ରାଜ୍ୟ
ରେଳ ଷ୍ଟେସନରୁ ୨ ଗଞ୍ଜେଇ ବେପାରି ଗିରଫ – Ibnodisha

[ad_1]

ରାଉରକେଲା: ଟ୍ରେନ୍ରେ ଗଞ୍ଜେଇ ଚୋରାଚାଲାଣ କରିବାକୁ ଦୁଇ ଅଭିଯୁକ୍ତ ଉଦ୍ୟମ କରୁଥିବାବେଳେ ଆର୍ପିଏଫ୍ ଯବାନ ଗିରଫ କରିନେଇଛି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ପଶ୍ଚିମବଙ୍ଗ ହାୱଡ଼ା ଜିଲ୍ଲାର ଡମ୍ବରୁ ଝା(୩୭) ଓ ଜୀତେନ୍ଦ୍ର ୟାଦବ(୨୫)। ଅଭିଯୁକ୍ତଙ୍କ ପାଖରୁ ୧୦ କେଜି ୧୦ ଗ୍ରାମ ଗଞ୍ଜେଇ ଜବତ ହୋଇଛି।
ଆଜି ପୂର୍ବାହ୍ନରେ ଦୁଇ ଅଭିଯୁକ୍ତ ବଲାଙ୍ଗୀର ଅଞ୍ଚଳରୁ ଗଞ୍ଜେଇ ସଂଗ୍ରହ କରି ଟ୍ରେନ୍ରେ ରାଉରକେଲାରେ ପହଞ୍ଚିଥିଲେ। ଅନ୍ୟ ଏକ ଟ୍ରେନ୍ରେ ହାୱଡ଼ାକୁ ଗଞ୍ଜେଇ ଚାଲାଣ କରିବାକୁ ରେଳ ଷ୍ଟେସନ ଅଞ୍ଚଳରେ ଜଗି ରହିଥିଲେ। ସେମାନଙ୍କ ଗତିବିଧି ସନ୍ଦେହଜନକ ଥିବା ଆର୍ପିଏଫ୍ ଯବାନ ଜାଣିବାକୁ ପାଇଥିଲେ। ପଚରାଉଚରା କରିବାରୁ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ବ୍ୟାଗ ଯାଞ୍ଚ କରାଯିବାରୁ ଗଞ୍ଜେଇ ଚାଲାଣ କରୁଥିବା ସ୍ପଷ୍ଟ ହୋଇଥିଲା। ପରେ ଅଭିଯୁକ୍ତ ଦ୍ବୟଙ୍କୁ ରାଉରକେଲା ଅବକାରୀ ପୁଲିସ ଜିମା ଦିଆଯାଇଥିଲା।
[ad_2]