ରାଜ୍ୟ

ପୁଣି ସାଲିଆସାହିରେ ବୁଲିଲା ବୁଲଡୋଜର, ଚୋରା ଦେଶୀ ମଦ ବ୍ୟବସାୟୀଙ୍କ ଘର ଭାଙ୍ଗୁଛି ପ୍ରଶାସନ

ଭୁବନେଶ୍ବର: ଭୁବନେଶ୍ବର ସାଲିଆସାହିରେ ପୁଣି ବୁଲିଲା ବୁଲଡୋଜର । ଚୋରା ଦେଶୀ ମଦ ବେପାରୀଙ୍କ ଘରେ ବୁଲିଲା ବୁଲ୍ ଡୋଜର । ନୀଳଚକ୍ର ନଗର ମୁଣ୍ଡା ସାହି ହାଟରେ ଭୁବନେଶ୍ଵର ଅବକାରୀ ଟିମ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢାଉରେ ବିପୁଳ ପରିମାଣରେ ଦେଶୀ ମଦ ଜବତ ହୋଇଛି । ଏପର୍ଯ୍ୟନ୍ତ ୮ ଜଣ ଗିରଫ ସହ ଚଢ଼ାଉ ଜାରି ରହିଛି । ଦେଶୀ ମଦର ଆଡ୍ଡାସ୍ଥଳୀକୁ JCBରେ ଭାଙ୍ଗୁଛି ଅବକାରୀ ବିଭାଗ ।

କଞ୍ଚାମାଲ ସହ ମଦ ତିଆରି ସାମଗ୍ରୀ ମଧ୍ୟ ଜବତ କରାଯାଇଛି।

ସୂଚନା ଅନୁସାରେ ଗତ ୨୬ ତାରିଖରେ ମୁଣ୍ଡା ସାହିରେ ଅବକାରୀ ବିଭାଗ ଚୋରା ମଦ ଭାଟି ଠାବ କରିବା ସହ ବ୍ୟାପକ ପରିମାଣର ପୋଚ ଓ ମଦ ନଷ୍ଟ କରିଥିଲା । ଅବକାରୀ କମିଶନର ନରସିଂହ ଭୋଳଙ୍କ ନିର୍ଦ୍ଦେଶକ୍ରମେ ଚଢାଉକୁ ବ୍ୟାପକ କରାଯାଇଥିଲା । ଘର ଭିତରେ ସୁଡଙ୍ଗ କରି ତିଆରି ହେଉଥିଲା ମଦ । ଏହାପୂର୍ବରୁ ମଧ୍ୟ ସାଲିଆ ସାହିରେ ଚଢାଉ କରି ତିନୋଟି ବେଆଇନ ମଦ ଭାଟିକୁ ନଷ୍ଟ କରିଥିଲା ପୁଲିସ । ଚଢାଉ ବେଳେ ମଧ୍ୟ ହଜାର ହଜାର ଲିଟର ଦେଶୀ ମଦ ଜବତ କରାଯାଇଥିଲା ।

ପ୍ରକାଶ ଯେ ଗଞ୍ଜାମର ଚିକିଟି ମଦ ମୃତ୍ୟୁ ପରେ ବିରୋଧୀ ରାଜ୍ୟ ସରକାରଙ୍କୁ ଘେରିବା ପରେ ଚୋରା ମଦ କାରବାରକୁ ବନ୍ଦ କରିବା ପାଇଁ ସରକାର ପଣ କରିଛନ୍ତି । ବିଭିନ୍ନ ସ୍ଥାନରେ ଚଢ଼ଉ କରି ଚୋରା ମଦ କାରବାର ମୂଳପୋଛ କରିବାକୁ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ନିର୍ଦ୍ଦେଶ ଦେଇଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button