ରାଜ୍ୟ

ବ୍ରାହ୍ମଣୀକୁ ଡେଇଁଲେ ଯୁବକ, ଗୁରୁତର ଅବସ୍ଥାରେ ଉଦ୍ଧାର – Ibnodisha

[ad_1]

ଧର୍ମଶାଳା: ଧର୍ମଶାଳା ବ୍ଲକ୍ ଦେଉଳି ଗାଁରେ ରହୁଥିବା ଭାଲୁଖାଇ ଗ୍ରାମର ପଙ୍କଜ କୁମାର ସ୍ବାଇଁ (୩୫) ବ୍ରାହ୍ମଣୀ ନଦୀକୁ ଡେଇଁ ଗୁରୁତର ଆହତ ହୋଇଛନ୍ତି। ଉଦ୍ଧାର କରାଯାଇ ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ସୂଚନା ଅନୁସାରେ, ପଙ୍କଜ ଆଜି ଅପରାହ୍ଣ ପ୍ରାୟ ୫ଟାରେ ୧୬ ନମ୍ବର ଜାତୀୟ ରାଜପଥର ଜାରକା ଗୋକର୍ଣ୍ଣେଶ୍ବର ମନ୍ଦିର ନିକଟ ବ୍ରାହ୍ମଣୀ ବ୍ରିଜ୍‌ରୁ ପ୍ରାୟ ୩୦ ଫୁଟ୍ ତଳ ନଦୀଗର୍ଭକୁ ଡେଇଁ ପଡ଼ିଥିଲେ। ଏହା ଦେଖି ନିକଟରେ ଥିବା ଲୋକମାନେ ତାଙ୍କ ପରିବାର ଓ ଦମକଳ ବାହିନୀକୁ ଖବର ଦେଇଥିଲେ। ଏହି ସମୟରେ ସେ ପାଣିରେ ଭାସିଯାଇ ନିକଟସ୍ଥ କୁଦରେ ଅଟକି ରହିଥିଲେ। ଚଣ୍ତିଖୋଲ ଓ ରସୁଲପୁର ଦମକଳ ବାହିନୀ କର୍ମଚାରୀ ବୋଟ୍‌ରେ ନଈ ମଝିକୁ ଯାଇ କୁଦରେ ଅଟକିଥିବା ପଙ୍କଜଙ୍କୁ ଉଦ୍ଧାର କରିଥିଲେ। ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ପଠାଇ ଦିଆଯାଇଛି। ତେବେ ପାରିବାରିକ କଳହକୁ କେନ୍ଦ୍ର କରି ସେ ଆତ୍ମହତ୍ୟା ଉଦ୍ୟମ କରିଥିବା କୁହାଯାଉଛି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button