ଦେଶ

ମାଲାୟାଲମରେ ଡେବ୍ୟୁ କରିବେ ଅନୁଷ୍କା; ଏହି ଫିଲ୍ମରେ ଆସିବେ ନଜର – Ibnodisha

[ad_1]

ଚେନ୍ନାଇ: ସାଉଥ ଲୋକପ୍ରିୟ ଅଭିନେତ୍ରୀ ଅନୁଷ୍କା ଶେଟ୍ଟୀ ତାମିଲ ଏବଂ ତେଲୁଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଧମାକା କରିବା ପରେ ଏବେ ମାଲାୟାଲମ୍ ଚଳଚ୍ଚିତ୍ରରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହି ଅଭିନେତ୍ରୀ ରୋଜିନ ଥୋମାସଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘କଥାନାର- ଦ ୱାଇଲ୍ଡ ସୋରସରର’ ସହ ମାଲାୟାଲମରେ ଡେବ୍ୟୁ କରିବାକୁ ପ୍ରସ୍ତୁତ ଅଛନ୍ତି । ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଫିଲ୍ମର ନିର୍ଦ୍ଦେଶକ ଏବଂ ଅଭିନେତ୍ରୀ ଏହି ସୂଚନା ଦେଇଛନ୍ତି ।

ନିର୍ଦ୍ଦେଶକ ନିଜ ଇନଷ୍ଟାଗ୍ରାମରେ ସେଟରୁ ଅଭିନେତ୍ରୀଙ୍କ ଅନେକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଗୋଟିଏ ଫଟୋରେ ଅଭିନେତ୍ରୀଙ୍କୁ ଫିଲ୍ମର ପୁରା ଟିମ ସ୍ୱାଗତ କରୁଥିବା ଦେଖିବାକୁ ମିଳିଥିବା ବେଳେ ଅନ୍ୟଟିରେ ସେ ଶ୍ରୀକୃଷ୍ଣଙ୍କ ପ୍ରତିମୂର୍ତ୍ତି ଧରିଥିବାର ନଜର ଆସିଛନ୍ତି । ସେ ଏହି ଫଟୋ ସେୟାର କରି ଲେଖିଛନ୍ତି, କଥାନାର ଆମର ସିନେମାଟିକ୍ ଯାତ୍ରାରେ ଅନୁଷ୍କା ଶେଟ୍ଟୀ ଆମ ସହ ସହଯୋଗ କରିବା ନେଇ ମୁଁ ଗର୍ବିତ। ସ୍ୱପ୍ନ କାଷ୍ଟ ଚିତ୍ରଗୁଡ଼ିକ ପ୍ରକାଶ ପାଇବା ପରେ ପ୍ରଶଂସକମାନେ ଅନୁଷ୍କା ଶେଟ୍ଟୀଙ୍କୁ ଏହି ମହାକାବ୍ୟର ଏକ ଅଂଶ ହୋଇଥିବାରୁ ପ୍ରଶଂସା କରୁଛନ୍ତି । ସେହିପରି ଅନୁଷ୍କା ଏହି ଫଟୋଗୁଡ଼ିକୁ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଲେଖିଛନ୍ତି, କଥାନାର ଦୁନିଆରେ ପ୍ରବେଶ କଲି । ସୂଚନାଯୋଗ୍ୟ, ଅନୁଷ୍କା ଶେଟ୍ଟୀଙ୍କ ସହ ଏହି ଫିଲ୍ମରେ ଜୟସୁରିଆ ଏବଂ ଭିନେଥ ମଧ୍ୟ ନଜର ଆସିବେ ।

କଥାନାର- ଦ ୱାଇଲ୍ଡ ସୋରସରର’ ଆର ରାମାନନ୍ଦଙ୍କ ଦ୍ୱାରା ରଚନା କରିଥିବା ବେଳେ ନିର୍ଦ୍ଦେଶକ ରୋଜିନ ଥୋମାସଙ୍କ ନିର୍ଦ୍ଦେଶନା ଦେଇଛନ୍ତି । ଏହି ଫିଲ୍ମ ଦୁଇ ଭାଗରେ ରିଲିଜ ହେବାକୁ ଯାଉଛି । ଏହି ଚଳଚ୍ଚିତ୍ର ୧୪ଟି ଭାଷା ଇଂରାଜୀ, ତାମିଲ, ତେଲୁଗୁ, ହିନ୍ଦୀ, ବଙ୍ଗାଳୀ, କନ୍ନଡ, ଚାଇନିଜ୍‌, ଫରାସୀ, କୋରିଆନ୍‌, ଇଟାଲୀ, ଋଷିୟାନ, ଇଣ୍ଡୋନେସିଆ ଏବଂ ଜାପାନିଜରେ ଡବିଂ ସହ ଚଳିତ ବର୍ଷ ଫିଲ୍ମର ପ୍ରଥମ ଭାଗ ମୁକ୍ତିଲାଭ କରିବ ବୋଲି ଆଶା କରାଯାଉଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button