ରାଜନୀତି

ଦିଗପହଣ୍ଡି ରାଜନୀତିରେ ହାଇଡ୍ରାମା; ସମିତିସଭ୍ୟ ନିଖୋଜ, ଟାୟାର୍ ଜାଳି ରାସ୍ତା ଅବରୋଧ – Ibnodisha

[ad_1]

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଅଧ୍ୟକ୍ଷା ପଦରେ ଉପନିର୍ବାଚନ ପାଇଁ ଗୁରୁବାର ଦିନ ଧାର୍ଯ୍ୟ ହୋଇଥିଲା। ହେଲେ, ଠିକ୍‌ ନିର୍ବାଚନ ପ୍ରକ୍ରିୟା ପୂର୍ବରୁ ହାଇଡ୍ରାମା ଦେଖିବାକୁ ମିଳିଛି। ବ୍ଲକ୍‌ର କିଛି ସମିତିସଭ୍ୟ ନିଖୋଜ ଥିବା ଏବଂ ଏଭଳି ସ୍ଥିତିରେ ନିର୍ବାଚନ କରାଇଲେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବା କାରଣ ଦର୍ଶାଇ ଗଞ୍ଜାମ ଜିଲ୍ଲାପାଳ ଓ ଗଞ୍ଜାମ ଏସ୍‌.ପି.ଙ୍କ ରିପୋର୍ଟ ଆଧାରରେ ରାଜ୍ୟ ନିର୍ବାଚନ କମିସନ ଉପନିର୍ବାଚନ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇ ନିର୍ବାଚନ ଅଧିକାରୀ ବିଜ୍ଞପ୍ତି ଜାରି କରିଥିଲେ। ଫଳରେ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ତଥା ବର୍ତ୍ତମାନର ଜିଲ୍ଲା ପରିଷଦ ସଭ୍ୟ ବିଧାୟକ ସୂର୍ଯ୍ୟ ପାତ୍ରଙ୍କ ବିରୋଧୀ ଗୋଷ୍ଠୀର ନେତୃତ୍ବ ନେଉଥିବା ବିପିନ ଚନ୍ଦ୍ର ପ୍ରଧାନଙ୍କ ଶତାଧିକ ସମର୍ଥକ ଓ ବିଜେଡି କର୍ମୀ ଏକଜୁଟ ହୋଇ ଏଭଳି ନିଷ୍ପତ୍ତିର ତୀବ୍ର ପ୍ରତିବାଦ କରିଥିଲେ। ଆଉ ବିଧାୟକ ପାତ୍ରଙ୍କ ପୁଅ ତଥା ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିପ୍ଳବ ପାତ୍ରଙ୍କ ବିରୋଧରେ ବିଷୋଦଗାର୍ କରିବା ସହ ନାରାବାଜି ଦେଇ ବ୍ୟାରିକେଡ୍ ଭାଙ୍ଗି ବ୍ଲକ୍ କାର୍ଯ୍ୟାଳୟକୁ ଧସେଇ ପଶିବାକୁ ଚେଷ୍ଟା କରିଥିଲେ। ଏହାସହ ପୁଞ୍ଜିକୟାଁ ଛକ ଦିଗପହଣ୍ଡି-ରାୟଗଡ଼ା ରାସ୍ତାରେ ଟାୟାର୍ ଜାଳି ୩ ଘଣ୍ଟା କାଳ ଅବରୋଧ କରିଥିଲେ। ଫଳରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା।

ସୂଚନାନୁସାରେ, ଦିଗପହଣ୍ଡି ବ୍ଲକ୍ ପ୍ରାକ୍ତନ ଅଧ୍ୟକ୍ଷା ତଥା ଗ‌ୋକର୍ଣ୍ଣପୁରର ପ୍ରାକ୍ତନ ସମିତିସଭ୍ୟା ସୁନୀତା କୁମାରୀ ସେଠୀଙ୍କ ଗତ ଜୁନ୍ ମାସ ୧୧ ତାରିଖରେ ଅକାଳ ବିୟୋଗ ପରେ ଉପନିର୍ବାଚନ ପାଇଁ ନିର୍ବାଚନ କମିସନ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଅଗଷ୍ଟ ୯ରେ ସମିତିସଭ୍ୟ ପଦରେ ଉପନିର୍ବାଚନ ହୋଇଥିବା ବେଳେ ସ୍ବର୍ଗତ ସେଠୀଙ୍କ ସ୍ବାମୀ କୃଷ୍ଣଚନ୍ଦ୍ର ସେଠୀ ବିଜୟୀ ହୋଇଥି‌ଲେ। ଏହାପରେ ବ୍ଲକ୍ ଅଧ୍ୟକ୍ଷା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହୋଇଥିଲା।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button