହସ୍ପିଟାଲ ଗୁଡ଼ିକୁ ପର୍ଯ୍ୟାପ୍ତ ଡାକ୍ତର ଏବଂ ପାରାମେଡିକାଲ ଷ୍ଟାଫ୍‌, ମେଡିସିନ ଏବଂ ଅନ୍ୟାନ୍ୟ ଉପକରଣ ଦେଇ ସିଷ୍ଟମ୍‌କୁ ସୁଦୃଢ଼ କରିବାକୁ ପଡ଼ିବ। ଉଲ୍ଲେଖଯୋଗ୍ୟ ଯେ ମହାରାଷ୍ଟ୍ରରେ ନିକଟରେ ୨ଟି ସରକାରୀ ହସ୍ପିଟାଲ୍‌ରେ ଅନେକ ସଂଖ୍ୟାରେ ରୋଗୀଙ୍କର ମୃତ୍ୟୁ ଘଟଣାରେ କୋର୍ଟ ଚିନ୍ତା ପ୍ରକଟ କରିଛନ୍ତି ଏବଂ ମାମଲାରେ ନିଜ ଆଡ଼ୁ ହସ୍ତକ୍ଷେପ କରିଛନ୍ତି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button