Uncategorized

ଏସସିବିରେ ଅଭାବନୀୟ ଘଟଣା, ମେଡିକାଲ ପରିସରରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ଟକ : ଏସସିବିରେ ପରିସରରେ ଘଟିଛି ଅଭାବନୀୟ ଘଟଣା । ମେଡିକାଲ ପରିସରରୁ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି । ହେପାଟୋଲୋଜି ବିଭାଗ ପାର୍ଶ୍ଵ ଝରକା ନିକଟରେ ପଡିଥିଲା ଶିଶୁକନ୍ୟା । ନବଜାତକର ଓଜନ ଦେଢ କେଜି ଥିବା ବେଳେ ଏହା ୭ ମାସର ପ୍ରି ମାଚ୍ୟୁଅର ବେବି ବୋଲି ଜଣାପଡ଼ିଛି ।

ସୂଚନାନୁଯାୟୀ, ଶିଶୁଟିକୁ ଉଦ୍ଧାର କରି ସ୍ତ୍ରୀ ଓ ପ୍ରସୂତି ବିଭାଗର SNCUରେ ଭର୍ତ୍ତି କରାଯାଇଛି ।

ନବଜାତ ଶିଶୁ ଟିକୁ ଉଦ୍ଧାର କରିଥିଲେ ଦୁଇ ମହିଳା । ମହିଳାଙ୍କ ବାପା ଏସିବି ହେପାଟୋଲୋଜି ବିଭାଗରେ ଚିକିତ୍ସିତ ହେଉଥିଲେ । ମହିଳା ଜଣଙ୍କ ବାହାରକୁ ଆସିଲା ବେଳେ ଏହି ନବଜାତ ଶିଶୁକୁ ଦେଖିଥିଲେ । ପରେ ଶିଶୁଟିକୁ ଉଦ୍ଧାର କରାଯାଇ ଚିକିତ୍ସା କରାଯାଉଛି। ତେବେ ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ନେଇ ମେଡିକାଲ ପକ୍ଷରୁ ସୂଚନା ମିଳିଛି । ନବଜାତକର ଓଜନ ଦେଢ କେଜି ଥିବା ବେଳେ ଏହା ୭ ମାସର ପ୍ରି ମାଚ୍ୟୁଅର ବେବି ବୋଲି ଜଣାପଡ଼ିଛି । ତେବେ ମେଡିକାଲରେ ପରିସରରେ ଶିଶୁକନ୍ୟାକୁ କିଏ ଏବଂ କାହିଁକି ଫିଙ୍ଗିଲା ତାହା ଜଣାପଡ଼ି ନାହିଁ ।

ତେବେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ତାଙ୍କର ଜଣେ ପରିବାର ସଦସ୍ୟ ହେପାଟୋଲୋଜି ବିଭାଗରେ ଆଡମିସନ ହୋଇଥିବା ବେଳେ ତାଙ୍କୁ ଦେଖା କରିବା ପାଇଁ ଆସିଥିଲେ । ଏହି ସମୟରେ ବିଭାଗ ଝରକା ପାଖରେ ଏକ ଶିଶୁ ପଡିଥିବା ଦେଖିବାକୁ ପାଇଥିଲେ। ଏହାପରେ ଶିଶୁକନ୍ୟାକୁ ସଙ୍ଗେସଙ୍ଗେ ଉଦ୍ଧାର କରି ଏକ ଆମ୍ବୁଲାନ୍ସ ଜରିଆରେ ସ୍ତ୍ରୀ ଓ ପ୍ରସୂତି ବିଭାଗକୁ ସ୍ଥାନାନ୍ତରିତ କରିଥିଲେ । ତେବେ ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ନେଇ ମେଡିକାଲ ପକ୍ଷରୁ ସୂଚନା ମିଳିଛି। ନବଜାତକର ଓଜନ ଦେଢ କେଜି ଥିବା ବେଳେ ଏହା ୭ ମାସର ପ୍ରି ମାଚ୍ୟୁଅର ବେବି ବୋଲି ଜଣାପଡ଼ିଛି। ତେବେ ମେଡିକାଲରେ ପରିସରରେ ଶିଶୁକନ୍ୟାକୁ କିଏ ଏବଂ କାହିଁକି ଫିଙ୍ଗିଲା ତାହା ଜଣାପଡ଼ି ନାହିଁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button