ଦେଶ

ଫ୍ରିଜ୍‌ରୁ ବାହାରିଲା ଗୋଡ଼ହାତ ବନ୍ଧା ହୋଇଥିବା ଅନ୍ତଃସତ୍ତ୍ବା ମଡେଲ୍‌ଙ୍କ ଶବ – Ibnodisha

[ad_1]

ନୂଆଦିଲ୍ଲୀ: ହାତଗୋଡ଼ ଓ ମୁହଁ ବନ୍ଧାଯାଇଥିବା ଅବସ୍ଥାରେ ଏକ ଆପାର୍ଟମେଣ୍ଟ୍‌ରେ ଥିବା ଫ୍ରିଜ୍ ଭିତରୁ ଉଦ୍ଧାର କରାଯାଇଥିବା ଜଣେ ମଡେଲ୍‌ଙ୍କ ଶବର ବ୍ୟବଚ୍ଛେଦ ରିପୋର୍ଟ ଶୁକ୍ରବାର ଦିନ ପ୍ରକାଶ କରାଯାଇଥିବା କଥା ‘ନ୍ୟୁୟର୍କ ପୋଷ୍ଟ୍‌’ ରିପୋର୍ଟ କରିଛି।
୩୧ ବର୍ଷୀୟ ସେ ଲସ୍ ‌ଏଞ୍ଜେଲେସ୍ ମଡେଲ୍ ହେଉଛନ୍ତି, ମାଲିସା ମୁନି। ମୃତ୍ୟୁ ପୂର୍ବରୁ ତାଙ୍କୁ ଶାରୀରିକ ନିର‌୍ୟାତନା ଦିଆଯାଇଥିବା କଥା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି। ତାଙ୍କ ମୁହଁ, ମୁଣ୍ଡ, ପିଠି ଓ ବାମ ବାହୁରେ ଆଘାତ ଚିହ୍ନ ଥିବା କଥା ‘ନ୍ୟୁୟର୍କ ପୋଷ୍ଟ୍‌’ ରିପୋର୍ଟରେ ଉଲ୍ଲେଖ ଅଛି। ଏହାଛଡ଼ା, ତାଙ୍କ ରକ୍ତ ନମୁନାରୁ ସେ ବେଞ୍ଜୋଇଲେକ୍‌ଗୋନାଇନ୍‌, କୋକାଥାଇଲିନ୍ ଓ ଏନ୍ଥୋଲ୍ ଭଳି ‘ଡ୍ରଗ୍’ ଥିବା ଜଣାପଡ଼ିଛି।
ତାଙ୍କ ଭଉଣୀ କହିଛନ୍ତି ଯେ, ମୃତ୍ୟୁ ବେଳକୁ ମୁନି ଦୁଇ ମାସର ଅନ୍ତଃସତ୍ତ୍ବା ଥିଲେ।
‘ନ୍ୟୁୟର୍କ ପୋଷ୍ଟ୍‌’ ରିପୋର୍ଟରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ଫ୍ରିଜ୍‌ରେ ଭର୍ତ୍ତି କରାଯିବା ପୂର୍ବରୁ ମୁନିଙ୍କୁ ଭୀଷଣ ମାଡ଼ ଦିଆଯାଇଥିଲା। କିନ୍ତୁ, ଏହି ମାମଲାରେ ଏପର‌୍ୟ୍ୟନ୍ତ କାହାରିକୁ ଗିରଫ କରାଯାଇ ନାହିଁ।
ଉଲ୍ଲେଖଯୋଗ୍ୟ, ମୁନିଙ୍କ ଖୋଜଖବର ନ ମିଳିବାରୁ ତାଙ୍କ ବିଷୟରେ ଅନୁସନ୍ଧାନ କରିବାକୁ ତାଙ୍କ ମାଆ ପୁଲିସକୁ ଖବର ଦେଇଥିଲେ। ସେପ୍ଟେମ୍ବର ୧୨ ତାରିଖ ଦିନ ପୁଲିସ ସାଉଥ୍ ଫିଗ୍ବେରୋଆ ଷ୍ଟ୍ରିଟ୍ ଆପାର୍ଟମେଣ୍ଟ୍‌ରେ ପହଞ୍ଚି ଫ୍ରିଜ୍ ଭିତରୁ ମୁନିଙ୍କ ରକ୍ତାକ୍ତ ଶବ ଉଦ୍ଧାର କରିଥିଲା।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button