ରାଜ୍ୟ

ବୋହୂ ଭୁଲିଗଲା ମାନବିକତା, ଘରୋଇ କଳିରୁ ଶାଶୂ ଓ ଶ୍ୱଶୁରଙ୍କ ଉପରକୁ ଢାଳିଲା ଗରମ ପାଣି

କାମାକ୍ଷାନଗର : ଉଦ୍ଧତ ବୋହୂର ଉନ୍ମତ୍ତକାଣ୍ଡ । ଭୁଲିଗଲା ମାନବିକତା । ଘରୋଇ କଳିରୁ ଶାଶୂ ଓ ଶ୍ୱଶୁରଙ୍କ ଉପରେ ଗରମ ପାଣି ଢାଳିଦେଲା ବୋହୂ । ଢେଙ୍କାନାଳ ଭୂବନ ଥାନା ଗୋପାଳପୁର ପାଟଣାସାହିରେ ଏହି ଅଘଟଣ ଘଟିଛି । ଗୁରୁତର ଅବସ୍ଥାର ଶାଶୁ ବାଜ ସାହୁକୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ ଭୁବନ ଏନଏସି ଅନ୍ତର୍ଗତ ଗୋପାଳପୁର ପାଟଣାସାହିର ବୁଦ୍ଧିମନ୍ତ ସାହୁ ଓ ସ୍ତ୍ରୀ ବାଜ ସାହୁ ଭଦଳିଆପଶିରେ ରହୁଥିବା ନିଜ ବଡ଼ପୁଅଙ୍କ ଘରକୁ ଯାଇଥିଲେ l ଏହି ସମୟରେ ଘରୋଇ କଳିକୁ ନେଇ ବୋହୁ ନନ୍ଦିନୀ ଶାଶୁ ଓ ଶ୍ୱଶୁରଙ୍କ ଉପରେ ଗରମପାଣି ପକାଇ ଦେଇଥିଲା ।

ଯାହାର ଭିଡିଓ ଭାଇରାଲ ହୋଇଛି। ଏନେଇ ଭୁବନ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button