ଦେଶ

ଇସ୍ରୋରୁ ଆସିଲା ବଡ ଖବର: ଆଦିତ୍ୟ ଏଲ-୧ ପଠାଇଲା ସୂର୍ଯ୍ୟ ସହ ପ୍ରଥମ ସେଲଫି – Ibnodisha

[ad_1]

ନୂଆଦିଲ୍ଲୀ : ଇସ୍ରୋର ସୂର୍ଯ୍ୟ ମିଶନକୁ ବଡ ସଫଳତା । ଆଦିତ୍ୟ-ଏଲ-୧ପଠାଇଲା ସୂର୍ଯ୍ୟର ପ୍ରଥମ ଫଟୋ । ସୂର୍ଯ୍ୟର ଅଲଟ୍ରା-ଭାଓଲେଟ୍ ୱେଭ-ଲେନ୍ଥ ନିକଟରେ ଏହି ଫଟୋ ଉଠାଇଛି ଆଦିତ୍ୟ । ଭାରତର ପ୍ରଥମ ମହାକାଶ ସୂର୍ଯ୍ୟ ପର୍ଯ୍ୟବେକ୍ଷଣାଗାର ସଫଳତାର ସହିତ ସୂର୍ଯ୍ୟଙ୍କ ପୂର୍ଣ୍ଣାଙ୍ଗ ଫଟୋକୁ ୨୦୦ରୁ ୪୦୦ ନାନୋମିଟର ୱେଭଲେନ୍ଥ ରେଞ୍ଜ୍‌ରେ ଆଣିଛି। ଇସ୍ରୋ ନିଜର ଅଫିସିଆଲ୍‌ ‘ଏକ୍ସ’ ହ୍ୟାଣ୍ଡେଲ୍‌ରୁ ଏକ ପୋଷ୍ଟରେ ଏନେଇ ସୂଚନା ଦେଇଛି । ଇସ୍ରୋ କହିଛି ଯେ, ପେଲୋଡ୍, ସୋଲାର ଅଲଟ୍ରା-ଭାଓଲେଟ୍ ଇମେଜିଂ ଟେଲିସ୍କୋପ ସୂର୍ଯ୍ୟଙ୍କ ପ୍ରଥମ ଫୁଲ୍ ଡିସ୍କ ଫଟୋ ପଠାଇଛି । ଏହି ସବୁ ଫଟୋ ୨୦୦ରୁ ୪୦୦ ନାନୋମିଟର ଓ୍ବେଭଲେନ୍ଥ ରହିଛି । ଅର୍ଥାତ୍ ଆପଣଙ୍କୁ ସୂର୍ଯ୍ୟ ୧୧ଟି ଭିନ୍ନ ଭିନ୍ନ ରଙ୍ଗରେ ଦେଖାଯିବ । ଏହାକୁ କଏଦ କରିବା ପାଇଁ ପେଲୋଡ ୧୧ ଫିଲ୍‌ଟର ବ୍ୟବହାର କରିଛି। ଏହି ଫଟୋରେ ସନ୍‌ ସ୍ପଟ, ବ୍ଲାକ ସ୍ପଟ୍‌, ସୂର୍ଯ୍ୟଙ୍କ ଶାନ୍ତ କ୍ଷେତ୍ରର ଦୃଶ୍ୟ ଦେଖିବାକୁ ମିଳୁଛି। ଫଟୋରେ ସୂର୍ଯ୍ୟଙ୍କ ଫଟୋସ୍ଫିୟର ଏବଂ କ୍ରୋମୋସ୍ଫିୟରର ବିବରଣୀ ଦେଖାଯାଉଛି। ଏହି ଫଟୋ ବୈଜ୍ଞାନିକ ଅଧ୍ୟୟନ ପାଇଁ ସହାୟକ ହେବ। ସୂର୍ଯ୍ୟଙ୍କ ପରିବେଶ ସମ୍ପର୍କରେ ସୂଚନା ମିଳିବ। ପୃଥିବୀ ଉପରେ ସୌର ବିକିରଣର ପ୍ରଭାବ ସମ୍ପର୍କରେ ଅଧ୍ୟୟନ କରାଯାଇପାରିବ। ସୂଚନାଯୋଗ୍ୟ ଯେ, ସେପ୍ଟେମ୍ବର ୨ରେ ଶ୍ରୀହରିକୋଟା ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ଆଦିତ୍ୟ ଏଲ-୧ ସଫଳତାର ସହ ଲଞ୍ଚ କରାଯାଇଥିଲା । ୧୨୫ଦିନରେ ପୃଥିବୀ ଠାରୁ ପ୍ରାୟ ୧୫ ଲକ୍ଷ କିଲୋମିଟର ଯାତ୍ରା କରିବା ପରେ ଏହା ଲାଗ୍ରାଙ୍ଗିଆନ୍ ପଏଣ୍ଟ ଏଲ-୧ ଚାରିପାଖରେ ଏକ ହାଲୋ କକ୍ଷପଥରେ ରଖାଯିବ, ଯାହା ସୂର୍ଯ୍ୟଙ୍କ ନିକଟତମ ବୋଲି ବିବେଚନା କରାଯାଏ । ସୂର୍ଯ୍ୟ ମିଶନର ଏଲ-୧ ପଏଣ୍ଟରେ ପ୍ରବେଶ ପ୍ରକ୍ରିୟା ୭ ଜାନୁୟାରୀ ୨୦୨୪ ସୁଦ୍ଧା ଶେଷ ହେବ ବୋଲି ଆଶା କରାଯାଉଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button