ରାଜ୍ୟ

ଉତ୍କଳ ବିଶ୍ବବିଦ୍ୟାଳୟରେ ନବାଗତ ଛାତ୍ରଛାତ୍ରୀଙ୍କ ପାଇଁ ସ୍ବାଗତ ସମାରୋହ – Ibnodisha

[ad_1]

‘ସମାଜ ପ୍ରତି ଅବଦାନ ଓ କାର୍ଯ୍ୟର ମର୍ଯ୍ୟଦାକୁ ଦୃଷ୍ଟିରେ ରଖି ଅଧ୍ୟୟନ ଜରୁରୀ’
ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟର ଦୀକ୍ଷାନ୍ତ ଭବନରେ ନବାଗତ ଛାତ୍ରଛାତ୍ରୀଙ୍କ ପାଇଁ ସ୍ବାଗତ ସମାରୋହ ଅନୁଷ୍ଠିତ ହୋଇଯାଇଛି। ୨୦୨୩-୨୫ ଶିକ୍ଷାବର୍ଷରେ ନୂତନ ଭାବେ ନାମଲେଖାଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ବାଣୀବିହାରରେ ପ୍ରଥମଥର ପାଇଁ ସ୍ନାତକୋତ୍ତର ପରିଷଦ ଏବଂ ଆଇକ୍ୟୁଏସି ଦ୍ବାରା ସ୍ବାଗତ ସମାରୋହ ଆୟୋଜିତ ହୋଇଥିଲା। କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସ୍ବାଗତ ସମାରୋହରେ ନବାଗତ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇ ଅଗ୍ନିଶମ ସେବା ମହାନିର୍ଦେଶକ ଡ.ସୁଧାଂଶୁ ଷଡ଼ଙ୍ଗୀ କହିଥିଲେ ଯେ ଛାତ୍ରଛାତ୍ରୀମାନେ ସେମାନଙ୍କ ସମାଜ ପ୍ରତି ଅବଦାନ ଓ କାର୍ଯ୍ୟର ମର୍ଯ୍ୟଦାକୁ ଦୃଷ୍ଟିରେ ରଖି ଅଧ୍ୟୟନ କରିବା ଜରୁରୀ। ପ୍ରତିକୁଳ ପରିସ୍ଥିତିରେ କାର୍ଯ୍ୟ କରିବାକୁ ସବୁବେଳେ ପ୍ରସ୍ତୁତ ରହିବା ଆବାଶ୍ୟକ। କାରଣ କଠିନ ପରିଶ୍ରମ ଓ ଅଧ୍ୟବସାୟ ହିଁ ଛାତ୍ରଛାତ୍ରୀଙ୍କ ପାଇଁ ସଫଳତା ଆଣିଦେଇଥାଏ। ଆଜି ଯେଉଁ ପରିଶ୍ରମ କରିବେ ତାହାର ଫଳ ବର୍ଷେ ପରେ ମଳିବ। ନିଜକୁ ପୁରସ୍କାର ଦେବାକୁ ହେଲେ ସେଥିପାଇଁ ସ୍ବତନ୍ତ୍ର ପ୍ରସ୍ତୁତି କରିବା ଆବଶ୍ୟକ। ଶିକ୍ଷା କ୍ଷେତ୍ରରେ ଛାତ୍ରୀଙ୍କୁ ଅଧିକ ସଫଳତା ମିଳୁଥିବାବେଳେ କାର୍ଯ୍ୟକ୍ଷେତ୍ରରେ ଛାତ୍ରମାନେ ଭଲ ପ୍ରଦର୍ଶନ କରୁଛନ୍ତି। ନିଜେ ସୁସ୍ଥ ରହିବା ସହିତ ନିୟମିତ ଅଭ୍ୟାସ ଜାରି ରଖିଲେ ନିଶ୍ଚିତ ପାଇପାରିବେ ବୋଲି ଡ. ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି।
ସଭାପତିତ୍ବ ଅଭିଭାଷଣ ରଖି କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ନବାଗତ ଛାତ୍ରଛାତ୍ରୀଙ୍କ ସ୍ବାଗତ କରି କହିଥିଲେ ଯେ ଶିକ୍ଷାଗ୍ରହଣ, ଅଧ୍ୟୟନ ଓ ଗବେଷଣା ପାଇଁ ବିଶ୍ବବିଦ୍ୟାଳୟ ଏକ ଉପଯୁକ୍ତ ପ୍ଲାଟଫର୍ମ। ଏଠାକାର ଶୈକ୍ଷିକ ପରିବେଶରେ ଶିକ୍ଷା ଗ୍ରହଣ କରି ଛାତ୍ରଛାତ୍ରୀମାନେ ଦେଶର ଜଣେ ଲେଖାଏଁ ଶ୍ରେଷ୍ଠ ନାଗରିକ ହେବାକୁ ପ୍ରୟାସ ଜାରି ରଖିବା ଦରାକର। କଠିନ ପରିଶ୍ରମ, ଅଧ୍ୟକ୍ଷବସାୟ ଓ ଦାୟିତ୍ବର ସହ କାର୍ଯ୍ୟ ସମ୍ପାଦନ କରିବା ଦରକାର। ଛାତ୍ରଛାତ୍ରୀମାନେ କେବଳ ପାଠ୍ୟ ପୁସ୍ତକ ପଢ଼ିବା ପାଇଁ ନୁହେଁ ବରଂ ଜର୍ଣ୍ଣାଲ, ଆର୍ଟିକେଲ, ଖବରକାଗଜ ଓ ମାଗାଜିନ୍ ମଧ୍ୟ ପଢ଼ିବା ଆବଶ୍ୟକ। ଲକ୍ଷ୍ୟ, ସ୍ଥିରତା, ଉତ୍ପାଦକତା ଏବଂ ଅଭ୍ୟାସ ଛାତ୍ରଛାତ୍ରୀଙ୍କ ପାଇଁ କେତେକ ପ୍ରମୁଖ ସଫଳତାର ଉପାଦାନ ବୋଲି କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ପ୍ରକାଶ କରିଛନ୍ତି।
ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ନବନୀତା ରଥ ଏବ ବୃତଚିତ୍ର ପ୍ରଦର୍ଶନ କରିଥିଲେ। ଏହାସହିତ ସ୍ନାତକୋତ୍ତର ପରିଷଦ ଆଭିମୁଖ୍ୟ ଓ କାର୍ଯ୍ୟଶୈଳୀ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉତ୍କଳ ବିଶ୍ବବିଦ୍ୟାଳୟର ୱାର୍ଡେନ ପ୍ରଫେସର ପ୍ରବୋଧ କୁମାର ହୋତା, ଗବେଷଣା ଓ ବିକାଶ ନିର୍ଦେଶକ ପ୍ରଫେସର ଯଜ୍ଞେଶ୍ବର ଦଣ୍ଡପାଟ, ଛାତ୍ରମଙ୍ଗଳ ନିର୍ଦେଶକ ପ୍ରଫେସର ମିତାଲି ଚିନ୍ନାରା, ଲାଇବ୍ରେରୀ ଇନଚାର୍ଜ ପ୍ରଫେସର ଭାଶ୍ବତୀ ପଟ୍ଟନାୟକ, ଇଣ୍ଟରନ୍ୟାସନାଲ ସେଲ ସଂଯୋଜକ ପ୍ରଫେସର ଅସୀମ ପାଢ଼ୀ, କ୍ରୀଡ଼ା ପରିଷଦ ନିର୍ଦେଶକ ବିଜୟ ସୁନ୍ଦରାୟ, ୟୁଇସିଏଚ ନିର୍ଦେଶକ ପ୍ରଫେସର ଏ.ଖାନ, ପରୀକ୍ଷା ନିୟନ୍ତ୍ରକ ଶରତ ମାଝୀ, ଆଇସିସି ଆବାହକ ପ୍ରଫେସର ଜୟନ୍ତୀ ଦୋରା, ଏନଏସଏସ ସଂଯୋଜକ ବ୍ରଜନାରାୟଣ ପାତ୍ର ଓ ସ୍ବାସ୍ଥ୍ୟକେନ୍ଦ୍ର ମେଡ଼ିକାଲ ଅଫିସର ଡା.ଜୟଶ୍ରୀ ପଣ୍ଡା ପ୍ରମୁଖ ବିଶ୍ବବିଦ୍ୟାଳୟରେ ଉପଲବ୍ଧ ଥିବା ବିଭିନ୍ନ ସୁବିଧା ସୁଯୋଗ ସମ୍ପର୍କରେ ନବାଗତ ଛାତ୍ରଛାତ୍ରୀଙ୍କ ଅବଗତ କରାଇଥିଲେ। ସହକାରୀ ପ୍ରଫେସର.ସ୍ବପ୍ନା ପ୍ରଭୁ ଓ କୀର୍ତ୍ତିରଞ୍ଜନ ମଲ୍ଲିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button