ରାଜନୀତି

କେନ୍ଦୁଝରରେ ଅନୁଷ୍ଠିତ ‘ବିକଶିତ ଓଡିଶା ଓ ବିକଶିତ ଭାରତ – Ibnodisha

[ad_1]

ସଂକଳ୍ପ ପତ୍ର ପାଇଁ ଅଭିମତ ସଂଗ୍ରହ ଅଭିଯାନରେ ଯୋଗ ଦେଲେ ରାଷ୍ଟ୍ରୀୟ ଉପସଭାପତି ଡ.ଏମ୍ ଚୁବା ଆଓ*

*ସଂକଳ୍ପ ପତ୍ର ହିଁ ‘ମୋଦିଜୀଙ୍କ ଗ୍ୟାରେଂଟି’: ଡ.ଏମ୍ ଚୁବା ଆଓ*

 ୨୦୨୪ ସାଧାରଣ ନିର୍ବାଚନ ପାଇଁ ୨୧ ଲୋକସଭା ଓ ୧୪୭ ବିଧାନସଭା କ୍ଷେତ୍ରରୁ ଲୋଡାଯିବ ଜନତାଙ୍କ ମତ
 ଜନତାଙ୍କ ମତାମତରେ ପ୍ରସ୍ତୁତ ହେବ ବିଜେପିର ସଂକଳ୍ପ ପତ୍ର
 ୨୩୫ଟି ନିର୍ବାଚନ ପ୍ରତିଶ୍ରୁତିରୁ ୨୨୨ଟି ପାଳନ କରି ଇତିହାସ ରଚିଛନ୍ତି ମୋଦି

ଭୁବନେଶ୍ୱର/କେନ୍ଦୁଝର : ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ସଂକଳ୍ପ ପତ୍ର ପ୍ରସ୍ତୁତି ପାଇଁ ଲୋକମାନଙ୍କ ଅଭିମତ ସଂଗ୍ରହ କରାଯାଇଛି । କେନ୍ଦୁଝର ଜିଲ୍ଲା କାର୍ଯ୍ୟାଳୟରେ “ବିକଶିତ ଓଡ଼ିଶା ବିକଶିତ ଭାରତ” ସଂକଳ୍ପ ପତ୍ରର ଅଭିମତ ସଂଗ୍ରହ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଜେପିର ରାଷ୍ଟ୍ରୀୟ ଉପସଭାପତି ଡ.ଏମ୍ ଚୁବା ଆଓ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ସଂକଳ୍ପ ପତ୍ର ପ୍ରସଙ୍ଗରେ ବୁଦ୍ଧିଜୀବୀ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ ।
ଡ. ଆଓ କହିଛନ୍ତି ଯେ, ସଂକଳ୍ପ ପତ୍ର ପ୍ରକାଶ ପାଇବା ପୂର୍ବରୁ ଭାରତୀୟ ଜନତା ପାର୍ଟି ତରଫରୁ ସମଗ୍ର ଦେଶ ତଥା ରାଜ୍ୟର ବିଭିନ୍ନ ସ୍ଥାନରୁ ବିଭିନ୍ନ ବର୍ଗର ଲୋକମାନଙ୍କ ଅଭିମତ ସଂଗ୍ରହ କରାଯାଉଛି । ମାର୍ଚ୍ଚ ୧୧ ତାରିଖ ଦିନ ଓଡ଼ିଶାର ୨୧ଟି ସଂସଦୀୟ କ୍ଷେତ୍ର ଅଧିନସ୍ଥ ୧୪୭ଗୋଟି ବିଧାନସଭାକୁ ୩୪ଟି ଭିଡିଓ ଭ୍ୟାନ/ପ୍ରଚାର ଗାଡି ଯାତ୍ରା କରିଛି । ଏହି ସବୁ ଗାଡିରେ ମତାମତ ପେଟିକା ଓ ସଂକଳ୍ପପତ୍ର ବିଧାନସଭାକ୍ଷେତ୍ର ପର୍ଯ୍ୟନ୍ତ ପଠାଯାଇଛି । ଏହା ପ୍ରତ୍ୟେକ ବିଧାନସଭାରେ ଦୁଇ ରୁ ତିନି ଦିନ ପର୍ଯ୍ୟନ୍ତ ସାଧାରଣ ଜନତାଙ୍କ ମତାମତ ସଂଗ୍ରହ କରିବ । ପ୍ରତ୍ୟେକ ପଂଚାୟତ ଓ ସହରାଚଂଳରୁ ମୋଦି ସରକାରଙ୍କଠାରୁ ୧୪୦ କୋଟି ଲୋକଙ୍କର ଆଶା, ଆକାଂକ୍ଷା ଓ ସ୍ୱପ୍ନର ସଂକଳ୍ପ ପତ୍ର ପାଇଁ ଅଭିମତ ଗ୍ରହଣ କରାଯାଇ ଦିଲ୍ଲୀକୁ ପଠାଯିବ । ଏହି ମତାମତକୁ ଆସନ୍ତା ୨୦୨୪ ସାଧାରଣର ନିର୍ବାଚନୀ ସଂକଳ୍ପଭାବେ ବିଜେପି ଗ୍ରହଣ କରିବ । ଅଧିକରୁ ଅଧିକ ସଂଖ୍ୟକ ଜନସାଧାରଣ ଉକ୍ତ ପ୍ରଚାର ଗାଡି ନିକଟକୁ ଆସି ନିଜର ସୁଚିନ୍ତିତ ମତାମତ ସହିତ ନିଜର ନାମ, ଠିକଣା ଓ ଫୋନ ନମ୍ବର ପ୍ରଦାନ କରିବେ ଯାହାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଯିବ । ଏହା ସହ ୯୦୯୦୯୦୨୦୨୪ନମ୍ବରକୁ ମିସ୍ କଲ୍ ଏବଂ ନରେନ୍ଦ୍ର ମୋଦି ଆପ୍‌ରେ ନିଜର ଅଭିମତ ପ୍ରଧାନମନ୍ତ୍ରୀଙ୍କ ପାଖକୁ ପ୍ରେରଣ କରିପାରିବେ ।
ସାଧାରଣ ଜନତାଙ୍କୁ ବିକଶିତ କରିବା ସହିତ ଆଗାମୀ ୨୦୪୭ସୁଧା ଭାରତକୁ ବିଶ୍ୱଗୁରୁ ତଥା ବିକଶିତ କରିବାର ଲକ୍ଷ୍ୟରେ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ । ‘ବିକଶିତ ଓଡ଼ିଶା ଓ ବିକଶିତ ଭାରତ’ ହିଁ ମୋଦିଙ୍କ ଗ୍ୟାରେଂଟି । ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କୁ ତୃତୀୟଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଆସନରେ ବସାଇବା ଲକ୍ଷ୍ୟରେ ବିଜେପି ସାରା ଦେଶରେ ସାଧାରଣ ଜନତାଙ୍କ ମତାମତ ଲୋଡିବାକୁ ପ୍ରୟାସ ଆରମ୍ଭ କରିଛି । ତୃତୀୟଥର ବିଜେପି କ୍ଷମତାକୁ ଆସିଲେ କ’ଣ ସବୁ ଜନମଙ୍ଗକାରୀ ଯୋଜନା ଲାଗୁ କରିବା ଆବଶ୍ୟକ ସେ ନେଇ ସାଧାରଣ ଜନତାଙ୍କ ମତାମତ ଲୋଡିବାକୁୁ ପ୍ରୟାସ ଆରମ୍ଭ ହୋଇଛି । ବିଭିନ୍ନ ରାଜ୍ୟ ତଥା ବିଭିନ୍ନ ବର୍ଗର ଲୋକମାନଙ୍କର ଅଭିମତ ସଂଗ୍ରହ କରାଯାଇ ଭାରତୀୟ ଜନତା ପାର୍ଟିର ସଂକଳ୍ପପତ୍ର ତିଆରି ହେବ । ଏହା କେବଳ ପ୍ରତିଶୃତି ପତ୍ର ନୁହେଁ ବରଂ ସଂକଳ୍ପ ପତ୍ର ହେବ ବୋଲି ଡ.ଆଓ କହିଛନ୍ତି ।
ସଂକଳ୍ପ ପତ୍ର ପାଇଁ ରାଜ୍ୟର ବିଭିନ୍ନ ବୁଦ୍ଧିଜୀବି ବର୍ଗ ତଥା ସାମାଜିକ ଅନୁଷ୍ଠାନ ତରଫରୁ ଅନେକ ସଂଖ୍ୟାରେ ଅଭିମତ ରାଜ୍ୟକୁ ଆସୁଛି । ରାଜ୍ୟ ସଂକଳ୍ପ ପତ୍ର କମିଟିର ସଦସ୍ୟମାନେ ସେମାନଙ୍କ ସହ ବିସ୍ତୃତ ଆଲୋଚନା କରିବା ସହିତ ମତାମତ ସଂଗ୍ରହ କରୁଛନ୍ତି । ଏହି ଗୁରୁତ୍ୱପୂର୍ଣ୍ଣ କଥାକୁ ବିଜେପି ତାର ସଂକଳ୍ପପତ୍ରରେ ଗୁରୁତ୍ୱ ଦେବ, ଯାହା କେନ୍ଦ୍ରୀୟ ସଂକଳ୍ପପତ୍ର ପ୍ରସ୍ତୁତିରେ ନିଶ୍ଚିତ ସହାୟକ ହେବ ବୋଲି ଡ.ଆଓ କହିଛନ୍ତି ।
ଏହି କାର୍ଯ୍ୟକ୍ରମରେ ବିଧାୟକ ମୋହନ ମାଝୀ, ପୂର୍ବତନ ସାଂସଦ ଅନନ୍ତ ନାୟକ, କେନ୍ଦୁଝର ଜିଲ୍ଲା ସଭାପତି ଅଂଶୁମାନ ସବୁଜମହନ୍ତ ବର୍ମା, ସୁକଦେବ ମହନ୍ତ, ରାଜ୍ୟ ଶିକ୍ଷକ ପ୍ରକୋଷ୍ଠ ସଂଯୋଜକ ଲକ୍ଷ୍ମୀକାନ୍ତ ମିଶ୍ର ପ୍ରମୁଖଙ୍କ ସମେତ ଅନେକ ନେତୃବୃନ୍ଦ ଉପସ୍ଥିତ ଥିଲେ ।

 

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button